ଓଡିଶା

odisha

ବାଗଦାଦରେ ଡ୍ରୋନ ଆକ୍ରମଣକୁ ନେଇ ଆମେରିକାରେ ପ୍ରଦର୍ଶନ

ଇରାକର ରାଜଧାନୀ ବାଗଦାଦରେ ଆମେରିକାର ଡ୍ରୋନ ଆକ୍ରମଣପରେ ସମ୍ପୂର୍ଣ୍ଣ ଆମେରିକାରେ ବିରୋଧର ସ୍ବର ଉଠୁଛି । ଏହା ବିରୋଧରେ ଆମେରିକାର ଅନେକ ସ୍ଥାନରେ ପ୍ରଦର୍ଶନ କରୁଛନ୍ତି ପ୍ରଦର୍ଶନକାରୀ ।

By

Published : Jan 5, 2020, 11:58 AM IST

Published : Jan 5, 2020, 11:58 AM IST

air raid in Baghdad
ଫାଇଲ ଫଟୋ

ୱାଶିଂଟନ: ଇରାକର ରାଜଧାନୀ ବାଗଦାଦରେ ଆମେରିକାର ଡ୍ରୋନ ଆକ୍ରମଣପରେ ସମ୍ପୂର୍ଣ୍ଣ ଆମେରିକାରେ ବିରୋଧର ସ୍ବର ଉଠୁଛି । ଏହା ବିରୋଧରେ ନ୍ୟୁୟର୍କର ଟାଇମ୍ସ ସ୍କ୍ବାୟର ସମେତ ପୁରା ଦେଶରେ ବଡ ସଂଖ୍ୟାରେ ଏକଜୁଟ ହୋଇଛନ୍ତି ପ୍ରଦର୍ଶନକାରୀ । ସେମାନେ ଇରାକ ଉପରେ ହେଉଥିବା ଏହି ଆକ୍ରମଣର ବିରୋଧ କରିଛନ୍ତି । ଏହାଦ୍ବାରା ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦର୍ଶାଇ ଇରାକ ଉପରେ ବୋମାମାଡ ନ କରିବାକୁ ଦାବି କରିଛନ୍ତି ପ୍ରଦର୍ଶନକାରୀ ।

ଅଧିକାଂଶ ବିରୋଧ ପ୍ରଦର୍ଶନ 'ଉତ୍ତର ମେଣ୍ଟ' ସଂସ୍ଥା ଦ୍ବାରା ଆୟୋଜନ କରାଯାଉଛି । ଏହି ସଂସ୍ଥା 9/11 ଆକ୍ରମଣ ପରେ ଆରମ୍ଭ ହୋଇଥିଲା ।

ସୂଚନାଯୋଗ୍ୟ ଯେ, ଗୁରୁବାର ମଧ୍ୟରାତ୍ରିରେ ଇରାକର ରାଜଧାନୀ ବାଗଦାଦ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ଆମେରିକା ଏୟାର ଷ୍ଟ୍ରାଇକ କରିଥିଲା । ଡ୍ରୋନ ଦ୍ବାରା କରାଯାଇଥିବା ଏହି ଆକ୍ରମଣରେ ଇରାନ ରିଭୋଲ୍ୟୁସନାରୀ ଗାର୍ଡର ଟପ୍ କମାଣ୍ଡର ଜେନେରାଲ କାସିମ ସୁଲେମାନୀ ସମେତ 8 ଜଣଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ଇରାନ ରାଷ୍ଟ୍ରପତି ହସନ ରୁହାନୀ ଆମେରିକାକୁ ଯୁଦ୍ଧ ଚେତାବନୀ ଦେଇଥିଲେ ।

ABOUT THE AUTHOR

...view details