ଓଡିଶା

odisha

ETV Bharat / international

ବାଇଡେନଙ୍କ ଉଦଘାଟନୀ ଉତ୍ସବରେ ନିୟୋଜିତ 150 ସୁରକ୍ଷାକର୍ମୀ କୋରୋନା ପଜିଟିଭ - COVID-19

ବାଇଡେନଙ୍କ ଉଦଘାଟନୀ ଉତ୍ସବରେ ବ୍ୟାପିଲା କୋରୋନା। ମୁତୟନ ହୋଇଥିବା 150 ଜାତୀୟ ସୁରକ୍ଷାକର୍ମୀ ପଜିଟିଭ୍ ଚିହ୍ନଟ। ଅଧିକ ପଢନ୍ତୁ...

ବାଇଡେନଙ୍କ ଉଦଘାଟନୀ ଉତ୍ସବରେ ନିୟୋଜିତ 150 ସୁରକ୍ଷାକର୍ମୀ କୋରୋନା ପଜିଟିଭ୍
ବାଇଡେନଙ୍କ ଉଦଘାଟନୀ ଉତ୍ସବରେ ନିୟୋଜିତ 150 ସୁରକ୍ଷାକର୍ମୀ କୋରୋନା ପଜିଟିଭ୍

By

Published : Jan 23, 2021, 5:39 PM IST

ୱାସିଂଟନ୍: ବାଇଡେନଙ୍କ ଉଦଘାଟନୀ ଉତ୍ସବରେ ବ୍ୟାପିଲା କୋରୋନା। ମୁତୟନ ହୋଇଥିବା 150 ଜାତୀୟ ସୁରକ୍ଷାକର୍ମୀ ପଜିଟିଭ୍ ଚିହ୍ନଟ। ଏନେଇ ୱାଲ ଷ୍ଟିଟ୍ ଜର୍ନାଲ ପକ୍ଷରୁ ସୂଚନା ମିଳିଛି। ଆମେରିକାର କ୍ୟାପିଟୋଲରେ ଜାନୁୟାରୀ 6 ଦଙ୍ଗା ପରେ ବାଇଡେନଙ୍କ ଉଦଘାଟନୀରେ ସୁରକ୍ଷା ଯୋଗାଇବା ପାଇଁ 150ଜଣ ସୌନ୍ୟ ନିୟୋଜିତ ଥିଲେ। ଯେଉଁମାନେ ପ୍ରାୟ 50,000 ଶକ୍ତିଶାଳୀ ନ୍ୟାସନାଲ ଗାର୍ଡ ଫୋର୍ସର ଏକ ଅଂଶ।

ରିପୋର୍ଟରେ କୁହାଯାଇଛି ଯେ, ପ୍ରାୟ 15,000 ନ୍ୟାସନାଲ ଗାର୍ଡ ସୈନ୍ୟଙ୍କୁ ବିଦାୟ ନେବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ 3,600 ଅଧିକ ଲୋକ ନିର୍ଦ୍ଦେଶକୁ ଅପେକ୍ଷା କରିଥିଲେ। ୱାସିଂଟନ୍ ଡିସିରେ ସୁରକ୍ଷା ନିଶ୍ଚିତ କରିବାରେ ଜାନୁଆରୀ ଶେଷ ପର୍ଯ୍ୟନ୍ତ ପ୍ରାୟ 7,000 ସୌନ୍ୟ ରହିବାକୁ କୁହାଯାଇଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି।

ଗୁରୁବାର ସନ୍ଧ୍ୟାରେ ଖବର ଆସିଥିଲା ଯେ, ଆମେରିକାର କ୍ୟାପିଟୋଲକୁ ଜଗି ରହିଥିବା ନ୍ୟାସନାଲ ଗାର୍ଡଙ୍କୁ ସିନେଟ ପାର୍କିଂ ଗ୍ୟାରେଜରେ ଶୋଇବାକୁ କୁହାଯାଇଥିଲା। ସୋସିଆଲ ମିଡିଆରେ ସେନାଙ୍କ ଏପରି ଚିକିତ୍ସା ବ୍ୟବସ୍ଥାକୁ ସମାଲୋଚନା କରାଯାଉଥିବାରୁ ନ୍ୟାସନାଲ ଗାର୍ଡ ସଦସ୍ୟଙ୍କୁ କ୍ୟାପିଟୋଲ ଏବଂ ନିକଟସ୍ଥ ହୋଟେଲକୁ ଆମନ୍ତ୍ରଣ କରାଯାଇଥିଲା।

ABOUT THE AUTHOR

...view details