ଓଡିଶା

odisha

ETV Bharat / international

ୱାଶିଂଟନରେ ଦକ୍ଷିଣ କୋରିଆ ଓ ଆମେରିକା ଆଣବିକ ଦୂତଙ୍କ ଆଲୋଚନା - ଦକ୍ଷିଣ କୋରିଆ ଓ ଆମେରିକା ଆଣବିକ ଦୂତଙ୍କ ଆଲୋଚନା

ଉତ୍ତର ଓ ଦକ୍ଷିଣ କୋରିଆ ମଧ୍ୟ ବଢୁଥିବା ତିକ୍ତତାକୁ ନଜରରେ ରଖି ଶୁକ୍ରବାର ୱାଶିଂଟନରେ ଆମେରିକା ଓ ଦକ୍ଷିଣ କୋରିଆ ଆଣବିକ ଦୂତଙ୍କ ମଧ୍ୟରେ ଆଲୋଚନା ଅନୁଷ୍ଠିତ ହୋଇଛି ।

s.korea-america meeting, s.korea-america nuclear envoys meet, north-south korea clash, ଦକ୍ଷିଣ କୋରିଆ-ଆମେରିକା ଆଲୋଚନା, ଦକ୍ଷିଣ କୋରିଆ ଓ ଆମେରିକା ଆଣବିକ ଦୂତଙ୍କ ଆଲୋଚନା, ଉତ୍ତର-ଦକ୍ଷିଣ କୋରିଆ ବିବାଦ
ୱାଶିଂଟନରେ ଦକ୍ଷିଣ କୋରିଆ ଓ ଆମେରିକା ଆଣବିକ ଦୂତଙ୍କ ଆଲୋଚନା

By

Published : Jun 20, 2020, 12:11 PM IST

ୱାଶିଂଟନ: ଉତ୍ତର ଓ ଦକ୍ଷିଣ କୋରିଆ ମଧ୍ୟ ବଢୁଥିବା ତିକ୍ତତାକୁ ନଜରରେ ରଖି ଶୁକ୍ରବାର ୱାଶିଂଟନରେ ଆମେରିକା ଓ ଦକ୍ଷିଣ କୋରିଆ ଆଣବିକ ଦୂତଙ୍କ ମଧ୍ୟରେ ଆଲୋଚନା ଅନୁଷ୍ଠିତ ହୋଇଛି । ସମ୍ପୃକ୍ତ ମାମଲାରେ ଆଲୋଚନା କରିବା ପାଇଁ ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ସ୍ବତନ୍ତ୍ର ଭାବେ ପେନିନସୁଲା ଶାନ୍ତି ଚୁକ୍ତି ଓ ସୁରକ୍ଷା ବ୍ୟାପାର ବିଭାଗର ପ୍ରତିନିଧି ଭାବେ ଲିଡୋ ହୁନଙ୍କୁ ପଠାଯାଇଥିଲା ।

ବୈଠକ କେଉଁ ସ୍ଥାନରେ ହୋଇଥିବା ତାହାକୁ ସମ୍ପୂର୍ଣ୍ଣ ଗୁପ୍ତ ରଖାଯାଇଥିବା ବେଳେ ବୈଠକ ପୂର୍ବରୁ ଓ ପରେ ଲି ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେବା ପାଇଁ ମନା କରିଦେଇଥିଲେ । ସେପଟେ ବୈଠକରେ ଆମେରିକାର ପ୍ରତିନିଧିତ୍ବ କରିଥିଲେ ରାଜ୍ୟ ଉପସଚିବ ଷ୍ଟିଫେନ ବୈଗନ । ଉତ୍ତର ଓ ଦକ୍ଷିଣ କୋରିଆ ସୀମାରେ ପରିସ୍ଥିତି ଲଗାତାର ବିଗିଡିବାରେ ଲାଗିଥିବାରୁ ଏହି ଆଲୋଚନା ହୋଇଥିବା ଜଣା ପଡିଛି । ସେପଟେ ଏହି ଆଲୋଚନାକୁ ଗୁପ୍ତ ରଖିବା ପାଇଁ ଉଭୟ ରାଷ୍ଟ୍ର ଭରପୂର ଚେଷ୍ଟା କରିଥିବା ମଧ୍ୟ ଦେଖାଯାଇଥିଲା ।

ସୂଚନା ଅନୁଯାୟୀ ଦୁଇ ଦିନ ତଳେ ଉତ୍ତର କୋରିଆ କୈସଙ୍ଗସ୍ଥିତ ଅନ୍ତଃକୋରିଆନ ମିଳିତ ଯୋଗାଯୋଗ ଅଫିସକୁ ବିସ୍ଫୋରଣରେ ଧ୍ବଂସ କରିସାରିଛି । ଏଥିସହ ଆଗକୁ ସିଓଲ ଉପରେ ସୈନିକ ଆକ୍ରମଣ କରିବା ନେଇ ମଧ୍ୟ ଉତ୍ତର କୋରିଆ ଖୋଲା ଧମକ ଦେଇସାରିଛି ।

@IANS

ABOUT THE AUTHOR

...view details