ଓଡିଶା

odisha

ETV Bharat / international

କୋରୋନା ପାଇଁ 5 ଜି ଦାୟୀ ! ଟାୱାର ଜାଳିଲେ ଲୋକେ - କୋରୋନା ପାଇଁ 5 ଜି ଦାୟୀ !

କୋରୋନା ଭାଇରସର ମୁକାବିଲା ପାଇଁ ସମଗ୍ର ଦେଶ ଦିନ ରାତି କାର୍ଯ୍ୟ କରୁଛି । କୋରୋନା ପାଇଁ ବିଭିନ୍ନ କାରଣ ସାମନାକୁ ଆସୁଥିବାବେଳେ ଏବେ ବ୍ରିଟେନର ଏକ ଖବର ସାମନାକୁ ଆସିଛି । ଏଠାରେ ଲୋକେ ମାହାମାରୀ କୋରୋନା ପାଇଁ 5 ଜି କୁ ଦୋଷ ଦେଇଛନ୍ତି । ଅଧିକ ପଢନ୍ତୁ...

କୋରୋନା ପାଇଁ 5 ଜି ଦାୟୀ ! ଟାୱାର ଜାଳିଲେ ଲୋକେ
କୋରୋନା ପାଇଁ 5 ଜି ଦାୟୀ ! ଟାୱାର ଜାଳିଲେ ଲୋକେ

By

Published : Apr 9, 2020, 4:13 PM IST

ଲଣ୍ଡନ: ବ୍ରିଟେନରେ କୋରୋନା ସଂକ୍ରମଣ ରୋକିବାକୁ ନିୟୋଜିତ ଥିବା ଅଧିକାରୀଙ୍କ ପାଇଁ ଏବେ ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ଏଠାରେ ଲୋକମାନେ କୋରୋନା ଭାଇରସର ସୃଷ୍ଟିକୁ ନେଇ 5 ଜି କୁ ଦୋଷ ଦେଉଛନ୍ତି । ସେଥିପାଇଁ କିଛି ଲୋକ ମୋବାଇଲ ଇଞ୍ଜିନିୟରମାନଙ୍କୁ ଧମକ ମଧ୍ୟ ଦେଉଥିବା ଜଣାପଡିଛି । ଏମିତି କି ଲୋକମାନେ ମୋବାଇଲ ଟାୱାର ଗୁଡିକୁ ଜାଳି ଦେଉଥିବା ଦେଖିବାକୁ ମିଳିଛି ।

କ୍ୟାବିନେଟ ମନ୍ତ୍ରୀ ମାଇକେଲ ଗାଓ ଏହାକୁ ଖଣ୍ଡନ କରିଛନ୍ତି । ସେ ଏହାକୁ ମୂର୍ଖାମୀ ବୋଲି କହିଛନ୍ତି । ହେଲେ ମୋବାଇଲ ଟାୱାର ପୋଡିଦେଉଥିବା ହେତୁ ଲୋକଙ୍କ ସହ ଯୋଗାଯୋଗ କରିବାରେ ମଧ୍ୟ ଅସୁବିଧା ଦେଖାଦେଇଛି । ଏହାସହ କୋରୋନାକୁ 5 ଜି ସହ ଯୋଡି ସୋସିଆଲ ମିଡିଆରେ ଅନେକ ପୋଷ୍ଟର ମଧ୍ୟ ଦେଖିବାକୁ ମିଳିଛି । ତେବେ ଏବେ ଗୁଗୁଲ ମଧ୍ୟ ଏହି ମାମଲାରେ ଦଖଲ ଦେବ ବୋଲି ଜଣାପଡିଛି ।

ତେବେ ଏହାକୁ ନେଇ ବ୍ରିଟେନର ଜାତୀୟ ସ୍ବାସ୍ଥ୍ୟ ସଙ୍ଗଠନ ଏହାକୁ ସମ୍ପୂର୍ଣ୍ଣ ଭାବରେ ଏକ ମିଥ୍ୟା ଖବର ବୋଲି କହିଛନ୍ତି । ସେ କହିଛନ୍ତି ଯେ ମୋବାଇଲ ସେବା ଆମ ସମସ୍ତଙ୍କ ପାଇଁ ଜରୁରୀ । ଆଉ ଏହାକୁ କ୍ଷତି କରିବା ଦ୍ବାରା ଆମ ସ୍ବାସ୍ଥ୍ୟ ଉପରେ ଏହା ପ୍ରଭାବ ପକାଇବ । ସେପଟେ ଗୁଗୁଲ କହିଛି ଯେ ଏହି ଗୁଜବକୁ ପ୍ରଚାର କରାଯାଉଥିବା ସମସ୍ତ ଭିଡିଓ ଇଣ୍ଟରନେଟରୁ ହଟାଇ ଦିଆଯିବ ।

ABOUT THE AUTHOR

...view details