ଓଡିଶା

odisha

ETV Bharat / international

ଆମେରିକାର ଗ୍ରାମାଞ୍ଚଳକୁ ଟାର୍ଗେଟ କରିଛି କୋରୋନା - ଆମେରିକାର ଗ୍ରାମାଞ୍ଚଳରେ କୋରୋନା

ଆମେରିକାରେ ଏବେ କୋରୋନା ମୃତ୍ୟୁସଂଖ୍ୟା ପ୍ରାୟ 1 ଲକ୍ଷ ପାଖାପାଖି ପହଞ୍ଚିଲାଣି । ତେବେ ୱାଶିଂଟନ, ନ୍ୟୁୟର୍କ, ମିଚିଗାନ ଓ ଲଉଇଜିଆନାର 14ଟି କାଉଣ୍ଟିରେ ଏହି ମୃତ୍ୟୁସଂଖ୍ୟାର ଅଧା ରହିଛି । ଅଧିକ ପଢନ୍ତୁ...

ଆମେରିକାର ଗ୍ରାମାଞ୍ଚଳକୁ ଟାର୍ଗେଟ କରିଛି କୋରୋନା
ଆମେରିକାର ଗ୍ରାମାଞ୍ଚଳକୁ ଟାର୍ଗେଟ କରିଛି କୋରୋନା

By

Published : May 27, 2020, 12:07 AM IST

ୱାଶିଂଟନ: ବର୍ତ୍ତମାନ ଆମେରିକାର ଗ୍ରାମାଞ୍ଚଳକୁ ଟାର୍ଗେଟ କରିଛି କୋରୋନା । ନୂଆ ରିପୋର୍ଟ ଅନୁସାରେ ଏବେ ସହର ଓ ମେଟ୍ରୋ ସିଟି ଅପେକ୍ଷା ଆମେରିକାର ଗାଁ ଅଞ୍ଚଳରେ ଅଧିକ କୋଭିଡ 19 ପଜିଟିଭ ଦେଖିବାକୁ ମିଳିଛି । ଏପରିକି ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ନ୍ୟୁୟର୍କ ଅପେକ୍ଷା ଏହିସବୁ ଜାଗାରେ କୋରୋନା ଆକ୍ରାନ୍ତ ଅଧିକ ରହିଛନ୍ତି ।

ଆମେରିକାରେ ଏବେ କୋରୋନା ମୃତ୍ୟୁସଂଖ୍ୟା ପ୍ରାୟ 1 ଲକ୍ଷ ପାଖାପାଖି ପହଞ୍ଚିଲାଣି । ତେବେ ୱାଶିଂଟନ, ନ୍ୟୁୟର୍କ, ମିଚିଗାନ ଓ ଲଉଇଜିଆନାର 14ଟି କାଉଣ୍ଟିରେ ଏହି ମୃତ୍ୟୁସଂଖ୍ୟାର ଅଧା ରହିଥିବା ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗ ଅଧିକାରୀ । ତେବେ ବର୍ତ୍ତମାନ ଏହି ସବୁ ସିଟି ଛାଡି ଗ୍ରାମାଞ୍ଚଳ ମୁହାଁ ହୋଇଛି କୋରୋନା । ବିଶେଷ କରି ଫାର୍ମଲାଣ୍ଡ ଯେଉଁଠାରେ ଅଧିକ ଗରିବ ଲୋକ ବାସ କରୁଛନ୍ତି ସେଠାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଅନୁନ୍ନତ ସ୍ବାସ୍ଥ୍ୟସେବା ଓ ଗାଇଡଲାଉନକୁ ଠିକ୍ ଭାବେ ନ ମାନିବା ଯୋଗୁଁ ସେଠାରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ଏହି ଅଞ୍ଚଳରେ ଆମେରିକାର 60 ମିଲିୟନ ଲୋକ ବାସ କରନ୍ତି । ଏଠାରେ ଅଧିକ କଳା ଲୋକ ବାସ କରନ୍ତି । ଏଠାରେ ଲୋକଙ୍କ ମଧ୍ୟରେ ଡାଇବେଟିସ ଓ ମେଦବହୁଳତା ଅଧିକ ପରିମାଣରେ ଦେଖାଯାଇଛି । ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ଏମାନଙ୍କୁ କୋଭିଡ 19 ଅଧିକ ଆଟାକ୍ କରିଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ଏହିସବୁ ଜାଗାରେ ଲୋକଙ୍କ ମଧ୍ୟରେ କୋରୋନାକୁ ନେଇ ଏତେ ସଚେତନତା ନାହିଁ ଯେଉଁଥିପାଇଁ ସେମାନେ ଏହି ମହାମାରୀର ଅଧିକ ଶିକାର ହେଉଛନ୍ତି । ଏହି ଅଞ୍ଚଳରେ ଅଧିକ ଜନସଂଖ୍ୟା ଥିବାରୁ ସମସ୍ତଙ୍କୁ ଟେଷ୍ଟ କରିବା ମଧ୍ୟ ଅସମ୍ଭବ ହୋଇପଡିଛି ।

ABOUT THE AUTHOR

...view details