ନୂଆଦିଲ୍ଲୀ: ଖୁବଶୀଘ୍ର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପାକିସ୍ତାନୀ ପିଏମ ଇମ୍ରାନ ଖାନଙ୍କ ସହ ସାକ୍ଷାତ କରିବେ।ଜମ୍ମୁ-କାଶ୍ମୀରରୁ ଧାରା 370 ହଟିବା ପରେ ବାରମ୍ବାର ମଧ୍ୟସ୍ଥତା କରିବା ନେଇ ଇଚ୍ଛା ପ୍ରକାଶ କରୁଥିବା ଟ୍ରମ୍ପ ଏବେ ଦୁଇ ଦେଶ ସହ ବୈଠକ କରିବେ । ସେପ୍ଟେମ୍ବର 22ରେ ମୋଦିଙ୍କ ଆମେରିକା ଗସ୍ତ ପୂର୍ବରୁ ଏହି ସାକ୍ଷାତ ଅନୁଷ୍ଠିତ ହୋଇପାରେ।
ମୋଦି ଓ ଇମ୍ରାନଙ୍କୁ ସାକ୍ଷାତ କରିବେ ଟ୍ରମ୍ପ - ପାକ୍ ପିଏମଙ୍କ ସହ ସାକ୍ଷାତ କରିବେ ଟ୍ରମ୍ପ
ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ଆମେରିକା ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦି ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହ ସାକ୍ଷାତ କରିବେ ବୋଲି କହିଛନ୍ତି।
ହ୍ବାଇଟ ହାଉସ ରିପୋର୍ଟ ଅନୁସାରେ, ଉଭୟ ଭାରତ ଓ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କରିବେ ରାଷ୍ଟ୍ରପତି ଟ୍ରମ୍ପ। ଆସନ୍ତା ସେପ୍ଟେମ୍ବର 22ରେ ହ୍ବାଇଟ ହାଉସରେ ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ଆୟୋଜିତ ‘ହାଉଡି ମୋଦି’ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଯେଉଁ କାର୍ଯ୍ୟକ୍ରମରେ ଟ୍ରମ୍ପ ସାମିଲ ହେବା ନେଇ ଗତ ସୋମବାର ଜଣାଇଥିଲେ।
ଏହି କାର୍ଯ୍ୟକ୍ରମରେ ମୋଦି ଓ ଟ୍ରମ୍ପଙ୍କ ମଧ୍ୟରେ ଥିବା ବ୍ୟକ୍ତିଗତ ସମ୍ପର୍କ ଦେଖିବାକୁ ମିଳିଛି । ଆଉ ଏହା ଦ୍ବାରା ଭାରତ ଓ ଆମେରିକାର ସମ୍ପର୍କ ହେବ ମଜଭୁତ । 21ରୁ 27 ସେପ୍ଟେମ୍ବର ଯାଏ ଆମେରିକାରେ ରହିବେ ପ୍ରଧାନମନ୍ତ୍ରୀ । ଯେଉଁଠି ସେ ଜାତିସଂଘର ସାଧାରଣ ପରିଷଦ ଦ୍ୱାରା ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗ ଦେବେ।