ଓଡିଶା

odisha

ETV Bharat / international

କ୍ବାରେଣ୍ଟାଇନରେ ହ୍ବାଇଟ ହାଉସର ତିନି ସଦସ୍ୟ - ଆମେରିକାରେ ତାଣ୍ଡବ ରଚୁଛି କୋରୋନା

ହ୍ବାଇଟ ହାଉସ୍ କମ୍ପ୍ଲେକ୍ସରେ କାର୍ଯ୍ୟ କରୁଥିବା ଆଉ ଜଣେ କୋରୋନା ଦ୍ୱାରା ସଂକ୍ରମିତ ହେବା ପରେ ହ୍ବାଇଟ ହାଉସରେ ତିନିଜଣ ସଦସ୍ୟଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି । ଏଥିରୁ ସ୍ପଷ୍ଟ ହୋଇଛି ଯେ ଆମେରିକାର ସୁରକ୍ଷିତ ବିଲ୍ଡିଂରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ମଧ୍ୟ ସୁରକ୍ଷିତ ନୁହଁନ୍ତି। ଅଧିକ ପଢନ୍ତୁ...

Three-member quarantine at the White House
କୋରୋନାରେ ଆମେରିକା ବେହାଲ, ହ୍ବାଇଟ ହାଉସରେ ତିନି ସଦସ୍ୟ କ୍ବାରେଣ୍ଟାଇନ

By

Published : May 10, 2020, 6:06 PM IST

ୱାଶିଂଟନ: ଚୀନରୁ ସୃଷ୍ଟ କୋରୋନା ଏବେ ଆମେରିକାରେ ତାଣ୍ଡବ ରଚୁଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟକ୍ତିଗତ ସହାୟକଙ୍କ ଠାରେ କୋରୋନା ଚିହ୍ନଟ ପରେ ଏବେ ଆମେରିକାର ଉପରାଷ୍ଟ୍ରପତି ମାଇକ ପେନ୍ସଙ୍କ ପ୍ରେସ ସେକ୍ରେଟାରୀ ମଧ୍ୟ କରୋନା ପଜିଟିଭ୍ ବୋଲି ଜଣାପଡିଛି । ଏହିପରି ହ୍ବାଇଟ ହାଉସ୍ କମ୍ପ୍ଲେକ୍ସରେ କାର୍ଯ୍ୟ କରୁଥିବା ଆଉ ଜଣେ କୋରୋନା ଦ୍ୱାରା ସଂକ୍ରମିତ ହୋଇଥିଲେ ।

ଏବେ ଆମେରିକାର ରାଷ୍ଟ୍ରପତି ତାଙ୍କ କାର୍ଯ୍ୟାଳୟ ହ୍ବାଇଟ ହାଉସରେ ତିନିଜଣ ସଦସ୍ୟଙ୍କୁ କ୍ବାରେଣ୍ଟାଇନରେ ରଖିଛନ୍ତି । କାରଣ ଏହି ତିନିଜଣ ସଦସ୍ୟ କୋରୋନା ସଂକ୍ରମିତ ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ । ଫଳରେ ସେମାନଙ୍କୁ କ୍ବାରେଣ୍ଟାଇନରେ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିରୁ ସ୍ପଷ୍ଟ ହୋଇଛି ଯେ ଆମେରିକାର ସୁରକ୍ଷିତ ବିଲ୍ଡିଂରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ମଧ୍ୟ ସୁରକ୍ଷିତ ନୁହଁନ୍ତି । ଏହି ତିନି ଜଣ ହେଉଛନ୍ତି ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆଲର୍ଜିର ନିର୍ଦ୍ଦେଶକ ଆନ୍ଥୋନି ଫୋସି, ରୋଗ ନିୟନ୍ତ୍ରଣ ନିର୍ଦ୍ଦେଶକ ରବର୍ଟ ରେଡଫିଲ୍ଡ ଏବଂ ଏଫଡିଏର କମିଶନର ଷ୍ଟିଫେନ୍ ହନ୍ । ଏହି ତିନି ଜଣ ବ୍ୟକ୍ତି ଆମେରିକାର ସ୍ୱାସ୍ଥ୍ୟ କ୍ଷେତ୍ରରେ ଉଚ୍ଚ ପଦାଧିକାରୀ ଅଟନ୍ତି । ଯଦିଓ ଏମାନଙ୍କ ପରୀକ୍ଷଣରେ କୋରୋନା ସଂକ୍ରମିତ ହୋଇଥିବା ଜଣାପଡି ନାହିଁ ।

ବର୍ତ୍ତମାନ ଆମେରିକାରେ କୋରୋନା ରୋଗୀଙ୍କ ସଂଖ୍ୟା 1.3 ମିଲିୟନ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା 79 ହଜାର ଅତିକ୍ରମ କରିସାରିଛି । ଯଦିଓ ଏଠାରେ ପ୍ରାୟ 2 ଲକ୍ଷ ଲୋକ ଚିକିତ୍ସା ପରେ ଆରୋଗ୍ୟ ଲାଭ କରିଛନ୍ତି ।

ABOUT THE AUTHOR

...view details