ଓଡିଶା

odisha

ETV Bharat / international

ବାଇଡେନଙ୍କୁ ତାଲିବାନର ଧମକ: ମେ’ ୧ ସୁଦ୍ଧା ସୈନ୍ୟ ନ ହଟିଲେ ଆକ୍ରମଣ ଚେତାବନୀ - ଆଫଗାନିସ୍ତାନ ତାଲିବାନ ହିଂସା

ଆଫଗାନିସ୍ତାନରେ ଏବେ ବି ତାଲିବାନ ଦ୍ବାରା ହିଂସା ଜାରି ରହିଛି । ଏହାମଧ୍ୟରେ ଯଦି ଆମେରିକା ସୈନ୍ୟ ପ୍ରତ୍ୟାହାର ନକରେ ତେବେ ଆକ୍ରମଣ ଜୋରଦାର ହେବ ବୋଲି ତାଲିବାନ ଧମକ ଦେଇଛି । ଅଧିକ ପଢନ୍ତୁ...

ବାଇଡେନଙ୍କୁ ତାଲିବାନର ଧମକ: ମେ ୧ ସୁଦ୍ଧା ସୈନ୍ୟ ନ ହଟିଲେ ଜୋରଦାର୍ ହେବ ଆକ୍ରମଣ
ବାଇଡେନଙ୍କୁ ତାଲିବାନର ଧମକ: ମେ ୧ ସୁଦ୍ଧା ସୈନ୍ୟ ନ ହଟିଲେ ଜୋରଦାର୍ ହେବ ଆକ୍ରମଣ

By

Published : Mar 27, 2021, 2:47 PM IST

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଏବେ ବି ତାଲିବାନ ଦ୍ବାରା ହିଂସା ଜାରି ରହିଛି । ଏହାମଧ୍ୟରେ ଆମେରିକା ସୈନ୍ୟ ହଟାଇବା ନେଇ ଯେଉଁ ଆକଳନ କରାଯାଉଥିଲା ତାହା କଠିନ ଲାଗୁଛି । ଏନେଇ ନିଜେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି । ଅନ୍ୟ ଦିଗରେ ଯଦି ଆମେରିକା ସୈନ୍ୟ ପ୍ରତ୍ୟାହାର ନକରେ ତେବେ ଆକ୍ରମଣ ଜୋରଦାର ହେବ ବୋଲି ତାଲିବାନ ଧମକ ଦେଇଛି । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଲିବାନ ମଧ୍ୟରେ ଏକ ବୁଝାମଣା ହୋଇଥିଲା । ଏଥିରେ ମେ ୧ ସୁଦ୍ଧା ଆମେରିକା ଆଫଗାନିସ୍ତାନରେ ନିଜର ସୈନ୍ୟଙ୍କୁ ପ୍ରତ୍ୟାହାର କରିବ ବୋଲି କହିଥିଲା । ବର୍ତ୍ତମାନର ରାଷ୍ଟ୍ରପତି ବାଇଡେନ୍ କହିଛନ୍ତି ଯେ, ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ସହଜ ନୁହେଁ । କିନ୍ତୁ ସମ୍ପୂର୍ଣ୍ଣ ଭାବେ ସେନା ପ୍ରତ୍ୟାହାର ପାଇଁ ଅଧିକ ସମୟ ଲାଗିବ ନାହିଁ । ଏନେଇ ସେ ନିଜର ସହଯୋଗୀଙ୍କ ସହ କଥା ହେଉଛନ୍ତି ।

ସୂଚନାଯୋଗ୍ୟ, ୨୦୧୧ରେ ଅଲକାଏଦା ଆମେରିକାର ୱାର୍ଲ୍ଡ ଟ୍ରେଡ୍ ସେଣ୍ଟର ଉପରେ ଆକ୍ରମଣ ପରେ ଆତଙ୍କବାଦୀଙ୍କୁ ନିପାତ କରିବାକୁ ଆଫଗାନିସ୍ଥାନରେ ଆମେରିକା ସେନା ମୂତୟନ କରିଥିଲା । ଏହାମଧ୍ୟରେ ତାଲିବାନର ଧମକ ସାମ୍ନାକୁ ଆସିଛି । ଯଦି ଆମେରିକା ଦେଇଥିବା ସମୟମୀମା ମଧ୍ୟରେ ସୈନ୍ୟ ପ୍ରତ୍ୟାହାର ନକରେ ତେବେ ଆକ୍ରମଣ ଆହୁରି ତୀବ୍ରତର ହେବ । ଆମେରିକା ସୈନ୍ୟଙ୍କୁ ଟାର୍ଗେଟ୍ କରାଯିବ ବୋଲି ତାଲିବାନ କହିଛି ।

ତାଲିବାନର ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ କହିଛନ୍ତି ଯେ, ଦୋହା ଚୁକ୍ତି ଅନୁସାରେ ଆମେରିକା ନିଜର ପ୍ରତିଶ୍ରୁତ ରକ୍ଷା କରିବା ଉଚିତ । ଯଦି ଆମେରିକା କଥା ରଖିବାରେ ବିଫଳ ହୁଏ ତେବେ ଭବିଷ୍ୟତରେ ଯାହା ହେବ ୟୁଏସ ଦାୟୀ ରହିବ । ଏହାସହ ୟୁଏସ ପ୍ରତିଶ୍ରୁତି ପାଳନ କଲେ ତାଲିବାନ ମଧ୍ୟ ଦୀର୍ଘ ୨୦ ବର୍ଷ ଧରି ଜାରି ରହିଥିବା ସଙ୍ଘର୍ଷର ବିରାମ ଘଟାଇବ ।

ABOUT THE AUTHOR

...view details