ଲଣ୍ଡନ: ବୁଧବାର ବ୍ରିଟେନ ରାଜପରିବାରର ପ୍ରିନ୍ସ ହ୍ୟାରୀ ଓ ମେଘନା ମର୍କେଲଙ୍କ ପୁଅ ଆର୍କି ମାଉଣ୍ଟବେଟନ ୱିଣ୍ଡସରର ପ୍ରଥମ ଜନ୍ମଦିନ ପାଳନ ହୋଇଛି । କୋରୋନା ଯୋଗୁଁ ଧୂମଧାମରେ ଏହା ପାଳିତ ହୋଇନାହିଁ । କିନ୍ତୁ ଏଥିରେ ଜୁନିୟର ପ୍ରିନ୍ସ ଲୋକଙ୍କୁ ଏକ ମହତ କାର୍ଯ୍ୟ ପାଇଁ ଅନୁରୋଧ କରିଛନ୍ତି ।
ପ୍ରଥମ ବର୍ଥ ଡେରେ ଚ୍ୟାରିଟି ପାଇଁ ଜୁନିୟର ପ୍ରିନ୍ସଙ୍କ ଅନୁରୋଧ ନିଜ ପ୍ରଥମ ବର୍ଥ ଡେରେ ଆର୍କି ସମସ୍ତଙ୍କ କୋରୋନା ଭାଇରସରେ ପ୍ରଭାବିତ ପିଲାଙ୍କ ପାଇଁ ଫଣ୍ଡ ଦାନ କରିବାକୁ ଅନୁରୋଧ କରିଛନ୍ତି । ଭିଡିଓରେ ମେଘନାଙ୍କ କୋଳରେ ଆର୍କି ବସିଥିବାବେଳେ ନିଜ ଫେଭରିଟ ବୁକ ଡକ୍ ଓ ରାବିଟ ପଢୁଛନ୍ତି । ମେଘନାଙ୍କ ସ୍ବାମୀ ତଥା ଆର୍କିଙ୍କ ବାପା ପ୍ରିନ୍ସ ହ୍ୟାରୀ ଏହାର ସୁଟିଂ କରିବା ସହ ପୁଅକୁ ଚିଅର ଅପ କରୁଛନ୍ତି । ସେଭ ଦ ଚିଲଡ୍ରେନ ଚ୍ୟାରିଟିରେ ଦାନ କରିବା ନେଇ ଏହି ଭିଡିଓରେ ସେ ଘୋଷଣା କରିଛନ୍ତି । ପୂର୍ବରୁ ଇନଷ୍ଟାଗ୍ରାମରେ ଏହି ଭିଡିଓକୁ ଫଣ୍ଡ ସଂଗ୍ରହ ପାଇଁ ଅପଲୋଡ କରାଯାଇଥିଲା ।
ଚ୍ୟାରିଟି ପକ୍ଷରୁ ସହାୟତା ପାଇଁ ଉଭୟ ପ୍ରିନ୍ସ ହ୍ୟାରୀ ଓ ମେଘନାଙ୍କୁ ଧନ୍ୟବାଦ ଦିଆଯାଇଛି । ସଂସ୍ଥାର ୟୁକେ ଆକାଉଣ୍ଟରେ ଏଥିପାଇଁ ଏକ ଲେଖା ପ୍ରକାଶ କରି ଆର୍କିକୁ ଧନ୍ୟବାଦ ଦେବା ସହ ରାଜପରିବାରକୁ କୃତଜ୍ଞତା ଜଣାଇଛି ସଂସ୍ଥା । ଏହି ଭିଡିଓ ଆମେରିକାର ଲସ ଏଞ୍ଜେଲେସରେ ହ୍ୟାରୀଙ୍କ ନୂଆ ଘରେ ସୁଟିଂ ହୋଇଛି । ରାଜପରିବାର ସଦସ୍ୟ ଛାଡି ସେମାନେ ପ୍ରଥମେ କାନାଡାରେ ରହୁଥିବାବେଳେ କୋଭିଡ 19 ମହାମାରୀ ବ୍ୟାପିବାବେଳେ ଆମେରିକାକୁ ପଳାଇ ଆସିଥିଲେ । ତେବେ ନିଜ ଅଣନାତିର ଜନ୍ମଦିନ ଅବସରରେ ରାଣୀ ଏଲିଜାବେଥ୍ ଦ୍ବିତୀୟ ମଧ୍ୟ ବଙ୍କିଙ୍ଗହମ ପ୍ୟାଲେସ ଟ୍ବିଟର ଆକାଉଣ୍ଟରେ ଏକ ଫଟୋ ସହ ୱିସ କରିଛନ୍ତି ।
ଏହି ଫଟୋଟି ବର୍ଷେ ତଳର । ଯେବେ ଗତବର୍ଷ ମେ ମାସରେ ନବଜାତ ଆର୍କିକୁ କୋଳରେ ଧରିଥିଲେ ରାଣୀ ଏଲିଜାବେଥ୍ ଦ୍ବିତୀୟ । ରାଣୀଙ୍କର ଅଷ୍ଟମ ଅଣନାତି ହେଉଛି ଆର୍କି । ହ୍ୟାରୀଙ୍କ ଭାଇ ପ୍ରିନ୍ସ ଚାର୍ଲସ ଏବଂ ପତ୍ନୀ କେଟ୍ ମଧ୍ୟ ରାଜପରିବାରର ନୂଆ ପିଢିର ସଦସ୍ୟଙ୍କ ପ୍ରଥମ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି । ପ୍ରିନ୍ସ ହ୍ୟାରୀ ଓ ଚାର୍ଲସଙ୍କ ବାପାଙ୍କ ଟ୍ବିଟର ଆକାଉଣ୍ଟରେ ମଧ୍ୟ ଆର୍କିଙ୍କୁ ବର୍ଥ ଡେ ୱିସ କରାଯାଇଛି । ଆର୍କି ଗତବର୍ଷ ମେ 6ରେ ଜନ୍ମଲାଭ କରିଥିଲେ ।