ଓଡିଶା

odisha

ETV Bharat / international

US AND PRC ISSUE: କାଲି ବାଇଡେନ-ଜିନପିଙ୍ଗଙ୍କ ମଧ୍ୟରେ ଆଲୋଚନା - ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗଙ୍କ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗଙ୍କ ସହ ଆସନ୍ତାକାଲି କଥା ହେବେ । ଯୁକ୍ତରାଷ୍ଟ୍ର ଆମେରିକା ଏବଂ ପିପୁଲ୍ସ ରିପବ୍ଲିକ୍ ଅଫ୍ ଚାଇନା ମଧ୍ୟରେ ଯୋଗାଯୋଗର ଖୋଲା ରେଖା ବଜାୟ ରଖିବା ନେଇ କଥା ହେବେ ଦୁଇ ରାଷ୍ଟ୍ର ମୁଖ୍ୟ । ଅଧିକ ପଢନ୍ତୁ

US AND PRC ISSUE: ରାଷ୍ଟ୍ରପତି ବାଇଡେନ ଆସନ୍ତାକାଲି ଜିନପିଙ୍ଗଙ୍କ  ମଧ୍ୟରେ ଆଲୋଚନା
US AND PRC ISSUE: ରାଷ୍ଟ୍ରପତି ବାଇଡେନ ଆସନ୍ତାକାଲି ଜିନପିଙ୍ଗଙ୍କ ମଧ୍ୟରେ ଆଲୋଚନା

By

Published : Mar 17, 2022, 10:55 PM IST

ନୂଆଦିଲ୍ଲୀ:ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗଙ୍କ ସହ ଆସନ୍ତାକାଲି (ଶୁକ୍ରବାର) କଥା ହେବେ । ଯୁକ୍ତରାଷ୍ଟ୍ର ଆମେରିକା ଏବଂ ପିପୁଲ୍ସ ରିପବ୍ଲିକ୍ ଅଫ୍ ଚାଇନା ମଧ୍ୟରେ ଯୋଗାଯୋଗର ଖୋଲା ରେଖା ବଜାୟ ରଖିବା ନେଇ କଥା ହେବେ ଦୁଇ ରାଷ୍ଟ୍ର ମୁଖ୍ୟ । ତେବେ ଆଜି(ଗୁରୁବାର) ଏହା କହିଛନ୍ତି, ହ୍ବାଇଟ୍‌ ହାଉସ ପ୍ରସ୍‌ ସେକ୍ରେଟାରୀ ଜେନ ସାକି ।

ପୂର୍ବରୁ ରାଷ୍ଟ୍ରପତି ଜୋ ବାଇଡେନ ଓ ରାଷ୍ଟ୍ରପତି ଜି ଜିନପିଙ୍ଗ ଏହି ବିଷୟକୁ ନେଇ ନଭେମ୍ବର ୧୫ରେ ଭର୍ଚ୍ଚୁଆଲ ମାଧ୍ୟମରେ କଥା ହୋଇଥିଲେ । ଏଥିରେ ଦୁଇ ନେତା ଦୁଇ ଦେଶ ମଧ୍ୟରେ ସମ୍ପର୍କର ଜଟିଳ ପ୍ରକୃତି ଏବଂ ପ୍ରତିଯୋଗିତାକୁ ଦାୟିତ୍ବ ଭାବରେ ପରିଚାଳନା କରିବାର ଗୁରୁତ୍ବ ଉପରେ ଆଲୋଚନା କରିଥିଲେ । ମାତ୍ର ପୂର୍ବ ଆଲୋଚନା ପରି, ଦୁଇ ନେତା ଏହି କ୍ଷେତ୍ର ଗୁଡିକୁ ଉପରେ କଥା ହୋଇଥିଲେ ।

ସେହିପରି ଏଥିରେ ଆମର ଆଗ୍ରହ ସମାନ ଏବଂ ମୂଲ୍ୟ, ଏବଂ ଦୃଷ୍ଟିକୋଣ ଭିନ୍ନ ହୋଇଥାଏ । ରାଷ୍ଟ୍ରପତି ବାଇଡେନ ବିଭିନ୍ନ ପ୍ରସଙ୍ଗରେ ଆମର ଉଦ୍ଦେଶ୍ୟ ଏବଂ ପ୍ରାଥମିକତା ବିଷୟରେ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଖୋଲାଖୋଲି ଭାବରେ ଏବଂ ସରଳ ଭାବରେ କହିବାର ସୁଯୋଗକୁ ସ୍ବାଗତ କରିଥିଲେ ।

@ANI

ABOUT THE AUTHOR

...view details