ୱାଶିଂଟନ: ଆମେରିକା କୋରୋନା ଦ୍ବାରା ସର୍ବାଧିକ ପ୍ରଭାବିତ ହୋଇଛି । ଦେଶରେ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆମେରିକାରେ ସ୍ଥିତି ଅସମ୍ଭାଳ ରହିଛି । ଏଭଳି ବିପତ୍ତି ସତ୍ତ୍ବେ ଏଠାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି । ଏପ୍ରିଲରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଚାର ପାଇଁ 61 ମିଲିୟନ (ପ୍ରାୟ 462 କୋଟି ଟଙ୍କା) ସଂଗ୍ରହ କରିଛନ୍ତି । ଏଥି ସହିତ ଡେମୋକ୍ରାଟ ପାର୍ଟି ନେତା ଜୋ 60 ମିଲିୟନ ଆମେରିକୀୟ ଡଲାର (ପ୍ରାୟ 455 କୋଟି) ସଂଗ୍ରହ କରିବାରେ ସକ୍ଷମ ହୋଇଛନ୍ତି । ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ନଭେମ୍ବର 3ରେ ଅନୁଷ୍ଠିତ ହେବ ।
ଟ୍ରମ୍ପ ପୁଣିଥରେ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ । ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟ୍ସ ପାର୍ଟି ପାଇଁ ଜୋ ବିଡେନଙ୍କୁ ଜଣେ ଶକ୍ତିଶାଳୀ ପ୍ରାର୍ଥୀ ଭାବେ ବିବେଚନା କରାଯାଏ । ଅଗଷ୍ଟରେ ଅନୁଷ୍ଠିତ ହେବାକୁ ଥିବା ଡେମୋକ୍ରାଟିକ୍ ନ୍ୟାସନାଲ କନକ୍ଲେଭରେ ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷିତ କରାଯାଇପାରେ ।