ଓଡିଶା

odisha

ETV Bharat / international

ବିଶ୍ବ ବ୍ୟାଙ୍କ ଅଧ୍ୟକ୍ଷଙ୍କୁ ଭେଟିଲେ ଇମରାନ ଖାନ୍ - history of pak

ଆମେରିକାକୁ ତିନିଦିନିଆ ଗସ୍ତରେ ଯାଇଥିବା ଇମରାନ ଖାନ୍ ଗତ ରବିବାର ବିଶ୍ବ ବ୍ୟାଙ୍କ ଅଧକ୍ଷ ଡାଭିଡ୍ ମାଲପାସ୍ ଭେଟିଛନ୍ତି ।

ଫାଇଲ ଫଟୋ

By

Published : Jul 22, 2019, 12:34 PM IST

ୱାସିଂଟନ: ବିଶ୍ବ ବ୍ୟାଙ୍କ ଅଧକ୍ଷଙ୍କୁ ଭେଟିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ । ଆମେରିକାକୁ ତିନିଦିନିଆ ଗସ୍ତରେ ଯାଇଥିବା ଇମରାନ ଖାନ୍ ଗତ ରବିବାର ବିଶ୍ବ ବ୍ୟାଙ୍କ ଅଧକ୍ଷ ଡାଭିଡ୍ ମାଲପାସ୍ ସହ ଆଲୋଚନା କରିଛନ୍ତି ।

ଏହି ଆଲୋଚନାରେ ପାକ୍ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ସହ ପାକ୍ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସି ଏବଂ ବାଣିଜ୍ୟିକ ପରାମର୍ଶଦାତା ଅବଦୁଲ ରଜାକ ଦାଉଦ, ଅର୍ଥନୈତିକ ପରାମର୍ଶଦାତା ଅବଦୁଲ୍ ହଫିଜ୍ ଶୈଖ ଆଦି ଉପସ୍ଥିତ ଥିଲେ ।

ପ୍ରକାଶ ଥାଉକି, ପାକ୍ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ତିନିଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି । ସୋମବାର ଇମରାନ ଖାନଙ୍କ ସମେତ ପାକିସ୍ଥାନୀ ସେନା ମୁଖ୍ୟ କମର ଜାଭେଦ ବାଜବା ଏବଂ ଆଇଏସଆଇ ମୁଖ୍ୟ ଅସୀମ ମୁନିର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ । ତେବେ ଏହା ପାକିସ୍ତାନ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଯେଉଁଠି ପ୍ରଧାନମନ୍ତ୍ରୀଙ୍କ ସହ ଦୁଇ ପ୍ରମୁଖ ସେନା କମାଣ୍ଡର ଆମେରିକା ହ୍ବାଇଟ ହାଉସ ଯାଇଛନ୍ତି ।

ABOUT THE AUTHOR

...view details