ଓଡିଶା

odisha

ବାଗଦାଦରେ ପୁଣି ରକେଟ ମାଡ, 6 ଆହତ

ରବିବାର ମଧ୍ୟରାତ୍ରୀରେ ଇରାକର ରାଜଧାନୀ ବାଗଦାଦରେ ପୁଣି ରକେଟ ମାଡ଼ । ଆମେରିକା ଦୂତବାସଙ୍କୁ ଟାର୍ଗେଟ କରି ରକେଟ ମାଡ ହୋଇଥିବା ସନ୍ଦେହ କରାଯାଉଛି । ଏଥିରେ 6 ଜଣ ଆହତ ହୋଇଛନ୍ତି।

By

Published : Jan 6, 2020, 11:52 AM IST

Published : Jan 6, 2020, 11:52 AM IST

ବାଗଦାଦରେ ପୁଣି ରକେଟ ମାଡ, 6 ଆହତ
ବାଗଦାଦରେ ପୁଣି ରକେଟ ମାଡ, 6 ଆହତ

ବାଗଦାଦ: ଇରାକର ରାଜଧାନୀ ବାଗଦାଦରେ ପୁଣି ରକେଟ ମାଡ଼। ଆମେରିକା ଦୂତବାସଙ୍କୁ ଟାର୍ଗେଟ କରି ରକେଟ ମାଡ ହୋଇଛି। ରବିବାର ମଧ୍ୟରାତ୍ରୀରେ ବାଗଦାଦରେ ଥିବା ଆମେରିକା ଦୂତାବାସଙ୍କ ସରକାରୀ କାର୍ଯ୍ୟାଳୟ ‘ଗ୍ରୀନ ଜୋନ ହାଉସିଂ’ ଏବଂ ବୈଦେଶିକ ମିଶନ ଉପରେ ରକେଟ ମାଡ଼ ହୋଇଛି। ଏଥିରେ 6 ଜଣ ଆହତ ହୋଇଛନ୍ତି।

ଇରାକର ସେନା ଅଧିକାରୀଙ୍କ କହିବା କଥା ଯେ, ସରକାରୀ କୋଠା ଗ୍ରୀନ ଜୋନ ହାଉସିଂରେ 3ଟି ଏବଂ ଅଲ-ଜରିଆ ଅଞ୍ଚଳରେ ଅନ୍ୟ 3ଟି ରକେଟ ମାଡ ହୋଇଛି। ଏହାପୂର୍ବରୁ ବାଗଦାଦର ଅଲ-ଜରିଆ ଅଞ୍ଚଳରେ ଏବଂ ବଦଲ ଏୟାରବେସ ବାହାରେ ରକେଟ ମାଡ କରାଯାଇଛି ବୋଲି ଇରାକ ସେନାଧିକାରୀ କହିଛନ୍ତି।

କିଛିଦିନ ପୂର୍ବେ ଇରାନର ଆଇଜିସି କ୍ବାଡ୍ସ ଫୋର୍ସ କମାଣ୍ଡର କାସିନ ସୋଲୀମନୀକୁ ଆମେରିକା ଏୟାର ଷ୍ଟ୍ରାଇକ ମାଧ୍ୟମରେ ହତ୍ୟା କରିଥିଲା। ଏହି ଆକ୍ରମଣରେ କାସିନ ସୋଲିମନୀର ମୃତ୍ୟୁ ଘଟିଥିଲା। ଏହାପରେ ରବିବାର ପୁଣି ଇରାକର ଗ୍ରୀନ ଜୋନ ହାଉସିଂରେ ରକେଟ ମାଡ ହୋଇଛି। ଏଥିରେ ସାଧାରଣ ନାଗରିକଙ୍କର କୌଣସି କ୍ଷତି ହୋଇନଥିବା ଜଣାପଡିଛି।

ABOUT THE AUTHOR

...view details