ୱାଶିଂଟନ୍: 20 ବର୍ଷ ପୂର୍ବେ, 9/11, ଆଜିର ଦିନରେ ହିଁ ଆମେରିକା ଉପରେ ହୋଇଥିଲା ଭୟଙ୍କର ଆକ୍ରମଣ । ଆଜି ବି ମନେ ପଡ଼ିଲେ ଥରିଉଠେ ପ୍ରାଣ । ତେବେ ବିଶ୍ବର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଉପରେ ଏହି ଆକ୍ରମଣ ସାରା ବିଶ୍ବକୁ ଥରାଇ ଦେଇଥିଲା। ଏନେଇ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ନିଜ ଟ୍ବିଟର ଆକାଉଣ୍ଟରେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ କହିଛନ୍ତି ଯେ, ‘ଆଜି ବି ଆମେରିକା ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ମନେପକାଉଛି । ଏକତା ହିଁ ଆମର ବଳ । ଆକ୍ରମଣରେ ଶହୀଦ ସୈନ୍ୟବାହିନୀକୁ ମଧ୍ୟ ବିଡେନ ପ୍ରଶଂସା କରିଛନ୍ତି।’
ତେବେ ସେପ୍ଟେମ୍ବର 11, 2001 ରେ ହୋଇଥିବା ଆକ୍ରମଣରେ ନ୍ୟୁୟର୍କ ସିଟି, ଆର୍ଲିଙ୍ଗଟନ୍, ଭର୍ଜିନିଆ ଏବଂ ଶାଂକ୍ସଭିଲେ, ପେନସିଲଭାନିଆ ଆଦି 90 ରୁ ଅଧିକ ଦେଶର 2,977 ଲୋକ ପ୍ରାଣ ହରାଇଥିଲେ ଏବଂ ହଜାର ହଜାର ଲୋକ ଆହତ ହୋଇଥିଲେ । ୨୦୦୧ ମସିହା ସେପ୍ଟେମ୍ବର ମାସ ୧୧ ତାରିଖରେ ଆମେରିକା ୱାର୍ଲ୍ଡ ଟ୍ରେଡ ସେଣ୍ଟର ଏବଂ ପେଣ୍ଟାଗନ ଉପରେ ଅଲ କାଏଦା ଭୟାନକ ଆକ୍ରମଣ ହୋଇଥିଲା।