ବ୍ରାସିଲିଆ: ବ୍ରାଜିଲରେ ଥମୁନି କୋରୋନା । ଦିନକୁ ଦିନ ସାଙ୍ଘାତିକ ହେବାରେ ଲାଗିଛି ସଂକ୍ରମଣ । ବିଶ୍ବରେ ଆମେରିକା ପରେ ବ୍ରାଜିଲରେ ରେକର୍ଡ ହେଉଛି ସର୍ବାଧିକ ମାମଲା । ଗତ 24 ଘଣ୍ଟାରେ ଦେଶରେ ପୁଣି 23000 ନୂତନ ମାମଲା ରିପୋର୍ଟ ହୋଇଛି । ସେହିଭଳି 24 ଘଣ୍ଟାରେ 600 ଜଣଙ୍କ ଜୀବନ ନେଇଛି ଘାତକ ଭାଇରସ ।
ଦେଶର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ, ଗତ 24 ଘଣ୍ଟାରେ 23, 284 ନୂତନ ମାମଲା ଚିହ୍ନଟ ପରେ ମୋଟ ସଂକ୍ରମିତ ମାମଲା 2,442, 375 ରେ ପହଞ୍ଚିଛି । ସେହିଭଳି 614 ଜଣଙ୍କ ମୃତ୍ୟୁ ପରେ 87 ହଜାର 618 କୁ ଛୁଇଁଛି । ଏହାର ଗୋଟିଏ ଦିନ ପୂର୍ବରୁ 24 ହଜାର 578ଟି ନୂତନ କୋରୋନା ମାମଲା ଚିହ୍ନଟ ,ହ 555 ଜଣଙ୍କ ଜୀବନ ଯାଇଥିଲା ।