ୱାଶିଂଟନ: ତାଲିବାନଙ୍କ ସହିତ ଆଲୋଚନା କରିଛନ୍ତି ଆମେରିକା ଆନ୍ତଃରାଜ୍ୟ ପ୍ରତିନିଧୀ ଦଳ । କାତାରରେ ବରିଷ୍ଠ ତାଲିବାନ ପ୍ରତିନିଧିଙ୍କ ସହିତ ଜାତୀୟ ସ୍ବାର୍ଥ ବିଷୟରେ ଆଲୋଚନା କରିଛନ୍ତି ରାଜ୍ୟ ବିଭାଗରେ ମୁଖ୍ୟପାତ୍ର ନେଡ ପ୍ରାଇସ । ସେ କହିଛନ୍ତି ତାଲିବାକୁ କେବଳ କଥାରେ ନୁହେଁ କାର୍ଯ୍ୟକଳାପ ଉପରେ ମଧ୍ୟ ବିଚାର କରାଯିବ ।
ଆକ୍ଟୋବର ୯ ଓ ୧୦ରେ ଦୋହା ଗସ୍ତ କରିଥିଲେ ଆମେରିକା ଆନ୍ତ ରାଜ୍ୟ ପ୍ରତିନିଧୀ ଦଳ । ଆମେରିକାର ପ୍ରତିନିଧୀ ସୁରକ୍ଷା ତଥା ଆତଙ୍କବାଦ ଚିନ୍ତାଧାରା ଆମେରିକାର ନାଗରିକ, ଅନ୍ୟ ବିଦେଶୀ ନାଗରିକ ତଥା ଆମର ଆଫଗାନିସ୍ତାନ ସହଭାଗୀମାନଙ୍କ ପାଇଁ ନିରାପଦା ଓ ସବୁ କ୍ଷେତ୍ରରେ ମହିଳା ଓ ବାଳିକା ମାନଙ୍କ ଅଶଂଗ୍ରହଣ ଉପରେ ତାଲିବାନ ବରିଷ୍ଠ ପ୍ରତିନିଧୀଙ୍କ ସହ ଆଲୋଚନା ହୋଇଥିବା ବିବୃତ୍ତିରେ ପ୍ରକାଶ ହୋଇଛି ।