ଓଡିଶା

odisha

By

Published : Apr 7, 2020, 8:31 PM IST

ETV Bharat / international

ଖାଲି ହେଉଛି ଆଇସିୟୁ, ସୁସ୍ଥ ହେଉଛି ଆମେରିକା

କିଛି ଦିନ ତଳେ କୋରୋନା ପ୍ରଭାବରେ ଆମେରିକା ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ସତେ ଯେମିତି ଏବେ ଆମେରିକାବାସୀଙ୍କୁ ମିଳିଛି ସାମାନ୍ୟ ଆଶ୍ବସ୍ତି । ଗତ ଦୁଇ ଦିନ ଭିତରେ କମିଛି ଆକ୍ରାନ୍ତଙ୍କ ସଂଖ୍ୟା ଓ ଖାଲି ପଡିଛି ଆଇସିୟୁରେ ଭର୍ତ୍ତି ରେକର୍ଡ ।

COVID-19, coronavirus news, coronavirus update, corona in america, america fights covid-19, corona update in america, କୋରୋନା ଭାଇରସ ନ୍ୟୁଜ୍‌, କୋରୋନା ଭାଇରସ ଅପଡେଟ, ଆମେରିକାରେ କୋରୋନା, କୋରୋନା ମୁକାବିଲାରେ ଆମେରିକା, ଆମେରିକାରେ କୋରୋନା ଅପଡେଟ
ଖାଲି ହେଉଛି ଆଇସିୟୁ, ସୁସ୍ଥ ହେଉଛି ଆମେରିକା

ନ୍ୟୁୟର୍କ: ସୁଧୁରିବାରେ ଲାଗିଛି ମହାମାରୀର ପ୍ରକୋପ । କିଛି ଦିନ ତଳେ କୋରୋନା ପ୍ରଭାବରେ ଆମେରିକା ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ସତେ ଯେମିତି ଏବେ ଆମେରିକାବାସୀଙ୍କୁ ମିଳିଛି ସାମାନ୍ୟ ଆଶ୍ବସ୍ତି । ଗତ ଦୁଇ ଦିନ ଭିତରେ କମିଛି ଆକ୍ରାନ୍ତଙ୍କ ସଂଖ୍ୟା ଓ ଖାଲି ପଡିଛି ଆଇସିୟୁରେ ଭର୍ତ୍ତି ରେକର୍ଡ ।

ଆକ୍ରାନ୍ତଙ୍କ ସଂଖ୍ୟାରେ ଏହି ଅବନତି ଆମେରିକା ପାଇଁ ଏକ ଖୁସି ଖବର । ମୁଖ୍ୟତଃ ନ୍ୟୁୟର୍କ ସହରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ହଠାତ୍‌ ଏହି ସଂଖ୍ୟାରେ ଅବନତି ପରିସ୍ଥିତିରେ ସୁଧାରର ଏକ ନୂଆ ଆଶା ସଞ୍ଚାର କରିଛି । ବର୍ତ୍ତମାନ ସୁଦ୍ଧା ଦେଶରେ 1,30,689 ଆକ୍ରାନ୍ତ ଚିହ୍ନଟ ହୋଇସାରିଥିବା ବେଳେ 4758ଜଣଙ୍କ ମୃତ୍ୟୁ ହୋଇସାରିଛି ।

ତେବେ ଗତ ଶନିବାର, ରବିବାର ଓ ସୋମବାର ଦେଶରେ ସର୍ବାଧିକ ମୃତ୍ୟୁ ରେକର୍ଡ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏଥିରେ ଲାଗିପାରିନାହିଁ ଲଗାମ । ସେପଟେ କିନ୍ତୁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟାରେ ଅବନତି ଏକ ସୁସ୍ଥ ସଙ୍କେତ ସାବ୍ୟସ୍ତ ହୋଇପାରେ ବୋଲି ମତ ରଖିଛନ୍ତି ନ୍ୟୁୟର୍କ ରାଜ୍ୟପାଳ ଆଣ୍ଡ୍ରିୟୁ କ୍ୟୁଓମୋ । ସେ ଏହା ମଧ୍ୟ କହିଛନ୍ତି ଏଥିରେ ଅଧିକ ଖୁସି ହୋଇ ସରକାରୀ ନିୟମ କାନୁନର ଅବମାନନା କରିବା ଉଚିତ ନୁହେଁ । ଆକ୍ରାନ୍ତଙ୍କ ସଂଖ୍ୟା କମିଛି ସତ ହେଲେ ସମ୍ପୂର୍ଣ୍ଣ ରୋକ ଲାଗି ପାରିନାହିଁ । ତେଣୁ ଏବେ ବି ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି ।

ABOUT THE AUTHOR

...view details