ଓଡିଶା

odisha

ETV Bharat / international

ଆମେରିକାରେ ପୂର୍ବତନ ରାଷ୍ଟ୍ରପତିଙ୍କ ନାମ ହଟାଇବ ପ୍ରିନ୍ସଟନ ୟୁନିଭର୍ସିଟି - ପ୍ରିନ୍ସଟନ ୟୁନିଭର୍ସିଟିରୁ ହଟିବ ପୂର୍ବତନ ରାଷ୍ଟ୍ରପତିଙ୍କ ନାମ

ଆମେରିକାରେ ତେଜିବାରେ ଲାଗିଥିବା ଜାତିଆଣ ବିରେଧୀ ଆନ୍ଦୋଲନ ପାଇଁ ଦେଶବାସୀଙ୍କ ମନରେ ଏବେ ବି କୁହୁଳୁଛି ନିଆଁ । ଏହାକୁ ନଜରରେ ରଖି ପ୍ରିନ୍ସଟନ ୟୁନିଭର୍ସିଟି ନିଜ ପବ୍ଲିକ ପଲିସି ସ୍କୁଲ ଓ ଏକ ଘରୋଇ କଲେଜରୁ ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ୱୁଡରୋ ୱିଲସନଙ୍କ ନାମ ହଟାଇଛି ।

american former president woodrow wilson, princeton university, former president's name to be removed from princeton university, princetob university latest news, ଆମେରିକା ପୂର୍ବତନ ରାଷ୍ଟ୍ରପତି ୱୁଡରୋ ୱିଲସନ, ପ୍ରିନ୍ସଟନ ୟୁନିଭର୍ସିଟି, ପ୍ରିନ୍ସଟନ ୟୁନିଭର୍ସିଟିରୁ ହଟିବ ପୂର୍ବତନ ରାଷ୍ଟ୍ରପତିଙ୍କ ନାମ, ପ୍ରିନ୍ସଟନ ୟୁନିଭର୍ସିଟି ଲାଟେଷ୍ଟ ନ୍ୟୁଜ୍‌
ଆମେରିକାରେ ପୂର୍ବତନ ରାଷ୍ଟ୍ରପତିଙ୍କ ନାମ ହଟାଇବ ପ୍ରିନ୍ସଟନ ୟୁନିଭର୍ସିଟି

By

Published : Jun 29, 2020, 9:57 AM IST

ୱାଶିଂଟନ: ଆମେରିକାରେ ତେଜିବାରେ ଲାଗିଥିବା ଜାତିଆଣ ବିରେଧୀ ଆନ୍ଦୋଲନ ପାଇଁ ଦେଶବାସୀଙ୍କ ମନରେ ଏବେ ବି କୁହୁଳୁଛି ନିଆଁ । ଏହାକୁ ନଜରରେ ରଖି ପ୍ରିନ୍ସଟନ ୟୁନିଭର୍ସିଟି ନିଜ ପବ୍ଲିକ ପଲିସି ସ୍କୁଲ ଓ ଏକ ଘରୋଇ କଲେଜରୁ ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ୱୁଡରୋ ୱିଲସନଙ୍କ ନାମ ହଟାଇଛି । ୱୁଡରୋ ବର୍ଣ୍ଣ ବୈଶମ୍ୟତାକୁ ନେଇ ଅନେକ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ତାଙ୍କ ନାମକୁ ଉଭୟ ଅନୁଷ୍ଠାନରୁ ହଟାଇବା ପାଇଁ ୟୁନିଭର୍ସିଟିର ଅଧିକାରୀମାନେ ନିଷ୍ପତ୍ତି ନେଇଛନ୍ତି ।

ଶୁ୍କ୍ରବାର ଏହି ପ୍ରସ୍ତାବ ନେଇ ୟୁନିଭର୍ସିଟି ବୋର୍ଡ ଟ୍ରଷ୍ଟିଙ୍କ ମଧ୍ୟରେ ମତଦାନ ପ୍ରକ୍ରିୟା ହୋଇଥିଲା । ଏଥରେ ବହୁମତରେ ଆମୋଦିତ ହୋଇ ପୂର୍ବତନ ରାଷ୍ଟ୍ରପତିଙ୍କ ନାମ ହଟାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି କ୍ରମରେ ପବ୍ଲିକ ସ୍କୁଲର ନୂଆ ନାମ ପ୍ରିନ୍ସଟନ ସ୍କୁଲ ଅଫ ପବ୍ଲିକ ଆଣ୍ଡ ଇଣ୍ଟରନ୍ୟାସନାଲ ଆଫେୟର ରହିବା ବେଳେ ଘରୋଇ କଲେଜଟି ପ୍ରଥମ କଲେଜ ବା ପ୍ରିନ୍ସଟନ ଘରୋଇ କଲେଜ ଭାବେ ନାମିତ ହେବ ।

ଏହାପୂର୍ବରୁ 2016 ମସିହାରେ ମଧ୍ୟ ୱୁଡରୋଙ୍କ ନାମ ହଟାଇବା ପାଇଁ କିଛି ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ଦାବି କରିଥିଲେ । ସେ ସମୟରେ ଏନେଇ ବିଚାର ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଏକଥା ଦବି ଯାଇଥିଲା । କିନ୍ତୁ ବର୍ତ୍ତମାନ ଦେଶରେ ନିଆଁ ପରି ବ୍ୟାପିବାରେ ଲାଗିଥିବା ଜାତିଆଣ ବିରୋଧି ନିଆଁ କେଉଁଠି ନା କେଉଁଠି ୱୁଡରୋଙ୍କ ମନ୍ତବ୍ୟକୁ ମଧ୍ୟ ବିରୋଧ କରିବାକୁ ପଛାଇବ ନାହିଁ । ଏମିତି ଛାତ୍ରଛାତ୍ରୀଙ୍କ ସମାନତାର ଶିକ୍ଷା ଦେବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଥିବା ୟୁନିଭର୍ସିଟି କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ।

ତେବେ ୟୁନିଭର୍ସିଟିରେ ୱୁଡରୋ ୱିଲସନ ପୁରସ୍କାର ବିତରଣ ଉପରେ ରୋକ ଲାଗି ନଥିବା ମଧ୍ୟ ସ୍ପଷ୍ଟ ହୋଇଛି ।

@IANS

ABOUT THE AUTHOR

...view details