ଓଡିଶା

odisha

By

Published : Oct 23, 2021, 10:26 AM IST

ETV Bharat / international

ଆମେରିକା ଏୟାର ଷ୍ଟ୍ରାଇକରେ ବରିଷ୍ଠ ଅଲକାଏଦା ନେତା ସଫା

ଉତ୍ତର-ପଶ୍ଚିମ ସିରିଆରେ ଆମେରିକାର ଏୟାର ଷ୍ଟ୍ରାଇକ । ଆକ୍ରମଣରେ ଅଲକାଏଦା ଆତଙ୍କୀ ସଙ୍ଗଠନର ଜଣେ ବରିଷ୍ଠ ନେତାଙ୍କ ମୃତ୍ୟୁ ଘଟିଥିବା ସୂଚନା । ଅଧିକ ପଢନ୍ତୁ...

ଆମେରିକା ଏୟାର ଷ୍ଟ୍ରାଇକରେ ବରିଷ୍ଠ ଅଲକାଏଦା ନେତା ସଫା
ଆମେରିକା ଏୟାର ଷ୍ଟ୍ରାଇକରେ ବରିଷ୍ଠ ଅଲକାଏଦା ନେତା ସଫା

ୱାଶିଂଟନ:ଆମେରିକା ଏୟାର ଷ୍ଟ୍ରାଇକରେ ଆଖି ବୁଜିଲା ଅଲକାଏଦା ନେତା । ଉତ୍ତର-ପଶ୍ଚିମ ସିରିଆରେ ଆମେରିକା ଏହି ଏୟାର ଷ୍ଟ୍ରାଇକ କରିଛି । ଯେଉଁଥିରେ ଅଲକାଏଦା ଆତଙ୍କୀ ସଙ୍ଗଠନର ଜଣେ ବରିଷ୍ଠ ନେତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ନାମ ଅବଦୁଲ ହମିଦ ଅଲ-ମତର । ଶୁକ୍ରବାର ଏନେଇ CENTCOM ମୁଖପାତ୍ର ମେଜର ଜନ୍ ରିଗସବୀ ସୂଚନା ଦେଇଛନ୍ତି ।

ତାଙ୍କ କହିବା ଅନୁଯାୟୀ, MQ-9 ଏୟାରକ୍ରାଫ୍ଟ ଦ୍ବାରା ଏହି ଏୟାରଷ୍ଟ୍ରାଇକ କରାଯାଇଥିଲା । ଏଥିରେ କୌଣସି ନାଗରିକ ମୃତାହାତ ହୋଇନାହାନ୍ତି । କେବଳ ଅଲକାଏଦାର ସେହି ବରିଷ୍ଠ ନେତାଙ୍କ ମୃତ୍ୟୁ ଘଟିଛି ।

ଆମେରିକା ବିରୁଦ୍ଧରେ ଅଲକାଏଦା ଆତଙ୍କୀ ସଙ୍ଗଠନର ଷଡଯନ୍ତ୍ର ଜାରି ରହିଛି । ବିଭିନ୍ନ ଆତଙ୍କୀ କାର୍ଯ୍ୟକଳାପ, ବାହ୍ୟ ସହଯୋଗୀଙ୍କ ସହ ସମନ୍ବୟ ରକ୍ଷା, ବିଭିନ୍ନ ବାହ୍ୟ ଅପରେସନ ପାଇଁ ଏହି ଆତଙ୍କୀ ସଙ୍ଗଠନ ସିରିଆକୁ ସୁରକ୍ଷିତ ସ୍ଥାନ ଭାବେ ବ୍ୟବହାର କରୁଛନ୍ତି । ଏପରିସ୍ଥଳେ ଅଲକାଏଦାର ଉକ୍ତ ବରିଷ୍ଠ ନେତାଙ୍କ ମୃତ୍ୟୁ ପରେ ଆତଙ୍କୀ ସଙ୍ଗଠନର ଆଗାମୀ ଷଡଯନ୍ତ୍ର ଏବଂ ଆକ୍ରମଣ ଯୋଜନା ଓ କ୍ଷମତା ବାଧାପ୍ରାପ୍ତ ହୋଇଥିବା ଆମେରିକା ମୁଖପାତ୍ର ଏକ ବିବୃତ୍ତି ଜରିଆରେ କହିଛନ୍ତି । ଏଥିସହ ଆମେରିକାକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଥିବା ଅଲକାଏଦା ସଙ୍ଗଠନ ଉପରେ ଆମେରିକା ନିଜର ଟାର୍ଗେଟ୍ ଜାରି ରଖିଛି ବୋଲି ସେ କହିଛନ୍ତି ।

@ANI

ABOUT THE AUTHOR

...view details