ୱାଶିଂଟନ: ପୋଲିସ ହେପାଜତରେ ଆଫ୍ରିକୀୟ-ଆମେରିକୀୟ ଜର୍ଜ ଫ୍ଲୋଏଡାଙ୍କ ମୃତ୍ୟୁକୁ ପରେ ସାରା ଆମେରିକାରେ ହିଂସା ଦେଖାଦେଇଛି । ପୁଣି ଜଣେ କୃଷ୍ଣକାୟ ଫ୍ଲୋଏଡଙ୍କ ପୋଲିସ ହେପାଜତରେ ମୃତ୍ୟୁ ଘଟିଛି । ଜମେଲ ଫ୍ଲୋଏଡ ନ୍ୟୁୟର୍କର ଫେଡେରାଲ ଜେଲରେ ସଜା କାଟୁଥିଲେ । ପୋଲିସର ପେପର ସ୍ପ୍ରେରେ ତାଙ୍କର ମୃତ୍ୟୁ ହୋଇଛି ।
ଆମେରିକା ଗଣମାଧ୍ୟମ ଅନୁସାରେ, ବ୍ରୁକଲିନ ର ମେଟ୍ରୋପୋଲିଟନ ନିରୋଧକ କେନ୍ଦ୍ରରେ 2019 ରୁ ଜୈମେଲ ଫ୍ଲୋଏଡ ବନ୍ଦୀ ଜୀବନ କାଟୁଥିଲେ । ବୁଧବାର ଦିନ ଫ୍ଲୋଏଡ ନିଜ କୋଠରୀରେ ବ୍ୟାରିକେଡ୍ ରଖି ଲୁହା ରଡରେ ଜେଲର କବାଟ ଭାଙ୍ଗିଥିବା ଅଭିଯୋଗ ହେଇଛି ।