ଓଡିଶା

odisha

ETV Bharat / international

Russian Oil Deal: ଋଷ ସହ ତେଲ ଡିଲ ଭାରତକୁ ଇତିହାସର ଭୁଲପୃଷ୍ଠାରେ ରଖିପାରେ - ଭାରତ ଋଷିଆ ତୈଳ ଡିଲ୍

ଋଷ୍ ସହ ଭାରତର ତୈଳ ଡିଲ ନେଇ ଆମେରିକାର ପ୍ରତିକ୍ରିୟା । ଏହି ପଦକ୍ଷେପ ବିଶ୍ବର ସର୍ବବୃହତ୍ ଗଣତନ୍ତ୍ରକୁ ଇତିହାସର ଭୁଲ ପକ୍ଷରେ ରଖିପାରେ । ଅଧିକ ପଢନ୍ତୁ

ଋଷ୍ ସହ ତେଲ ଡିଲ୍ ଭାରତକୁ ଇତିହାସର ଭୁଲ୍ ପକ୍ଷରେ ରଖିପାରେ
ଋଷ୍ ସହ ତେଲ ଡିଲ୍ ଭାରତକୁ ଇତିହାସର ଭୁଲ୍ ପକ୍ଷରେ ରଖିପାରେ

By

Published : Mar 16, 2022, 1:00 PM IST

ୱାସିଂଟନ: ୟୁକ୍ରେନରେ ଆକ୍ରମଣ କରିବା ପରେ ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ରମାନେ ଋଷ ଉପରେ କଠୋର ଆର୍ଥିକ କଟକଣା ଲଗାଇଛନ୍ତି । ଆମେରିକା ଓ ୟୁରୋପର ପ୍ରମୁଖ ତୈଳ କମ୍ପାନି ଋଷିଆରୁ ତେଲ କିଣିବା ବନ୍ଦ କରିଦେଇଛନ୍ତି । ତେଣୁ ଋଷିଆ ରିହାତି ଦରରେ ତେଲ ବିକିବାକୁ ଭାରତକୁ ପ୍ରସ୍ତାବ ଦେଇଛି ଏବଂ ଭାରତ ମଧ୍ୟ ଏହା ଉପରେ ବିଚାର କରୁଛି । ଏନେଇ ଋଷିଆରୁ ତୈଳ ଆମଦାନୀ ବ୍ୟାନ କରିଥିବା ଆମେରିକା କହିଛି, ଋଷର ରିହାତି ଅଫର୍ ଭାରତ ଗ୍ରହଣ କରିବା ଆମେରିକା ଦ୍ବାରା ଲାଗୁ କଟକଣାର ଉଲ୍ଲଙ୍ଘନ ହେଉନାହିଁ । ହେଲେ ଏହି ପଦକ୍ଷେପ ବିଶ୍ବର ସବୁଠୁ ବଡ ଗଣତାନ୍ତ୍ରିକ ରାଷ୍ଟ୍ରକୁ ଇତିହାସ ପୃଷ୍ଠାର ଭୁଲ୍ ପକ୍ଷରେ(wrong side of history) ରଖିବ ।

ଭାରତ ଋଷ୍‌ର ରିହାତି ଅଶୋଧିତ ତୈଳ ଅଫର୍ ସ୍ବୀକାର କରିପାରେ ବୋଲି ଏକ ପ୍ରଶ୍ନରେ ହ୍ୱାଇଟ୍ ହାଉସ ପ୍ରେସ୍ ସେକ୍ରେଟାରୀ ଜେନ୍ ସାକି(White House press secretary Jen Psaki) ଗଣମାଧ୍ୟମକୁ ଏହା କହିଛନ୍ତି । ସେ କହିଛନ୍ତି ଯେ, ଭାରତ ଋଷ୍ ଠାରୁ ତେଲ କିଣିଲେ ଏହା କଟକଣାର ଉଲ୍ଳଙ୍ଘନ କରୁଛି ବୋଲି ମୁଁ ଭାବୁନାହିଁ । ହେଲେ ୟୁକ୍ରେନରେ ଋଷିଆର ଧ୍ବଂସଲୀଳା ମଧ୍ୟରେ ଯେତେବେଳେ ଇତିହାସ ଲେଖା ଯାଉଛି, ସେହି ସମୟରେ ତୁମେ(ଭାରତ) କାହା ପକ୍ଷ ନେବାକୁ ଚାହୁଁଛ ସେ ବିଷୟରେ ପ୍ରଥମେ ଚିନ୍ତା କରିବା ଉଚିତ୍ ।

ଋଷୀୟ ନେତୃତ୍ବକୁ ସମର୍ଥନ କରିବାର ଅର୍ଥ ୟୁକ୍ରେନ ଆକ୍ରମଣକୁ ସମର୍ଥନ କରିବା । ଯଦିଓ ଭାରତ ୟୁକ୍ରେନ ଉପରେ ଋଷ୍‌ର ଆକ୍ରମଣକୁ ସମର୍ଥନ କରୁନାହିଁ ଏବଂ କୂଟନୀତିକ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଜୋର୍ ଦେଉଛି । ହେଲେ ଅନ୍ୟପଟେ ଋଷିଆ ବିରୋଧି ଜାତିସଂଘର ସବୁ ପ୍ରସ୍ତାବରୁ ମଧ୍ୟ ନିଜକୁ ବିରତ ରଖୁଛି । ଅର୍ଥାତ୍ ଭାରତ-ଋଷିଆ ତୈଳ ଡିଲ୍‌କୁ ଆମେରିକା ନାପସନ୍ଦ କରୁଥିବାର ଏଥିରୁ ସ୍ପଷ୍ଟ ହେଉଛି । ଭାରତୀୟ ବଂଶୋଦ୍ଭବ ଆମେରିକୀୟ କଂଗ୍ରେସ ସଦସ୍ୟ ଡ. ଅମି ବେରା ମଧ୍ୟ ଭାରତ ଋଷଠୁ ତୈଳ କିଣିବା ପାଇଁ ଚିନ୍ତା କରୁଥିବା ରିପୋର୍ଟ ଉପରେ ନିରାଶା ପ୍ରକଟ କରିଛନ୍ତି ।

ପ୍ରକାଶଥାଉ କି, ଗତ ସପ୍ତାହରେ ଋଷ୍ ଉପପ୍ରଧାନମନ୍ତ୍ରୀ ଆଲେକଜାଣ୍ଡାର ନୋଭାକ ଭାରତୀୟ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ପୁରୀଙ୍କୁ ଫୋନ୍ କରି ଋଷିଆ ଭାରତକୁ ପେଟ୍ରୋଲିୟମ ସାମଗ୍ରୀ ରପ୍ତାନୀ ବୃଦ୍ଧି କରିବାକୁ ଚାହୁଁଥିବା କହିଥିଲେ । ଭାରତ ଏହାର ତୈଳ ଆବଶ୍ୟକତାର ୮୦ ପ୍ରତିଶତ ଆମଦାନୀ ଯୋଗେ ପୂରଣ କରିଥାଏ । ଋଷିଆ ଠାରୁ ଏହା କେବଳ ୨ରୁ ୩ ପ୍ରତିଶତ କିଣି ଥାଏ ।

@ANI

ABOUT THE AUTHOR

...view details