ଓଡିଶା

odisha

ETV Bharat / international

ଆମେରିକାରେ 24 ଘଣ୍ଟାରେ ସର୍ବାଧିକ 45,587 କୋରୋନା ପଜିଟିଭ ରେକର୍ଡ - ଆମେରିକାରେ 24 ଘଣ୍ଟାରେ ସର୍ବାଧିକ 45,587 କୋରୋନା ପଜିଟିଭ ରେକର୍ଡ

ଆମେରିକାକୁ ଡରାଉଛି କୋରୋନା । ଗୋଟିଏ ଦିନରେ 45,587ଟି ସଂକ୍ରମଣ ମାମଲା ରିପୋର୍ଟ ହୋଇଛି । ଅଧିକ ପଢନ୍ତୁ...

ଆମେରିକାରେ 24 ଘଣ୍ଟାରେ ସର୍ବାଧିକ 45,587 କୋରୋନା ପଜିଟିଭ ରେକର୍ଡ
ଆମେରିକାରେ 24 ଘଣ୍ଟାରେ ସର୍ବାଧିକ 45,587 କୋରୋନା ପଜିଟିଭ ରେକର୍ଡ

By

Published : Jul 1, 2020, 10:41 AM IST

ୱାଶିଂଟନ: ଗତ 24 ଘଣ୍ଟା ମଧ୍ୟରେ ଆମେରିକା ସର୍ବାଧିକ ସଂଖ୍ୟକ କୋରୋନା ମାମଲା ରେକର୍ଡ କରାଯାଇଛି । ବ୍ରାଜିଲ ପରେ ଆମେରିକାରେ ମଧ୍ୟ ସର୍ବାଧିକ କୋରୋନା ଜନିତମୃତ୍ୟୁ ଘଟିଛି । ମଙ୍ଗଳବାର ଆମେରିକାରେ 45 ହଜାର 587 ଟି ନୂଆ ମାମଲା ରିପୋର୍ଟ ହୋଇଛି । ଏଥିରେ 753 ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାରେ କୋରୋନା ଭାଇରସ ଆତଙ୍କ ସୃଷ୍ଟି କରିଛି ।

ୱାର୍ଲ୍ଡମିଟର ଜନହପକିନ୍ସ ଅନୁଯାୟୀ, ସଂକ୍ରମିତଙ୍କ ସଂଖ୍ୟା 26 ଲକ୍ଷ 34 ହଜାର 432କୁ ବୃଦ୍ଧି ପାଇଛି । ସମୁଦାୟ 1 ଲକ୍ଷ 27 ହଜାର 410 ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ 11 ଲକ୍ଷ 43 ହଜାର ଲୋକ ମଧ୍ୟ ସୁସ୍ଥ ହୋଇଛନ୍ତି, ଯାହା ସମୁଦାୟ ସଂକ୍ରମିତଙ୍କ ମଧ୍ୟରୁ 41 ପ୍ରତିଶତ ଅଟେ। ବର୍ତ୍ତମାନ 14 ଲକ୍ଷ 53 ହଜାର ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ଯାହା ମୋଟ ସଂକ୍ରମିତ ଲୋକଙ୍କ ମଧ୍ୟରୁ 54 ପ୍ରତିଶତ ଅଟେ।

ବିଶ୍ବବ୍ୟାପୀ କୋରୋନା ମାମଲା 1.05 କୋଟି ଅତିକ୍ରମ କରିଥିବାବେଳେ ଏହି କାରଣରୁ ମୃତ୍ୟୁ ସଂଖ୍ୟା 5 ଲକ୍ଷକୁ ବୃଦ୍ଧି ପାଇଛି । କୋରୋନା ସଂକ୍ରମଣରେ ପ୍ରଭାବିତ ଦେଶ ମଧ୍ୟରେ ଆମେରିକା ସର୍ବପ୍ରଥମରେ ରହିଥିବାବେଳେ, ଏହାପରେ ବ୍ରାଜିଲ ଦ୍ବିତୀୟ ସ୍ଥାନରେ ରହିଛି । ବ୍ରାଜିଲରେ ବର୍ତ୍ତମାନ 14 ଲକ୍ଷ 2 ହଜାର 41 କୋରୋନା ସଂକ୍ରମିତ ମାମଲା ରହିଛି । ସେଥିମଧ୍ୟରୁ 59 ହଜାର 594 ଜଣଙ୍କର ମୃତ୍ୟୁ ହୋଇଛି ।

ABOUT THE AUTHOR

...view details