ଓଡିଶା

odisha

ETV Bharat / international

ଆମେରିକାରେ ଗୋଟିଏ ଦିନରେ ବିଶ୍ବର ସର୍ବାଧିକ କୋରୋନା ସଂକ୍ରମଣ ରେକର୍ଡ - corona virus

ଆମେରିକାରେ ଥମୁନି କୋରୋନା ଝଡ । ଦିନକୁ ଦିନ ଭୟାବହ ହେବାରେ ଲାଗିଛି କୋରୋନା । ତେବେ ଗତ 24 ଘଣ୍ଟାରେ ଆମେରିକାରେ 71 ହଜାରରୁ ଅଧିକ କୋରୋନା ପଜିଟିଭ ମାମଲା ରିପୋର୍ଟ ହୋଇଛି । ଅଧିକ ପଢନ୍ତୁ...

ଆମେରିକାରେ ଗୋଟିଏ ଦିନରେ ବିଶ୍ବର ସର୍ବାଧିକ କୋରୋନା ସଂକ୍ରମଣ ରେକର୍ଡ
ଆମେରିକାରେ ଗୋଟିଏ ଦିନରେ ବିଶ୍ବର ସର୍ବାଧିକ କୋରୋନା ସଂକ୍ରମଣ ରେକର୍ଡ

By

Published : Jul 11, 2020, 10:55 AM IST

ୱାଶିଂଟନ: ଆମେରିକାରେ କୋରୋନା ମହାମାରୀ ପ୍ରକୋପ ପ୍ରତ୍ୟେକ ଦିନ ନୂଆ ରେକର୍ଡ ଭାଙ୍ଗୁଛି । ଦୁନିଆର ଅଧିକାଂଶ କୋରୋନା ସଂକ୍ରମଣ ମାମଲା ଏଠାରେ ବୃଦ୍ଧି ପାଉଛି । ଗତ ଦୁଇମାସ ତୁଳନାରେ ଆମେରିକାରେ କୋରୋନା ସଂକ୍ରମଣ ସଂଖ୍ୟା ବର୍ତ୍ତମାନ ଦ୍ୱିଗୁଣିତ ହୋଇଛି, ଯଦିଓ ମୃତ୍ୟୁ ସଂଖ୍ୟା ବର୍ତ୍ତମାନ କମ ହେବାରେ ଲାଗିଛି ।

ଜନ ହପକିନ୍ସ ୟୁନିଭର୍ସିଟି ରିପୋର୍ଟ ମୁତାବକ, ଶୁକ୍ରବାର ଦେଶରେ 71 ହଜାରରୁ ଅଧିକ ନୂଆ ମାମଲା ରିପୋର୍ଟ ହୋଇଛି। ବିଶ୍ବରେ ପ୍ରଥମ ଥର ପାଇଁ କେଉଁ ଦେଶରେ ଏତେ ମାତ୍ରାରେ ସଂକ୍ରମଣ ମାମଲା ରିପୋର୍ଟ ହୋଇଛି। ତେବେ ଏଥିରେ 830 ଜଣଙ୍କର ମୃତ୍ୟୁ ହୋଇଛି ।

ଆମେରିକାରେ ଗୋଟିଏ ଦିନରେ ବିଶ୍ବର ସର୍ବାଧିକ କୋରୋନା ସଂକ୍ରମଣ ରେକର୍ଡ

ଯାହାକୁ ନେଇ ଆମେରିକାରେ କୋରୋନା ସଂକ୍ରମଣ ସଂଖ୍ୟା ଶନିବାର ସକାଳ ସୁଦ୍ଧା 31 ଲକ୍ଷ 84 ହଜାର 573କୁ ବୃଦ୍ଧି ପାଇଛି। ସମୁଦାୟ 1 ଲକ୍ଷ 34 ହଜାର 92 ଜଣଙ୍କର ମୃତ୍ୟୁ ହୋଇଛି। ତେବେ 14 ଲକ୍ଷ 54 ହଜାର ଲୋକ ମଧ୍ୟ ସୁସ୍ଥ ହୋଇଛନ୍ତି, ଯାହା ସମୁଦାୟ ସଂକ୍ରମିତଙ୍କ ମଧ୍ୟରୁ 45 ପ୍ରତିଶତ ଅଟେ । ସେହିପରି 16 ଲକ୍ଷ 99 ହଜାର ଲୋକ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି, ଯାହା ମୋଟ ସଂକ୍ରମିତ ଲୋକଙ୍କ ମଧ୍ୟରୁ 54 ପ୍ରତିଶତ ଅଟେ।

ଆମେରିକାର ନ୍ୟୁୟର୍କ ସିଟିରେ ସର୍ବାଧିକ 4 ଲକ୍ଷ 26 ହଜାର 16 ମାମଲା ରିପୋର୍ଟ ହୋଇଛି । ଏଥିରେ 32 ହଜାର 331 ସଂକ୍ରମିତଙ୍କର ମୃତ୍ୟୁ ହୋଇଛି। 71 ହଜାର 371 ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଏହା ପରେ, କାଲିଫର୍ଣ୍ଣିଆ, ନ୍ୟୁ ଜର୍ସି, ଟେକ୍ସାସ୍, ମାସାଚୁସେଟ୍ସ, ଇଲିନୋଇସ୍, ଫ୍ଲୋରିଡା ମଧ୍ୟ ଅଧିକ ପ୍ରଭାବିତ ହୋଇଛି ।

ABOUT THE AUTHOR

...view details