ଓଡିଶା

odisha

ETV Bharat / international

ଯୁବପିଢିଙ୍କୁ ବିପଥଗାମୀ କରୁନି ସ୍ମାର୍ଟଫୋନ ଓ ଅନଲାଇନ - କମ୍ପୁଟର ଓ ଲାପଟପ ବ୍ୟବହାର

ଅଧିକ ସମୟ ସ୍ମାର୍ଟଫୋନ ବ୍ୟବହାର କରୁଥିବା ଆଧୁନିକ ପିଢି ମଧ୍ୟ ପୁରୁଣା ପିଲାଙ୍କ ଭଳି ଚତୁର ଓ ବିଚକ୍ଷଣ । ନୂଆ ଯୁବପିଢିଙ୍କ ନିଜ ଉପରେ ନିୟନ୍ତ୍ରଣର କଳା ଅନ୍ୟମାନଙ୍କଠାରୁ ଅଧିକ ଥିଲା । ଅଧିକ ପଢନ୍ତୁ...

ଯୁବପିଢିଙ୍କୁ ବିପଥଗାମୀ କରୁନି ସ୍ମାର୍ଟଫୋନ ଓ ଅନଲାଇନ
ଯୁବପିଢିଙ୍କୁ ବିପଥଗାମୀ କରୁନି ସ୍ମାର୍ଟଫୋନ ଓ ଅନଲାଇନ

By

Published : May 2, 2020, 4:45 PM IST

ୱାଶିଂଟନ: ବର୍ତ୍ତମାନ ଯୁବପିଢିଙ୍କ ପାଇଁ ସ୍ମାର୍ଟଫୋନ ଓ ଅନଲାଇନ ନିହାତି ଆବଶ୍ୟକ । ଏହା ବିନା ଗୋଟିଏ ମୂହୂର୍ତ୍ତ କାଟିବା ସେମାନଙ୍କ ପାଇଁ ମୁସ୍କିଲ । ଏନେଇ ଅଧିକାଂଶ ଅଭିଭାବକ ଚିନ୍ତାରେ । ଏପରିକି ପିଲାଙ୍କୁ ଏଥିରୁ ସୁରକ୍ଷା ରଖିବାକୁ ଅନେକ ରିସର୍ଚ୍ଚ ଓ ବିଶେଷଜ୍ଞ ମତ ଦେଇଛନ୍ତି ।

ତେବେ ଆମେରିକାର ଓହିହ ଷ୍ଟେଟ ୟୁନିଭର୍ସିଟିର ରିସର୍ଚ୍ଚରମାନେ କିଛି ଅଲଗା କହୁଛନ୍ତି । କିଛି ପିଲାଙ୍କୁ ନେଇ ଏମାନେ ଏକ ଗବେଷଣା କରିଥିଲେ । ଏଥିରେ ଫେସବୁକ ଲଞ୍ଚ ହେବାର 6 ବର୍ଷ ପୂର୍ବରୁ 1998ରେ ପଢା ଆରମ୍ଭ କରିଥିବା ପିଲାଙ୍କୁ ନିଆଯାଇଥିଲା । ସେହିପରି ପ୍ରଥମ ଆଇପ୍ୟାଡ ବାହାରିଥିବା 2010 ମସିହାର ପିଲାଙ୍କୁ ମଧ୍ୟ ସାମିଲ କରାଯାଇଥିଲା । ଏମାନଙ୍କୁ ସ୍ମାର୍ଟଫୋନ ଅଧିକ ବ୍ୟବହାର କରିବାକୁ ଦିଆଯାଇଥିଲା । ଉଭୟ ଶ୍ରେଣୀ ପିଲାଙ୍କ ମଧ୍ୟରେ ଆଇକ୍ୟୁ ଟେଷ୍ଟ ସହ ବିଭିନ୍ନ ସୋସିଆଲ ପ୍ରଶ୍ନ ପଚରାଯାଇଥିଲା ।

ତେବେ ରିସର୍ଚ୍ଚରମାନେ ଦେଖିବାକୁ ପାଇଥିଲେ ଯେ ଉଭୟ ବର୍ଗର ପିଲାଙ୍କ ମଧ୍ୟରେ ସାମାଜିକ ଜ୍ଞାନ ସମାନ ଥିଲା । ଅଧିକ ସମୟ ସ୍ମାର୍ଟଫୋନ ବ୍ୟବହାର କରୁଥିବା ଆଧୁନିକ ପିଢି ମଧ୍ୟ ସେତିକି ଚତୁର ଓ ବିଚକ୍ଷଣ ଥିଲେ ଯେତିକି ପୁରୁଣା ପିଲା ଥିଲେ । ଉଭୟଙ୍କ ମଧ୍ୟରେ ଇଣ୍ଟରପର୍ସନାଲ ସ୍କିଲ ଚତ୍ମକାର ଥିଲା । ଅଜଣା ଲୋକଙ୍କ ସହ ବନ୍ଧୁତା ବାନ୍ଧିବା ଏବଂ ସମ୍ପର୍କ ବଜାୟ ରଖିବା ସହ ସୋସାଇଟିରେ ଚଳିବା ଭଳି ସମସ୍ତ ପ୍ରକାର ଗୁଣ ଉଭୟ ବର୍ଗର ପିଲାଙ୍କ ଭିତରେ ସମାନ ଥିଲା ।

ଆମେରିକାନ ଜର୍ଣ୍ଣାଲ ଅଫ ସୋସିଓଲୋଜିରେ ଏହା ପ୍ରକାଶ ପାଇଥିଲା । ଗବେଷକ ଆଶା କରୁଥିଲେ ଯେ ଆଧୁନିକ ପିଲାଙ୍କ ପାଖରେ ଏହି ସମସ୍ୟା ଅଧିକ ଦେଖାଦେଇପାରେ । ହେଲେ ସେମାନେ ମଧ୍ୟ ପୁରୁଣା ବର୍ଗର ପିଲାଙ୍କ ଭଳି ସମସ୍ତ ପ୍ରକାର ସାମାଜିକ ଗୁଣରେ ଭରପୂର ଥିଲେ । ଲାପଟପ, କମ୍ପୁଟର, ସ୍ମାର୍ଟଫୋନ, ଅନଲାଇନରେ ଅଧିକ ସମୟ ବିତାଉଥିବା ପିଲାଙ୍କ ନିକଟରେ ସୋସିଆଆ ସ୍କିଲ କମ ରହୁଥିବାର ଅଭିଯୋଗ ଆସିବା ପରେ ଏହି ଅଧ୍ୟୟନ କରିବାକୁ ଓହିହର ପ୍ରଫେସରମାନେ ସ୍ଥିର କରିଥିଲେ । ତେବେ ଏହା ବ୍ୟବହାର କରୁଥିବା ପିଲା ନିଜ ଉପରେ ନିୟନ୍ତ୍ରଣ ଅଧିକ ରଖିଥିଲେ । ଅଯଥାରେ କ୍ରୋଧ ପ୍ରକାଶ ଅବା ମାନସିକ ଅବସାଦର ଶିକାର ହୋଇନଥିଲେ ।

ଏପରିକି ଏହି ନୂଆ ଯୁବପିଢିଙ୍କ ନିଜ ଉପରେ ନିୟନ୍ତ୍ରଣର କଳା ଅନ୍ୟମାନଙ୍କଠାରୁ ଅଧିକ ଥିଲା । ସେମାନେ କୌଣସି କାର୍ଯ୍ୟ କରିବା ସମୟରେ ଅଧିକ ସ୍ମାର୍ଟ ଓ ଆଗଭର ହେଉଥିଲେ । ସେମାନେ ବୁଝିଥିଲେ ଯେ ଉତ୍ତମ ସାମାଜିକ ସମ୍ପର୍କ ହିଁ ସୋସାଇଟିରେ ବଢିବାର ଏକ ନୂଆ ଦିଗ । ଏହା ବିନା କୌଣସି ପ୍ରକାର କାର୍ଯ୍ୟରେ ଅଗ୍ରଗତି ଅସମ୍ଭବ ।

ABOUT THE AUTHOR

...view details