ଓଡିଶା

odisha

By

Published : Jul 19, 2020, 1:18 AM IST

ETV Bharat / international

ସ୍କାଇପ ଆଇଓଏସ ଆପ୍‌ରେ ନୂଆ ବ୍ୟାକଗ୍ରାଉଣ୍ଡ ବ୍ଲର ଫିଚର

ଗ୍ଲୋବାଲ କମ୍ୟୁନିକେଶନ ପ୍ଲାଟଫର୍ମ ସ୍କାଇପରେ ଆଇଓଏସ ଡିଭାଇସ ପାଇଁ ଆସିଛି ନୂଆ ଫିଚର । ଆଇଫୋନ ଓ ଆଇପ୍ୟାଡ ପାଇଁ ଲଞ୍ଚ ହୋଇଥିବା ସ୍କାଇପର ମୋବାଇଲ ଆପ୍‌ରେ ଏହି ନୂଆ ଫିଚର ଯୋଡି ହୋଇଛି । ଯାହା ଦ୍ବାରା ସ୍କ୍ରିନକୁ ଆଂଶିକ ବ୍ଲର କରିହେବ ।

new feature on skype, skype's new feature for ios device, skype latest news, latest technology news, ସ୍କାଇପରେ ନୂଆ ଫିଚର, ଆଇଓଏସ ଡିଭାଇସ ପାଇଁ ସ୍କାଇପର ନୂଆ ଫିଚର, ସ୍କାଇପ ଲାଟେଷ୍ଟ ନ୍ୟୁଜ୍‌, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌
ସ୍କାଇପ ଆଇଓଏସ ଆପ୍‌ରେ ନୂଆ ବ୍ୟାକଗ୍ରାଉଣ୍ଡ ବ୍ଲର ଫିଚର

ସାନ ଫ୍ରାନ୍ସିସ୍କୋ: ଗ୍ଲୋବାଲ କମ୍ୟୁନିକେଶନ ପ୍ଲାଟଫର୍ମ ସ୍କାଇପରେ ଆଇଓଏସ ଡିଭାଇସ ପାଇଁ ଆସିଛି ନୂଆ ଫିଚର । ଆଇଫୋନ ଓ ଆଇପ୍ୟାଡ ପାଇଁ ଲଞ୍ଚ ହୋଇଥିବା ସ୍କାଇପର ମୋବାଇଲ ଆପ୍‌ରେ ଏହି ନୂଆ ଫିଚର ଯୋଡି ହୋଇଛି । ଯାହା ଦ୍ବାରା ସ୍କ୍ରିନକୁ ଆଂଶିକ ବ୍ଲର କରିହେବ । ଅନ୍ୟ ଶବ୍ଦରେ କହିବାକୁ ଗଲେ ମାଇକ୍ରୋସଫ୍ଟ ଟିମ ଦ୍ବାରା ପ୍ରସ୍ତୁତ ହୋଇଥିବା ଏହି ନୂଆ ଫିଚର ଦ୍ବାରା ବ୍ୟାକଗ୍ରାଉଣ୍ଡ ବ୍ଲର କରିହେବ । ତେବେ କେବଳ ଆଇଓଏସ ନୁହେଁ ପିସିରେ ମଧ୍ୟ ଏହି ନୂଆ ଫିଚର ଯୋଡି ହୋଇଛି ।

ଏହି ଫିଚର କେବଳ ଆଇଓଏସ ପାଇଁ ପ୍ରାଥମିକ ସ୍ତରରେ ରୋଲ ଆଉଟ ହୋଇଥିବା ବେଳେ ଆଗାମୀ ଦିନରେ ଏହା ଆଣ୍ଡ୍ରଏଡ ଡିଭାଇସ ପାଇଁ ମଧ୍ୟ ଲଞ୍ଚ ହେବାର ସୂଚନା ରହିଛି । ସେପଟେ ମାତ୍ର କିଛି ସମୟ ପାଇଁ ଏହି ଫିଚରକୁ ପିସି ଓ ଡେସ୍କଟପ ଭର୍ସନ ପାଇଁ ରୋଲ ଆଉଟ କରାଯାଇଛି । ଏନେଇ ସୂଚନା ଦେଇଛି ଦି ଭର୍ଜ ।

ସ୍କାଇପର ଏହି ଲାଟେଷ୍ଟ ଫିଚର ପାଇଁ ୟୁଜର୍ସଙ୍କୁ ଆଇଫୋନ କିମ୍ବା ଆଇପ୍ୟାଡରେ ସ୍କାଇପର ଲାଟେଷ୍ଟ ଭର୍ସନ ଡାଉନଲୋଡ କରିବାକୁ ହେବ । ଏହାଦ୍ବାରା ଭିଡିଓ କଲ ସମୟରେ ୟୁଜର୍ସ ବ୍ୟାକଗ୍ରାଉଣ୍ଡ ବ୍ଲରର ଅପ୍ସନ ପାଇପାରିବେ । ତେବେ ଏହି ଫିଚର ପ୍ରସ୍ତୁତ କରିବା ପାଇଁ ମାଇକ୍ରୋସଫ୍ଟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ)ର ବ୍ୟବହାର କରିଥିବା ଜଣା ପଡିଛି । ବୁକେହ ବୋଲି କୁହାଯାଉଥିହା ଏହି ଇଫେକ୍ଟ ବ୍ୟାକଗ୍ରାଉଣ୍ଡରେ ଥିବା କେଶ, ଅନ୍ୟ ମଣିଷ କିମ୍ବା ବସ୍ତୁ ଆଦିକୁ ବ୍ଲର କରିପାରେ । ଫଳରେ ଭିଡିଓ କଲରେ ୟୁଜରଙ୍କ ଉପରେ ଫୋକସ ହୋଇପାରିବ ।

ସମାନ ଭାବେ ଗୁଗୁଲର ଭିଡିଓ କନଫରେନ୍ସିଂ ସର୍ଭିସ ଗୁଗୁଲ ମିଟ୍‌ରେ ମଧ୍ୟ ଏହି ନୂଆ ଫିଚର ରୋଲ ଆଉଟ ହୋଇଛି । ଏହା ଆଣ୍ଡ୍ରଏଡ ୟୁଜର୍ସଙ୍କ ପାଇଁ ଗୁଗୁଲ ମିଟ୍‌ର 41.5 ଭର୍ସନରେ ଉପଲବ୍ଧ କରାଇଛି ଗୁଗୁଲ ।

@IANS

ABOUT THE AUTHOR

...view details