ଓଡିଶା

odisha

‘ସୋସିଆଲ ମିଡିଆରେ କୋଭିଡ ଟିକା ନେଇ ସୃଷ୍ଟି ହେଉଛି ଗୁଜବ’

ପ୍ରିନ୍ସ ୱିଲିୟମ ଓ ପତ୍ନୀ ଡଚେସ୍ କ୍ୟାଥେରିନ ସମସ୍ତଙ୍କୁ କୋଭିଡ ଟିକା ନେବା ପାଇଁ ଆହ୍ବାନ ଦେଇଛନ୍ତି । ଏହାସହ ଟିକାକୁ ନେଇ ହେଉଥିବା ଗୁଜବଠାରୁ ଦୂରେଇ ରହିବାକୁ ସେ ଅନୁରୋଧ କରିଛନ୍ତି । ଅଧିକ ପଢନ୍ତୁ...

By

Published : Mar 1, 2021, 11:15 AM IST

Published : Mar 1, 2021, 11:15 AM IST

ପ୍ରିନ୍ସ ୱିଲିୟମ ଓ ପତ୍ନୀ ଡଚେସ୍ କ୍ୟାଥେରିନ
ପ୍ରିନ୍ସ ୱିଲିୟମ ଓ ପତ୍ନୀ ଡଚେସ୍ କ୍ୟାଥେରିନ

ଲଣ୍ଡନ: ପ୍ରିନ୍ସ ୱିଲିୟମ ଓ ପତ୍ନୀ ଡଚେସ୍ କ୍ୟାଥେରିନ ସମସ୍ତଙ୍କୁ କୋଭିଡ ଟିକା ନେବା ପାଇଁ ଆହ୍ବାନ ଦେଇଛନ୍ତି । ଏହାସହ ଟିକାକୁ ନେଇ ହେଉଥିବା ଗୁଜବଠାରୁ ଦୂରେଇ ରହିବାକୁ ସେ ଅନୁରୋଧ କରିଛନ୍ତି । ଟିକା ବିଷୟରେ ପ୍ରଚାର କରାଯାଉଥିବା ଭୁଲ ତଥ୍ୟକୁ ଅଣଦେଖା କରିବାକୁ ମଧ୍ୟ ଲୋକଙ୍କୁ ଅନୁରୋଧ କରିଛନ୍ତି।

ପ୍ରିନ୍ସ କହିଛନ୍ତି, ‘ମୁଁ ଆଉ ମୋ ପତ୍ନୀଙ୍କ ପାଖରେ ଡାକ୍ତରୀ ଜ୍ଞାନ ନାହିଁ ସତ କିନ୍ତୁ ଆମେ ଏହାକୁ ସମର୍ଥନ କରୁଛୁ । ଆମେ ଅନେକ ଲୋକଙ୍କ ସହ ଟୀକାକରଣ ସମ୍ପର୍କରେ ଆଲୋଚନା କରିଛୁ । ସେମାନଙ୍କୁ ଟିକା ନେବା ପାଇଁ ଅନୁରୋଧ କରିଛୁ । ଏହାକୁ ଯୁବପିଢିଙ୍କ ପାଖରେ ପହଞ୍ଚେଇବା ଉଚିତ୍, ସେମାନଙ୍କୁ ସଚେତନ କରେଇବା ଜରୁରୀ । ଏହା ଯୁବପିଢିଙ୍କ ପାଇଁ ଜରୁରୀ ’ ।

ଏହାସହ ପତ୍ନୀ ଡଚେସ୍ କହିଛନ୍ତି, ‘ସୋସିଆଲ ମିଡିଆରେ ଭୁଲ ତଥ୍ୟ ମଧ୍ୟ ପ୍ରଚାର ହେଉଛି ତେଣୁ ଆମକୁ ଟିକେ ସତର୍କ ରହିବାକୁ ପଡିବ । ଆଶା କରେ ପରିଶେଷରେ ଏହା ସମସ୍ତଙ୍କୁ ଆଶ୍ବସ୍ତି ଆଣିଦେବ’। ପ୍ରିନ୍ସ ୱିଲିୟମ୍ ଗତ ଏପ୍ରିଲରେ କୋଭିଡ-19 ସଂକ୍ରମଣ ହୋଇଥିଲେ କିନ୍ତୁ ଏହି ସୂଚନାକୁ ସେ ଲୋକଲୋଚନକୁ ଆଣି ନଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details