ୱାଶିଂଟନ: ସୈନ୍ୟ ଶକ୍ତି ପ୍ରଥମ ନୁହେଁ ବରଂ ଅନ୍ତିମ ଉପାୟର ସାଧନ ହେବା ଆବଶ୍ୟକ । ଅସ୍ତ୍ରଶସ୍ତ୍ରରେ ମହାମାରୀକୁ ମାତ୍ ଦିଆଯାଇପାରିବ ନାହିଁ । ଏହି ବିଜ୍ଞାନ ଓ ରାଜନୀତିର ସାମୁହିକ ଇଚ୍ଛାଶକ୍ତି ଦ୍ବାରା ସମ୍ଭବ । ଆଜି ଆତଙ୍କବାଦର ଚ୍ୟାଲେଞ୍ଜକୁ ସାମ୍ନା କରୁଥିବା ଜାତିସଂଘର ସାଧାରଣ ସଭା(UNGA)କୁ ସମ୍ବୋଧିତ କରି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ।
ଆଜି ଆମେରିକା 20 ବର୍ଷ ପୂର୍ବେ ଘଟିଥିବା 9/11 ଆକ୍ରମଣ ସମୟର ଦେଶ ନୁହେଁ । ପ୍ରଚାରପ୍ରସାରର ମୁକାବିଲା କରି ଆଜି ଆମେ ଅଧିକ ସୁସଜ୍ଜିତ ବୋଲି କହିଛନ୍ତି ବାଇଡେନ । ଆମେରିକା ରାଷ୍ଟ୍ରପତି କହିଛନ୍ତି, ଆତଙ୍କବାଦର ବିପଦକୁ ଆମେ ଜାଣୁ । ଗତ ମାସରେ କାବୁଲ ବିମାନବନ୍ଦରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ 13 ଜଣ ଆମେରିକୀୟ ସୈନିକଙ୍କୁ ହରାଇଛୁ । ଅନେକ ଆଫଗାନବାସୀଙ୍କୁ ହତ୍ୟା କରାଯାଇଥିଲା। ଯେଉଁମାନେ ଆମ ବିରୁଦ୍ଧରେ ଆତଙ୍କବାଦୀ କାର୍ଯ୍ୟକଳାପ କରନ୍ତି ସେମାନେ ଆମେରିକାରେ ଏକ ସ୍ଥାୟୀ ଶତ୍ରୁ ପାଇବେ ବୋଲି ଚେତାବନୀ ଦେଇଛନ୍ତି ବାଇଡେନ ।