ଓଡିଶା

odisha

ETV Bharat / international

ଏଣିକି ରକ୍ତଚାପ ମାପିବ ଗ୍ୟାଲାକ୍ସି ସ୍ମାର୍ଟୱାଚ୍‌ର ମନିଟରିଂ ଆପ୍‌ - ସାମସଙ୍ଗ ସ୍ମାର୍ଟୱାଚ୍‌ରେ ହେଲଥ ମନିଟରିଂ ଆପ୍‌

କୋରିଆନ ଟେକ ଜାଏଣ୍ଟ ସାମସଙ୍ଗ ଏବେ ନିଜ ୟୁଜର୍ସଙ୍କ ପାଇଁ ଆଣିଛି ନୂଆ ଫିଚର । ଏବେ ଗ୍ୟାଲାକ୍ସିର ସ୍ମାର୍ଟୱାଚ୍‌ରେ ୟୁଜର୍ସ କରିପାରିବେ ନିଜ ସ୍ବାସ୍ଥ୍ୟ ପରୀକ୍ଷା । ଘରେ ବସି ନିଜ ସ୍ମାର୍ଟୱାଚ୍‌ରେ ରକ୍ତଚାପ ମାପିପାରିବେ ସାମସଙ୍ଗ ୟୁଜର୍ସ ।

galaxy smart watch, health monitoring app in galaxy smart watch, samsung latest news, health monitoring app in samsung's smart watch, latest technology news, ଗ୍ୟାଲାକ୍ସି ସ୍ମାର୍ଟୱାଚ୍‌, ଗ୍ୟାଲାକ୍ସି ସ୍ମାର୍ଟୱାଚ୍‌ରେ ହେଲଥ ମନିଟରିଂ ଆପ୍‌, ସାମସଙ୍ଗ ଲାଟେଷ୍ଟ ନ୍ୟୁଜ୍‌, ସାମସଙ୍ଗ ସ୍ମାର୍ଟୱାଚ୍‌ରେ ହେଲଥ ମନିଟରିଂ ଆପ୍‌, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌
ଏଣିକି ରକ୍ତଚାପ ମାପିବ ଗ୍ୟାଲାକ୍ସି ସ୍ମାର୍ଟୱାଚ୍‌ର ମନିଟରିଂ ଆପ୍‌

By

Published : Jun 18, 2020, 10:48 PM IST

ୱାଶିଂଟନ: କୋରିଆନ ଟେକ ଜାଏଣ୍ଟ ସାମସଙ୍ଗ ଏବେ ନିଜ ୟୁଜର୍ସଙ୍କ ପାଇଁ ଆଣିଛି ନୂଆ ଫିଚର । ଏବେ ଗ୍ୟାଲାକ୍ସିର ସ୍ମାର୍ଟୱାଚ୍‌ରେ ୟୁଜର୍ସ କରିପାରିବେ ନିଜ ସ୍ବାସ୍ଥ୍ୟ ପରୀକ୍ଷା । ଘରେ ବସି ନିଜ ସ୍ମାର୍ଟୱାଚ୍‌ରେ ରକ୍ତଚାପ ମାପିପାରିବେ ସାମସଙ୍ଗ ୟୁଜର୍ସ । ଗୁରୁବାର ଏନେଇ କମ୍ପାନୀ ସୂଚନା ଦେଇ ନୂଆ ହେଲଥ ମନିଟରିଂ ଆପ୍‌ ଲଞ୍ଚ କରିଥିବା ନେଇ ସ୍ପଷ୍ଟ କରିଛି ।

ଏହି ଘୋଷଣା ମୁତାବକ ଦକ୍ଷିଣ କୋରିଆରେ ଗ୍ୟାଲାକ୍ସି ୱାଚ୍‌ ଆକ୍ଟିଭ 2 ସ୍ମାର୍ଟୱାଚ୍‌ରେ ଏହି ନୂଆ ଆପ୍‌କୁ ରୋଲ ଆଉଟ କରାଯାଇଛି । ଏହାର ବ୍ୟବହାର କରି ଘରେ ବସି ୟୁଜର୍ସ ନିଜ ରକ୍ତଚାପ ମାପିପାରିବେ । ଏଥିସହ ଆବଶ୍ୟକସ୍ଥଳେ ଜରୁରୀ ଡାକ୍ତରୀ ଟିପ୍ସ ମଧ୍ୟ ପାଇପାରିବେ । ଏହାପୂର୍ବରୁ କମ୍ପାନୀ ଏହି ଆପ୍‌ର ଲଞ୍ଚିଂ ବର୍ଷର ତୃତୀୟ ତୈମାସିକରେ କରିବା ନେଇ ଘୋଷଣା କରିଥିଲା । ହେଲେ ଏହାକୁ ସମୟର ଢେର ପୂର୍ବରୁ ଲଞ୍ଚ କରି ଲକଡାଉନରେ ନିଜ ୟୁଜର୍ସଙ୍କୁ ଗିଫ୍ଟ ଦେଇଛି ସାମସଙ୍ଗ ।

ତେବେ କମ୍ପାନୀ ଏହା ମଧ୍ୟ କହିଛି କି ଏହି ଆପ୍‌ ୟୁଜର୍ସଙ୍କୁ ଅନେକ ସାହାଯ୍ୟ କଲେ ସୁଦ୍ଧା ଏହା ପ୍ରକୃତ ରକ୍ତଚାପ ମାପକ ଯନ୍ତ୍ରର ଏକ ବିକଳ୍ପ ନୁହେଁ ।

@ANI

ABOUT THE AUTHOR

...view details