ନ୍ୟୁୟର୍କ: ରାଷ୍ଟ୍ରପତି ନିର୍ବାଚନ ପାଇଁ ସରଗରମ ଆମେରିକାର ରାଜନୀତି ପାଣିପାଗ। ବିତର୍କ ସହ ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପରେ ବ୍ୟସ୍ତ ଉଭୟ ଦଳର ପ୍ରାର୍ଥୀ। ତେବେ ଏହି ଗରମ ମାହୋଲରୁ ସାମ୍ନାକୁ ଆସିଛି ଏକ ଚିତ୍ର। ଯେଉଁଥିରେ ଟ୍ରମ୍ପଙ୍କୁ ସମର୍ଥନ ଜଣାଇ ନିଲମ୍ବିତ ହୋଇଛନ୍ତି ପୋଲିସ କର୍ମଚାରୀ। ତେବେ ଡ୍ୟୁଟିରେ ଥିବାବେଳେ ଡୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ ଜଣାଇ ଥିବାରୁ ନ୍ୟୁୟର୍କର ଜଣେ ପୋଲିସ କର୍ମଚାରୀଙ୍କୁ ମାସେ ପାଇଁ ନିଲମ୍ବିତ କରାଯାଇଛି।
ମହଙ୍ଗା ପଡିଲା ଟ୍ରମ୍ପଙ୍କୁ ସମର୍ଥନ, ନିଲମ୍ବିତ ହେଲେ ପୋଲିସ କର୍ମଚାରୀ - nypd-officer-suspended-for-30-days
ଟ୍ରମ୍ଫଙ୍କୁ ସମର୍ଥନ ଜଣାଇ ନିଲମ୍ବିତ ହେଲେ ପୋଲିସ କର୍ମଚାରୀ। ତେବେ ଡ୍ୟୁଟିରେ ଥିବାବେଳେ ଡୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ ଜଣାଇ ଥିବାରୁ ନ୍ୟୁୟର୍କର ଜଣେ ପୋଲିସ କର୍ମଚାରୀଙ୍କୁ ମାସେ ପାଇଁ ନିଲମ୍ବିତ କରାଯାଇଛି। ଅଧିକ ଖବର ପଢନ୍ତୁ...
ନିଲମ୍ବିତ ପୋଲିସ କର୍ମଚାରୀ ଜଣକ ବାରମ୍ବାର 'ଟ୍ରମ୍ପ 2020' ବୋଲି କହୁଥିଲେ। ଏହାସହ ବିଭାଗୀୟ ଗାଡିର ଲାଉଡ ସ୍ପିକରରେ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରୁଥିବାରୁ ଏହି ପୋଲିସ ଅଧିକାରୀଙ୍କୁ ତୁରନ୍ତ ନିଲମ୍ବିତ କରାଯାଇଛି। ଯାହା ନିୟମ ବିରୁଦ୍ଧ ଅଟେ। ତେଣୁ ସେ ଅସୁବିଧାରେ ପଡ଼ିଲେ ବୋଲି ମୁଖପାତ୍ର ରବିବାର ସ୍ପୁଟନିକକୁ ସ୍ପଷ୍ଟ କରି କହିଛନ୍ତି । "
ନ୍ୟୁୟର୍କ ପୋଲିସ ବିଭାଗର (NYPD) ନୀତିରେ କୁହାଯାଇଛି ଯେ ଡ୍ୟୁଟିରେ ଥିବାବେଳେ ଆଇନ ଶୃଙ୍ଖଳା ଅଧିକାରୀଙ୍କୁ ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ଅନୁମତି ଦିଆଯାଇ ନାହିଁ। ଏଥିପାଇଁ କର୍ମଚାରୀ ଜଣକ ବିନା ଦରମାରେ 30 ଦିନ ପାଇଁ ନିଲମ୍ବିତ କରାଯାଇଛି । ଆଇନ ଶୃଙ୍ଖଳା ଅଧିକାରୀଙ୍କୁ ଚିହ୍ନଟ ନକରି କିମ୍ବା କୌଣସି ଅତିରିକ୍ତ ବିବରଣୀ ଦେଇନାହାଁନ୍ତି। NYPD ରବିବାର ଟ୍ୱିଟରରେ କହିଛି ଯେ ଘଟଣାର ତଦନ୍ତ କରାଯାଉଛି। NYPD ପାଟ୍ରୋଲିଂ ଗାଇଡ୍ ଡ୍ୟୁଟିରେ କିମ୍ବା ୟୁନିଫର୍ମରେ ଥିବାବେଳେ ଆଇନ ଶୃଙ୍ଖଳା ଅଧିକାରୀଙ୍କୁ ବ୍ୟକ୍ତିଗତ ଓ ରାଜନୈତିକ ମତ ପ୍ରକାଶ କରିବାକୁ ବାରଣ କରିଛି।