ଓଡିଶା

odisha

ETV Bharat / international

ଆମେରିକାର ଅନୁରୋଧ ରଖିଲା ଦକ୍ଷିଣ କୋରିଆ, ପଠାଇବ 6 ଲକ୍ଷର ଟେଷ୍ଟିଂ କିଟ୍ସ - କୋରୋନା ଅପଡେଟ

ମାର୍ଚ୍ଚ 25ରେ ଏନେଇ ଏକ ଟେଲିଫୋନ ବାର୍ତ୍ତାଳାପରେ ଟ୍ରମ୍ପ ପ୍ରତିପକ୍ଷ ରାଷ୍ଟ୍ରପତି ମୁନ ଜାଏ ଇନଙ୍କୁ ଅନୁରୋଧ କରିଥିଲେ । ଦେଶରେ କୋଭିଡ 19ର ଭୟଙ୍କର ପରିସ୍ଥିତି ଦେଖି ଟ୍ରମ୍ପ ଏପରି ନିଷ୍ପତ୍ତି ନେଇଥିଲେ । ଅଧିକ ପଢନ୍ତୁ...

ଆମେରିକାର ଅନୁରୋଧ ରଖିଲା ଦକ୍ଷିଣ କୋରିଆ, ପଠାଇବ 6 ଲକ୍ଷର ଟେଷ୍ଟିଂ କିଟ୍ସ
ଆମେରିକାର ଅନୁରୋଧ ରଖିଲା ଦକ୍ଷିଣ କୋରିଆ, ପଠାଇବ 6 ଲକ୍ଷର ଟେଷ୍ଟିଂ କିଟ୍ସ

By

Published : Apr 15, 2020, 7:23 AM IST

ସିଓଲ: ଆମେରିକାର ଅନୁରୋଧ ରକ୍ଷା କରିଛି ଦକ୍ଷିଣ କୋରିଆ । ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ରକୁ 6 ଲକ୍ଷ ଟଙ୍କାର କୋରୋନା ଭାଇରସ ଟେଷ୍ଟିଂ କିଟ୍ସ ପଠାଇବ ଦକ୍ଷିଣ କୋରିଆ । ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ପୂର୍ବରୁ ପ୍ରସ୍ତାବ ରଖିଥିଲେ ।

ମାର୍ଚ୍ଚ 25ରେ ଏନେଇ ଏକ ଟେଲିଫୋନ ବାର୍ତ୍ତାଳାପରେ ଟ୍ରମ୍ପ ପ୍ରତିପକ୍ଷ ରାଷ୍ଟ୍ରପତି ମୁନ ଜାଏ ଇନଙ୍କୁ ଅନୁରୋଧ କରିଥିଲେ । ଦେଶରେ କୋଭିଡ 19ର ଭୟଙ୍କର ପରିସ୍ଥିତି ଦେଖି ଟ୍ରମ୍ପ ଏପରି ନିଷ୍ପତ୍ତି ନେଇଥିଲେ । ପ୍ରଥମ ଥର ଉଭୟ ଦେଶ ମଧ୍ୟରେ ଏତେ ବଡ ବ୍ୟବସାୟ କାରବାର ହୋଇଛି । ଏକ ଆମେରିକା ଫେଡେରାଲ ଏମର୍ଜେନ୍ସି ମ୍ୟାନେଜମେଣ୍ଟ ଏଜେନ୍ସି କାର୍ଗୋ ପ୍ଲେନ ମଙ୍ଗଳବାର ରାତି ସାଢେ 10ଟାରେ ଏହି ସାମଗ୍ରୀ ନେଇ ଆମେରିକା ଅଭିମୁଖେ ବାହାରିବ ବୋଲି ସୂଚନା ମିଳିଛି । ପ୍ରଥମ ପର୍ଯ୍ୟାୟରେ ଏହି 6 ଲକ୍ଷ କିଟ୍ସ ଆମେରିକା ଆସିବା ପରେ ଏହାର ଅର୍ଥ ପ୍ରଦାନ କରିବ ହ୍ବାଇଟ ହାଉସ । ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ଏକ ଲକ୍ଷ 50 ହଜାର କିଟ୍ସ ଆସିବ ବୋଲି ଜଣାପଡିଛି ।

ପୂର୍ବରୁ ଦକ୍ଷିଣ କୋରିଆର କମ୍ପାନୀ ଆମେରିକାର ଲସ ଏଞ୍ଜେଲେସ ସହରକୁ ଟେଷ୍ଟିଂ କିଟ୍ସ ପଠାଇସାରିଛନ୍ତି । ତେବେ ସରକାରୀ ଭାବେ ଏହା ଆମେରିକା ଫେଡେରାଲ ସରକାରଙ୍କ ଏକ ବିଶାଳ ଅର୍ଡର । ଦକ୍ଷିଣ କୋରିଆରେ ପ୍ରଥମେ କୋଭିଡ 19ର ଗଭୀର ପ୍ରଭାବ ଥିଲା । ଅନେକ ଲୋକଙ୍କ ମୃତ୍ୟୁ ହେବା ସହ ଏହାକୁ ନିୟନ୍ତ୍ରଣ କରିବାରେ ସେଠାକାର ସରକାର ଫେଲ ହୋଇଥିଲେ । ତେବେ ବିଶାଳ ଟେଷ୍ଟ ଓ କଣ୍ଟାକ୍ଟ ଟ୍ରେସିଂ ବଳରେ ଏହାକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲା ଦେଶ । ଏବେ ସେଠାରେ କୋଭିଡ 19 ପରିସ୍ଥିତି ସମ୍ପୂର୍ଣ୍ଣ ସାଧାରଣ ଓ ନିୟନ୍ତ୍ରଣାଧୀନ ରହିଛି । ଏକାଥରେ ହଜାର ହଜାର ଲୋକଙ୍କ ନମୁନା ପରୀକ୍ଷା କରିବାର ସଫଳତା ଯୋଗୁଁ ଦକ୍ଷିଣ କୋରିଆ ଆଜି ଏହି ସଫଳତା ପାଇଛି । ଏଥିପାଇଁ ଆମେରିକା ଏହାଠାରୁ ଟେଷ୍ଟିଂ କିଟ୍ସ ନେବାକୁ ଅନୁରୋଧ କରିଥିଲା ।

ABOUT THE AUTHOR

...view details