ଲଣ୍ଡନ: ଆଜି ପ୍ରକାଶ ପାଇବ ଅକ୍ସଫୋର୍ଡ କୋରୋନା ଟିକାର ଟ୍ରାଏଲ ରେଜଲ୍ଟ । ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଏଷ୍ଟ୍ରୋଜେନେସା ମିଳିତ ସହଯୋଗରେ ବିକଶିତ କରାଯାଇଥିବା କୋରୋନା ଟିକାର ପ୍ରାରମ୍ଭିକ ପରୀକ୍ଷଣ ରେଜଲ୍ଟ ଆଜି ପ୍ରକାଶ ପାଇବ ।
ଆଜି ଆସିବ ଅକ୍ସଫୋର୍ଡ କୋଭିଡ ଭ୍ୟାକ୍ସିନ ପରୀକ୍ଷଣର ଫଳାଫଳ - ଅକ୍ସଫୋର୍ଡ ୟୁନିଭରସିଟି
ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଏଷ୍ଟ୍ରୋଜେନେସା ମିଳିତ ସହଯୋଗରେ ବିକଶିତ କରାଯାଇଥିବା କୋରୋନା ଟିକାର ପ୍ରାରମ୍ଭିକ ପରୀକ୍ଷଣ ରେଜଲ୍ଟ ଆଜି ପ୍ରକାଶିତ ପାଇବ ।
ବିଶ୍ବର ପାଖାପାଖି 14 ମିଲିୟନ ଲୋକ କୋରୋନା ଆକ୍ରାନ୍ତ ଥିବାବେଳେ 6 ଲକ୍ଷରୁ ଅଧିକ ଲୋକ କୋରୋନାରେ ପ୍ରାଣ ହରାଇଲେଣି । ଏଭଳି ସ୍ଥିତିକୁ ନଜରରେ ରଖିଲେ କୋରୋନା ଟିକାର ବହୁମାତ୍ରାରେ ଆବଶ୍ୟକତା ରହିଛି । ଯାହା ଲୋକମାନଙ୍କୁ ଏହି ମାରାତ୍ମକ ଭାଇରସ କବଳରୁ ଲୋକଙ୍କୁ ରକ୍ଷା କରିବ ।
ଏହି ଟିକା ବର୍ତ୍ତମାନ ମାନବ ପରୀକ୍ଷଣର ତୃତୀୟ ଫେଜରେ ରହିଛି । ଯାହା ବ୍ରାଜିଲରେ ଚାଲିଛି । ଯଦି ରିପୋର୍ଟକୁ ବିଶ୍ବାସ କରାଯାଏ ତେବେ ଟିକାର ପ୍ରଥମ ମାନବ ପରୀକ୍ଷଣ ରେଜଲ୍ଟ ଭଲ ଆସିଥିଲା । ଯାହା କୋରୋନା ସଂକ୍ରମଣ ମୁକାବିଲା କରିବ ବୋଲି ଆଶା କରାଯାଉଛି । ତେବେ ଜୁଲାଇ 20 ଆର୍ଥାତ୍ ସୋମବାର ଟିକାର ପ୍ରାରମ୍ଭିକ ମାନବ ପରିକ୍ଷଣ ରେଜଲ୍ଟ ଏକ ପତ୍ରିକାରେ ପ୍ରକାଶ ପାଇବ ବୋଲି ପତ୍ରିକାର ମୁଖପାତ୍ର ରେଉଟର୍ସ କହିଛନ୍ତି । ତେବେ ଆସନ୍ତା ସେପ୍ଟେମ୍ବର ମାସ ସୁଦ୍ଧା ଅକ୍ସଫୋର୍ଡ ୟୁନିଭରସିଟି ସଫଳତାର ସହ କୋରୋନା ଟିକା ଉପଲବ୍ଧ କରିବା ଆଶଙ୍କା ରହିଛି । ତେବେ ଏନେଇ ସୂଚନା ଦେଇଛନ୍ତି ବର୍କସିରେ ରିସର୍ଚ୍ଚ ଏଥିକ୍ସ କମିଟି ଚେୟାରମ୍ୟାନ ଦାଭିଡ କାରପେଣ୍ଟର କହିଛନ୍ତି ।