ତାଇପେ: ତାଇୱାନର ରାଷ୍ଟ୍ରପତି ସାଇ ଇଙ୍ଗ-ୱେନ୍ ରେକର୍ଡ ରେଟିଂ ସହିତ ରାଷ୍ଟ୍ରପତି ଭାବରେ ତାଙ୍କର ଦ୍ବିତୀୟ କାର୍ଯ୍ୟକାଳ ଆରମ୍ଭ କରିଛନ୍ତି। ଏହି ସମୟରେ ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ ମଙ୍ଗଳବାର ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପମ୍ପିଓଙ୍କ ଅଭିନନ୍ଦନକୁ ଚୀନ୍ ଦୃଢ ବିରୋଧ କରିଛି। ଚୀନ୍ କହିଛି ଯେ ଏହା ଅତ୍ୟଧିକ ଭୁଲ ଏବଂ ବିପଜ୍ଜନକ ସାବ୍ୟସ୍ତ ହେବ ଆମେରିକା ପାଇଁ ।
ତାଇୱାନ ବିଜୟୀ ରାଷ୍ଟ୍ରପତିଙ୍କୁ ପୋମ୍ପିଓଙ୍କ ଅଭିନନ୍ଦନ, ଚୀନର ଧମକପୂର୍ଣ୍ଣ ଚେତାବନୀ - ତାଇୱାନ ଚୀନର ଧମକପୂର୍ଣ୍ଣ
ତାଇୱାନର ରାଷ୍ଟ୍ରପତି ସାଇ ଇଙ୍ଗ-ୱେନ୍ ରେକର୍ଡ ରେଟିଂ ସହିତ ରାଷ୍ଟ୍ରପତି ଭାବରେ ତାଙ୍କର ଦ୍ବିତୀୟ କାର୍ଯ୍ୟକାଳ ଆରମ୍ଭ କରିଛନ୍ତି। ଏହି ସମୟରେ ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ ମଙ୍ଗଳବାର ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପମ୍ପିଓଙ୍କ ଅଭିନନ୍ଦନକୁ ଚୀନ୍ ଦୃଢ ବିରୋଧ କରିଛି।
![ତାଇୱାନ ବିଜୟୀ ରାଷ୍ଟ୍ରପତିଙ୍କୁ ପୋମ୍ପିଓଙ୍କ ଅଭିନନ୍ଦନ, ଚୀନର ଧମକପୂର୍ଣ୍ଣ ଚେତାବନୀ Pompeo congratulations to Taiwan](https://etvbharatimages.akamaized.net/etvbharat/prod-images/768-512-7276795-thumbnail-3x2-photojpeg.jpg)
ଚୀନ୍ର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଆମେରିକାର ଏହି ପଦକ୍ଷେପ ଚୀନ୍ର ଆଭ୍ୟନ୍ତରୀଣ ବ୍ୟାପାରରେ ବାଧା ସୃଷ୍ଟି କରୁଛି। ଏହା ତାଇୱାନର ଶାନ୍ତି ପାଇଁ କ୍ଷତି ପହଞ୍ଚାଇବ | ପୋମ୍ପିଓ କହିଥିଲେ ଯେ ଆମେରିକା ତାଇୱାନକୁ ଏକ ଭଲ ଶକ୍ତି ଏବଂ ବିଶ୍ବରେ ଏକ ବିଶ୍ବସ୍ତ ଅଂଶୀଦାର ଭାବେ ଗ୍ରହଣ କରିଆସୁଛି |
ସୂଚନା ଯେ, ତାଇୱାନରେ ଚୀନର ଅଂଶଧନ ଅଛି | ତାଇୱାନ ଉପରେ ଆକ୍ରମଣ କରିବାକୁ ଚୀନ୍ କମ୍ୟୁନିଷ୍ଟ ପାର୍ଟି ଧମକ ଦେଇଛି। ତାଇୱାନର ବିରୋଧ ଯୋଗୁଁ ଚୀନ ବିଶ୍ବ ସ୍ବାସ୍ଥ୍ୟ ସଭାର ଅଂଶ ହୋଇପାରିବ ନାହିଁ। ଚୀନ୍ର ସର୍ତ୍ତ ଥିଲା ଯେ ତାଇୱାନକୁ ଚୀନ୍ ନୀତି ପାଳନ କରିବାକୁ ପଡିବ, କିନ୍ତୁ ତାଇୱାନ ଏହି ସର୍ତ୍ତକୁ ପ୍ରତ୍ୟାଖ୍ୟାନ କରିଛି। ତାଇୱାନରେ ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ୍ ପାର୍ଟି କ୍ଷମତାକୁ ଆସିବା ପରଠାରୁ ଚୀନ୍ ସହିତ ସମ୍ପର୍କ ଖରାପ ରହିଛି ।