ଓଡିଶା

odisha

ETV Bharat / international

ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ, ମୋଦି ମୋଦି ନାରାରେ କମ୍ପିଲା ୱାଶିଂଟନ - ଆମେରିକା ସିଇଓଙ୍କ ସହ କଥାହେବେ ମୋଦି

ଆମେରିକାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ବାଗତ ପାଇଁ ବିମାନବନ୍ଦରରେ ଶତାଧିକ ପ୍ରବାସୀ ଭାରତୀୟଙ୍କ ଭିଡ। ଅଧିକ ପଢନ୍ତୁ...

୫ ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ, ଆଜି CEO ଙ୍କ ସହ ସାକ୍ଷାତ
୫ ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ, ଆଜି CEO ଙ୍କ ସହ ସାକ୍ଷାତ

By

Published : Sep 23, 2021, 7:27 AM IST

Updated : Sep 23, 2021, 12:45 PM IST

ୱାଶିଂଟନ: ୫ଦିନିଆ ଆମେରିକା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି(ବୁଧବାର) ମୋଦି ଆମେରିକାରେ ପହଞ୍ଚି ଥିବାବେଳେ ଆଜି(ଗୁରୁବାର) ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ।

ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ, ମୋଦି ମୋଦି ନାରାରେ କମ୍ପିଲା ୱାଶିଂଟନ

ଆଜି ପ୍ରଧାନମନ୍ତ୍ରୀ ଆମେରିକାର ୫ଟି ନାମିଦାମୀ କମ୍ପାନିର ସିଇଓମାନଙ୍କୁ ସାକ୍ଷାତ କରିବେ । ଅର୍ଥନୈତିକ କ୍ଷେତ୍ରରେ ଏହି ଆଲୋଚନା ବେଶ୍ ଗୁରୁତ୍ବ ବହନ କରିବ । ସିଇଓମାନଙ୍କ ସହ ଆଲୋଚନା ପରେ ଆମେରିକା ଉପରାଷ୍ଟ୍ରପତି କମଲା ହାରିସଙ୍କ ସହ ମଧ୍ୟ କଥା ହେବେ ।

ଏହା ମଧ୍ୟ ପଢନ୍ତୁ:-ଆଜି ଆମେରିକା ଯିବେ ପ୍ରଧାନମନ୍ତ୍ରୀ: UNGA କୁ ସମ୍ବୋଧିତ କରିବେ, Quad ସମ୍ମିଳନୀରେ ଯୋଗଦେବେ

ତେବେ ପ୍ରଧାନମନ୍ତ୍ରୀ ମୋଦି ପହଞ୍ଚିବା ପରେ ଆମେରିକା ସମେତ ସେଠାରେ ଥିବା ପ୍ରବାସୀ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରିଛନ୍ତି । ଏହି ସମୟରେ ଭାରତର ଆମ୍ବାସଡର କରଣଜିତ ସିଂ ସନ୍ଧୁ, ପ୍ରତିରକ୍ଷା ସହ ଜଡିତ ଥିବା ବ୍ରିଗେଡିୟର ଅନୁପ ସିଂଘାଲ, ଏୟାର କମାଣ୍ଡର ଅଞ୍ଜନ ଭଦ୍ରା ଏଭଂ ନାଭାଲ ସହ ଜଡିତ ଥିବା କମାଣ୍ଡର ନର୍ଭୟ ବାପନ୍ନ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଛନ୍ତି । ଶତାଧିକ ଭାରତୀୟ ମୋଦିଙ୍କୁ ଭେଟିବା ପାଇଁ ବିମାନବନ୍ଦରରେ ଏକତ୍ରିତ ହୋଇଥିଲେ ।

ଏନେଇ ଟ୍ବିଟ ଯୋଗେ ଆମେରିକାରେ ଥିବା ପ୍ରବାସୀ ଭାରତୀୟଙ୍କୁ କୃତଜ୍ଞତା ଜଣାଇଛନ୍ତି ମୋଦି । ସେ କହିଛନ୍ତି ଯେ, 'ଆମେରିକାର ଡିସିରେ ଏହି ଭବନ୍ୟ ସାଗତ ପାଇଁ ଭାରତୀୟଙ୍କୁ କୃତଜ୍ଞତା । ବିଭିନ୍ନ ପ୍ରାନ୍ତରରେ ଆମର ଏକତ୍ରୀକରଣ ହେଉଛି ଆମ ଶକ୍ତି । ଭାରତର ଏହି ଏକତ୍ରୀକରଣକୁ ପୁଣି ସାରା ବିଶ୍ବ ଦେଖିଲା ।'

@ANI

Last Updated : Sep 23, 2021, 12:45 PM IST

ABOUT THE AUTHOR

...view details