ଓଡିଶା

odisha

ETV Bharat / international

ଚୀନ କମ୍ୟୁନିଷ୍ଟ ପାର୍ଟିର ବିପଦ ଅତ୍ୟନ୍ତ ବାସ୍ତବ: ପମ୍ପିଓ - ଚୀନ କମ୍ୟୁନିଷ୍ଟ ପାର୍ଟି

ଚୀନ କମ୍ୟୁନିଷ୍ଟ ପାର୍ଟିର ବିପଦ ଅତ୍ୟନ୍ତ ବାସ୍ତବ ବୋଲି ଆମେରିକାର ବୈଦେଶିକ ସଚିବ ମାଇକ ପମ୍ପିଓ ପୁଣିଥରେ ଚେତାବନୀ ଦେଇ କହିଛନ୍ତି । ଏହା ବ୍ୟତୀତ ଚୀନରୁ ଆସିଥିବା କରୋନା ଭୂତାଣୁ ପ୍ରଥମ ନୁହେଁ ବୋଲି ପମ୍ପିଓ ଅଭିଯୋଗ କରିଛନ୍ତି ।

ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ
ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ

By

Published : Jul 30, 2020, 1:11 PM IST

ୱାଶିଂଟନ: ଚୀନ ଏବଂ ଆମେରିକା ମଧ୍ୟରେ ତିକ୍ତତା କ୍ରମାଗତ ଭାବେ ବଢିବାରେ ଲାଗିଛି । ଚୀନ କମ୍ୟୁନିଷ୍ଟ ପାର୍ଟିର ବିପଦ ଅତ୍ୟନ୍ତ ବାସ୍ତବ ବୋଲି ଆମେରିକାର ବୈଦେଶିକ ସଚିବ ମାଇକ ପମ୍ପିଓ ପୁଣିଥରେ ଚେତାବନୀ ଦେଇ କହିଛନ୍ତି । ଏହା ବ୍ୟତୀତ ଚୀନରୁ ଆସିଥିବା କୋରୋନା ଭୂତାଣୁ ପ୍ରଥମ ନୁହେଁ ବୋଲି ପମ୍ପିଓ ଅଭିଯୋଗ କରିଛନ୍ତି । ତେବେ ଏହି ବିପଦକୁ ଅନୁଭବ କରି ବେଜିଂ ସହିତ ସମ୍ପର୍କରେ ସଠିକ୍ ସନ୍ତୁଳନ ରକ୍ଷା କରିବାକୁ ଟ୍ରମ୍ପ ପ୍ରଶାସନ ଉଦ୍ୟମ ଜାରି ରଖିଛି । ଆମେରିକୀୟ ନାଗରିକଙ୍କ ସ୍ୱାଧୀନତାକୁ ରକ୍ଷା କରିବା ଆମର ପ୍ରାଥମିକତା । ଏଥିପାଇଁ ସମସ୍ତ ସମ୍ଭାବ୍ୟ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ଆମେରିକୀୟଙ୍କୁ ଆଶ୍ବାସନା ଦେଇଛନ୍ତି ପମ୍ପିଓ ।

ଏହା ବ୍ୟତୀତ ବାଣିଜ୍ୟିକ ଚୁକ୍ତିର ପ୍ରଥମ ପର୍ଯ୍ୟାୟରେ ଚୀନ ନିଜର ପ୍ରତିଶ୍ରୁତି ପୂରଣ କରିବ ବୋଲି ଆଶା ପ୍ରକଟ କରିଛନ୍ତି ପମ୍ପିଓ । ସେ କହିଛନ୍ତି, ଆମେ ଅପେକ୍ଷା କରିବୁ ଏବଂ ସେମାନେ କିପରି ପ୍ରତିଶ୍ରୁତି ପୂରଣ କରିବେ ତାହା ଉପରେ ନଜର ରଖିବୁ ।

ମାଇକ୍ ପମ୍ପିଓ ଏକ ସାକ୍ଷାତକାରରେ କହିଛନ୍ତି, ଚୀନ ପ୍ରତି ଆମର ବିପଦ ରହିଛି ବୋଲି ଆମେରିକାର ସୁରକ୍ଷା ଦୃଷ୍ଟିକୋଣରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ 2015 ରେ ହିଁ ଚେତାବନୀ ଦେଇଥିଲେ ଏହି କାରଣରୁ ଆମେ ସମ୍ପର୍କକୁ ସନ୍ତୁଳିତ କରିବା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନେଉଛୁ । ଚୀନ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟିକ ଚୁକ୍ତି ଅତ୍ୟନ୍ତ ଅଜବ ଥିଲା । ଯେଉଁଠାରେ ଚୀନ କମ୍ୟୁନିଷ୍ଟ ପାର୍ଟି ପ୍ରଥମେ ଆମର ବୌଦ୍ଧ୍ବିକ ସମ୍ପତ୍ତି ଚୋରି କରି ତା’ପରେ ତାହା ଆମକୁ ହିଁ ବିକ୍ରି କରିଥିଲା । ଚୀନ ସରକାରଙ୍କ ସହଯୋଗରେ କମ୍ପାନୀମାନେ ଆମକୁ ଠକିଥିଲେ। ବର୍ତ୍ତମାନ ଚୀନ କରୁଥିବା ସାଇବର ଚୋରିର ପରିମାଣକୁ ଅନ୍ୟ କୌଣସି ଦେଶ ସହିତ ତୁଳନା କରାଯାଇପାରିବ ନାହିଁ ବୋଲି ପମ୍ପିଓ କହିଛନ୍ତି ।

ପୋମ୍ପିଓ ଆହୁରି କହିଛନ୍ତି ଯେ, ଅନେକ ଜିନିଷ ଆମେରିକାରେ ରୋଜଗାର ହ୍ରାସ କରିଛି । କାରଣ ସେହି ବୌଦ୍ଧ୍ବିକ ସମ୍ପତ୍ତି ରୋଜଗାରର ସୁଯୋଗ ସୃଷ୍ଟି କରିଥାନ୍ତା । ଆମେରିକା ରାଷ୍ଟ୍ରପତି ଏହି କଥାକୁ ଗମ୍ଭୀରତାର ସହ ନେଇଥିଲେ ବୋଲି ସେ କହିଛନ୍ତି ।

ABOUT THE AUTHOR

...view details