ଓଡିଶା

odisha

ETV Bharat / international

ଦଙ୍ଗା, ରାତି ଅଧିଆ ଚୋରି; 100 ଜଣଙ୍କୁ ବାନ୍ଧି ନେଲା ଚିକାଗୋ ପୋଲିସ - police-arrest-100-people in-chicago

ଆମେରିକାର ଚିକାଗୋ ସହରରେ ରାତାରାତି ଲୁଟ ଓ ଦଙ୍ଗା ସମୟରେ ପ୍ରାୟ 100 ଜଣଙ୍କୁ ଅଟକ ରଖାଯାଇଛି। ଏବଂ ଘଟଣାରେ ପ୍ରାୟ 12ରୁ ଅଧିକ ପୋଲିସ କର୍ମଚାରୀ ଆହତ ହୋଇଛ।

sଦଙ୍ଗା, ରାତି ଅଧିଆ ଚୋରି; 100 ଜଣଙ୍କୁ ବାନ୍ଧି ନେଲା ଚିକାଗୋ ପୋଲିସ
sଦଙ୍ଗା, ରାତି ଅଧିଆ ଚୋରି; 100 ଜଣଙ୍କୁ ବାନ୍ଧି ନେଲା ଚିକାଗୋ ପୋଲିସ

By

Published : Aug 11, 2020, 7:47 AM IST

ଚିକାଗୋ: ଆମେରିକାର ଚିକାଗୋ ସହରରେ ରାତାରାତି ଲୁଟ ଓ ଦଙ୍ଗା ସମୟରେ ପ୍ରାୟ 100 ଜଣଙ୍କୁ ଅଟକ ରଖାଯାଇଛି। ଘଟଣାରେ ପ୍ରାୟ 12ରୁ ଅଧିକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ବୋଲି ପୋଲିସ ଅଧୀକ୍ଷକ ଡେଭିଡ ବ୍ରାଉନ ସୋମବାର ଗଣମାଧ୍ୟମକୁ କହିଛନ୍ତି।

ବ୍ରାଉନ୍ କହିଛନ୍ତି ଯେ, ଘଟଣାରେ 100 ଜଣ ଲୁଟେରାଙ୍କୁ ଗିରଫ କରିଛୁ। ଅନେକ ଅଧିକାରୀ ଆହତ ହୋଇଛନ୍ତି। ପୋଲିସଙ୍କ ଉପରକୁ ଗୁଳି ଚଳାଇବା ସହ ଏକ ବୋତଲରେ ଆଘାତ କରାଯାଇଥିଲା। ପାଖାପାଖି 13 ଜଣ ଅଧିକାରୀ ଏଥିରେ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଆମେରିକାର ଚିକାଗୋ ସହରରେ ସୋମବାର ମଧ୍ୟରାତ୍ରି ପରେ ବ୍ୟାପକ ଲୁଟ୍ ଓ ଦଙ୍ଗା ଆରମ୍ଭ ହୋଇଥିଲା। ବ୍ରାଉନ କହିଛନ୍ତି ଯେ ରବିବାରର ଘଟଣାକୁ ନେଇ ଭୁଲ ତଥ୍ୟ ହେତୁ ଏହି ହିଂସା ଆରମ୍ଭ ହୋଇଥିଲା।

ବ୍ରାଉନ କହିଛନ୍ତି ଯେ, ଗିରଫରୁ ରକ୍ଷା ପାଇବାକୁ ଚେଷ୍ଟା କରୁଥିବା ଜଣେ ଅପରାଧୀ ଉପରକୁ ପୋଲିସ ଗୁଳି ଚଳାଇବା ପରେ ରବିବାର ଦିନ ଏହି ଅଶାନ୍ତି ଆରମ୍ଭ ହୋଇଥିଲା। ଏହି ସମୟରେ ଅନେକ ଲୋକ ଏକତ୍ରିତ ହୋଇ ପଡିଥିବା ବେଳେ ଲୋକଙ୍କୁ ଦୂରେଇ ରଖିବାକୁ ପୋଲିସ ଚେଷ୍ଟା କରିଥିଲା। ଏହାର କିଛି ସମୟ ପରେ ଏହି ଦଙ୍ଗା ଆରମ୍ଭ ହୋଇଯାଇଥିଲା।

ଅନ୍ୟପଟେ ବହୁତ ଗୁଡେ ସୋସିଆଲ ମିଡିଆ ଆକାଉଣ୍ଟ ଡାଉନ୍ ଟାଉନ୍ ଲୁଟ୍ କରିବାକୁ ଉତ୍ସାହିତ କରୁଛି। ଏହି ବିପଦର ମୁକାବିଲା ପାଇଁ 400 ଅଧିକାରୀଙ୍କୁ ଡାଉନ୍ ଟାଉନ୍ ଅଞ୍ଚଳକୁ ପଠାଯାଇଛି ବୋଲି ଅଧିକାରୀ ଜଣକ କହିଛନ୍ତି।

ଲୋକାଲ ଟେଲିଭିଜନ ଷ୍ଟେସନ ଏବଂ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଚିକାଗୋ ସହରର ଗୁଚି, ଲୁଇ ଭ୍ୟୁଟନ୍, ନର୍ଡଷ୍ଟ୍ରୋମ୍, ମେସି ଏବଂ ବେଷ୍ଟ ବାଇରେ ସମେତ ଶତାଧିକ ଦଙ୍ଗାକାରୀଙ୍କ ଲୁଟ୍ ଏବଂ ନଷ୍ଟ କରୁଥିବା ଭିଡିଓ ପୋଷ୍ଟ କରିଛନ୍ତି। ଖବର ଅନୁଯାୟୀ, ଗତ ସାତ ଦିନ ମଧ୍ୟରେ ଚିକାଗୋ ସହରରେ ନଅ ଜଣ ପୋଲିସ କର୍ମଚାରୀଙ୍କୁ ଗୁଳି କରାଯାଇଥିଲା।

ABOUT THE AUTHOR

...view details