ନ୍ୟୁୟର୍କ: କୋରୋନା କୋପରୁ ବଞ୍ଚିବାକୁ ପଡିବ ବିଶ୍ବବାସୀଙ୍କୁ ଯେ ପର୍ଯ୍ୟନ୍ତ କୋରୋନା ଭ୍ୟାକସିନ ବାହାରିନାହିଁ । ମହାମାରୀ କୋରୋନା କବଳରୁ ରକ୍ଷା ପାଇବା ପାଇଁ ଅନେକ ବିଶେଷଜ୍ଞ, ଡାକ୍ତରୀଦଳ, ପ୍ରତିଶେଧକ ନିର୍ମାଣ କମ୍ପାନୀ, ବୈଜ୍ଞାନିକ ଟୀକା ବିକଶିତ କରିବାରେ ଅହରହ ପ୍ରୟାସ ଜାରି ରଖିଛନ୍ତି । ଏପରିସ୍ଥଳେ ଆମେରିକାର ଟେକ୍ସାସ ଏ ଆଣ୍ଡ ଏମ ବିଶ୍ବବିଦ୍ୟାଳୟର ରିସର୍ଚ୍ଚରମାନେ ଶହ ଶହ ଫ୍ରଣ୍ଟଲାଇନ ମେଡିକାଲ କର୍ମଚାରୀଙ୍କୁ ବହୁଳ ଭାବରେ ବ୍ୟବହୃତ ଯକ୍ଷ୍ମା ଟିକା ର ଚତୁର୍ଥ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲରେ ଭାଗ ନେବାକୁ କହୁଛନ୍ତି । ଯାହା COVID-19 ର ଭୟଙ୍କର ପ୍ରଭାବକୁ ହ୍ରାସ କରିବାରେ ସହାୟତ କରିବ ।
ଅନୁସନ୍ଧାନକାରୀମାନେ ଆଶା କରୁଛନ୍ତି ଯେ ବାସଲି କାଲାମେଟ୍-ଗ୍ୟୁରିନ୍ (ବିସିଜି) ଟିକା ଭୂତାଣୁର ପ୍ରଭାବକୁ ହ୍ରାସ କରିବାରେ ସହାୟତା କରିଥାଏ । ଡାକ୍ତରଖାନାରେ ଏହି ଟୀକା ଦିଆଯାଇଥିବା ଅଧିକାଂଶଙ୍କ ଏହି ରୋଗରୁ ମୁକ୍ତ ହୋଇଛନ୍ତି ।