ୱାଶିଂଟନ: ଚୀନପରେ ପ୍ରାୟ 162 ଦେଶକୁ ବ୍ୟାପିଲାଣି ମହାମାରୀ କୋରୋନା । ଆମେରିକାରେ ଏହି ରୋଗରେ ଗଲାଣି 2ଶହ ଲୋକଙ୍କ ଜୀବନ । ଆଉ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ବର୍ତ୍ତମାନ ଆମେରିକାରେ ମୋଟ 13,680ଙ୍କୁ ଚିହ୍ନଟ କରାଯାଇଛି ।
ଆମେରିକାରେ 13 ହଜାର କୋରୋନା ଚିହ୍ନଟ, 200 ମୃତ - ଆମେରିକା କୋରୋନା ଖବର
ଆମେରିକାରେ 13 ହଜାର କୋରୋନା ଚିହ୍ନଟ । ବର୍ତ୍ତମାନ ସୁଦ୍ଧା ଗଲାଣି 200 ମୁଣ୍ଡ । ଅଧିକ ପଢନ୍ତୁ...
ପ୍ରତିକାତ୍ମକ ଫଟୋ
ଗୋଟିଏ ଦିନ ପୂର୍ବରୁ 9,345 ରୋଗୀ ଚିହ୍ନଟ ହୋଇଥିଲା ବେଳେ ହଠାତ ରୋଗୀ ସଂଖ୍ୟାରେ ବୃଦ୍ଧି ଘଟିଛି । ମାର୍ଚ୍ଚ 11 ତାରିଖରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଏହାକୁ ମହାମାରୀ ଘୋଷଣା କରିଥିଲା । ସାରା ବିଶ୍ବରେ ଏହି ଭୂତାଣୁ 2,40,000 ଜଣ ସନ୍ଦିଗ୍ଧ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 9,800 ରହିଛି ।
@ANI