ଲଣ୍ଡନ:କୋରୋନାରେ ଆକ୍ରାନ୍ତ ହେଲେ ୯୫ବର୍ଷିୟ ବ୍ରିଟେନ ମହାରାଣୀ ଏଲିଜାବେଥ-୨ । ବକିଙ୍ଗହମ୍ ପ୍ୟାଲେସ୍ ତରଫରୁ ଗତକାଲି (ରବିବାର) ଏହି ସୂଚନା ଦିଆଯାଇଛି । ମହାରାଣୀଙ୍କ ନିକଟରେ କୋଭିଡ୍-୧୯ର ଥଣ୍ଡା, କାଶ ପରି ସାମାନ୍ୟ ଲକ୍ଷଣ ଦେଖା ଦେଇଛି। ୯୫ ବର୍ଷୀୟ ମହାରାଣୀ ବର୍ତ୍ତମାନ ତାଙ୍କ ୱିଣ୍ଡସର୍ ପ୍ୟାଲେସରେ ରହୁଛନ୍ତି ଏବଂ ଆଗାମୀ କିଛି ଦିନ ପାଇଁ ସେ ଡାକ୍ତରଙ୍କ ପରାମର୍ଶରେ ସାଧାରଣ କାମ କରିବା ନେଇ ସୂଚନା ଦିଆଯାଇଛି ।
ବ୍ରିଟେନ ମହାରାଣୀ ଏଲିଜାବେଥ-୨ଙ୍କୁ କୋରୋନା - ବ୍ରିଟେନ୍ ମହାରାଣୀ ଏଲିଜାବେଥ-୨ଙ୍କୁ କରୋନା
କୋରୋନାରେ ଆକ୍ରାନ୍ତ ହେଲେ ବ୍ରିଟେନ ମହାରାଣୀ ଏଲିଜାବେଥ-୨ । ବକିଙ୍ଗହମ୍ ପ୍ୟାଲେସ୍ ତରଫରୁ ଗତକାଲି (ରବିବାର) ଏହି ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ
ରାଣୀ ଏଲିଜାବେଥ-୨ କୋରୋନାର ଟିକାର ୩ଟି ଯାକ ଡୋଜ ନେଇଥିବା ସତ୍ତ୍ବେ ମଧ୍ୟ କୋରୋନା ପଜିଟିଭ ହୋଇଛନ୍ତି । ବ୍ରିଟେନରେ ପ୍ରଚଳିତ ନିୟମ ଅନୁଯାୟୀ, ରାଣୀ ୧୦ ଦିନ ପର୍ଯ୍ୟନ୍ତ ଆଇସୋଲେସନରେ ରହିବେ । ଆଇସୋଲେସନରେ ରହି ସେ ନିଜର ଡ୍ୟୁଟି ଜାରି ରଖିବେ ବେଲି ବକିଙ୍ଗହମ୍ ପ୍ୟାଲେସ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି । କିଛି ଦିନ ପୂର୍ବରୁ ତାଙ୍କ ବଡ ପୁଅ ପ୍ରିନ୍ସ ଚାର୍ଲସ ଓ ବୋହୂ କାମିଲା ମଧ୍ୟ କୋରୋନା ଆକ୍ରାନ୍ତ ହୋଇଥିଲେ ।
ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିଟେନ୍ ମହାରାଣୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
TAGGED:
ବ୍ରିଟେନ୍ ମହାରାଣୀ ଏଲିଜାବେଥ-୨