ନ୍ୟୁୟର୍କ: କୋରୋନା ଭାଇରସ ଯୋଗୁଁ 5 ଲକ୍ଷ 30 ହଜାର ଲୋକ ଏବେ ସୁଦ୍ଧା ସଂକ୍ରମିତ ହୋଇସାରିଲେଣି । ଏହାସହ 21 ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଲେଣି । ସରକାର ଏବେ ସ୍ଥିତି ସ୍ବାଭାବିକ କରିବାକୁ ଅହରହ ଚେଷ୍ଟା କରୁଛନ୍ତି । ସେପଟେ ଆମେରିକାରେ ହୋଇଥିବା ଏକ ସର୍ଭେ ଅନୁସାରେ ଏହା ଜଣାପଡିଛି ଯେ, ବୟସ୍କ ଲୋକଙ୍କ ଅପେକ୍ଷା ଯୁବକମାନେ କୋରୋନାକୁ ନେଇ ଅଧିକ ଚିନ୍ତିତ । 77 ପ୍ରତିଶତ ଲୋକ ପ୍ରତି ଦୁଇଘଣ୍ଟାରେ ହାତ ଧୋଉଛନ୍ତି । 52 ପ୍ରତିଶତ ଲୋକ ନାଇଟ କ୍ଲବ, ଓ 66 ପ୍ରତିଶତ ଲୋକ ବାର ଓ ରେସ୍ତୋରାଁ ଯିବା ବନ୍ଦ କରିଦେଇଛନ୍ତି । ଏମିତି କି 68 ପ୍ରତିଶତ ଲୋକ ହାତ ମିଶାଇବା ବି ବନ୍ଦ କରିଦେଇଛନ୍ତି ।
କୋରୋନା ଭୟ, ବୟସ୍କଙ୍କ ଅପେକ୍ଷା ଯୁବକ ଅଧିକ ଚିନ୍ତିତ - people between 18 to 24 years of age are worried about corona
ମହାମାରୀ କୋରୋନାର ବଶବର୍ତ୍ତୀ ବିଶ୍ବ । ଏହି କିଛିଦିନ ହେବ ଏହା ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଏପରିକି ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ରରେ ତାଣ୍ଡବ ରଚାଇବା ପରେ ଏବେ ଏକ ସର୍ଭେରୁ ଜଣାପଡିଛି ଯେ ଆମେରିକାରେ ବୟସ୍କ ଲୋକଙ୍କ ଅପେକ୍ଷା ଯୁବକମାନେ ଏହାକୁ ନେଇ ଅଧିକ ଚିନ୍ତିତ ।
ସର୍ଭେ କରିଥିବା ସଂସ୍ଥା ୱାଣ୍ଡରମ୍ୟାନ ଥମ୍ପସନ ଡାଟାର ମୁଖ୍ୟ ଗବେଷକ ମାର୍କ ଟ୍ରସଙ୍କ ଅନୁସାରେ ଆମେରିକାରେ ଗୋଟିଏ ସମୟରେ ଗୋଟିଏ ବିଷୟକୁ ନେଇ ସମସ୍ତେ ଚିନ୍ତା କରିଥାନ୍ତି । କିନ୍ତୁ କୋରୋନା ଭାଇରସ ଲୋକଙ୍କୁ ଏକାବେଳେ ତିନୋଟି ବିଷୟରେ ବାବିବାକୁ ବାଧ୍ୟ କରିଛି । ଯେଉଁଥିରେ ସାମିଲ ରହିଛି ସ୍ବାସ୍ଥ୍ୟ, ଚାକିରି ଓ ଇକୋନୋମି ସାମିଲ ରହିଛି । କୋରୋନା ସହ ଜଡିତ ସର୍ଭେ ରୁ ଏହା ଜଣାପଡିଛି ଯେ, ଚିନ୍ତା ସ୍ତର 36 ପ୍ରତିଶତ ବଢିଛି । ଲଗାତାର ମୃତ୍ୟୁ ହାର ବଢୁଥିବା ହେତୁ ୟୁବକଙ୍କୁ ବାବିବାକୁ ବାଧ୍ୟ କରିଛି । ତେବେ ସର୍ଭେରୁ ଜଣାପଡିଛି ଯେ, ନ୍ୟୁୟର୍କ, ନ୍ୟୁ ଜର୍ସୀ, କାଲିଫର୍ଣ୍ଣିଆ, ୱାସିଂଟନ ଓ ମିଶିଗନ ରାଜ୍ୟର ଯୁବକମାନେ ଅଧିକ ଚିନ୍ତାଗ୍ରସ୍ତ ହେଉଛନ୍ତି ।