ୱାଶିଂଟନ: ଆମେରିକାରେ ମୃତ୍ୟୁର ତାଣ୍ଡବ ଖେଳାଇଚାଲିଛି କୋରୋନା ସଂକ୍ରମଣ । ଦିନକୁ ଦିନ ବଢି ଚାଲିଛି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା । ହେଲେ ଏସବୁ ପ୍ରତି ଦୃଷ୍ଟି ଦେବା ବଦଳରେ କେବେ ଗଣମାଧ୍ୟମ ତ କେବେ ପୁଣି ପଡୋଶୀ ରାଷ୍ଟ୍ରକୁ ଦୋଷ ଦେବାକୁ ପଛାଉ ନାହାନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତେଣେ ଦେଶରେ ବଢୁଥିବା ବେରୋଜଗାରୀରର ମାତ୍ରା ପାଇଁ ଏବେ ଫୁଡ ବ୍ୟାଙ୍କ ଆଗରେ ଲମ୍ବିବାରେ ଲାଗିଛି ଲୋକଙ୍କ ଲାଇନ ।
ଆମେରିକୀୟଙ୍କ ପେଟ ଭରିବା ପାଇଁ ସାହା ଫୁଡ ବ୍ୟାଙ୍କ - ଆମେରିକାରେ କୋରୋନା ଅପଡେଟ
ଆମେରିକାରେ ମୃତ୍ୟୁର ତାଣ୍ଡବ ଖେଳାଇଚାଲିଛି କୋରୋନା ସଂକ୍ରମଣ । ଦିନକୁ ଦିନ ବଢି ଚାଲିଛି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା । ଏମିତିରେ ଲୋକଙ୍କ ଭୋକ ମେଣ୍ଟାଇବା ପାଇଁ ଆଗେଇ ଆସିଛନ୍ତି ଅନେକ ଚ୍ୟାରିଟି ଟ୍ରଷ୍ଟ।

ଆମେରିକାରେ ପରିସ୍ଥିତି ଅଣାୟତ୍ତ ହେବାରେ ଲାଗିଛି କହିଲେ କିଛି ଭୁଲ ହେବ ନାହିଁ । ଲୋକଙ୍କ ପାଖରେ ନା ଚାକିରୀ ଅଛି ନା ଦୋକାନମାନଙ୍କରେ ମହଜୁଦ ଅଛି ରାସନ ସାମଗ୍ରୀ। ଏମିତିରେ ଲୋକଙ୍କ ଭୋକ ମେଣ୍ଟାଇବା ପାଇଁ ଆଗେଇ ଆସିଛନ୍ତି ଅନେକ ଚ୍ୟାରିଟି ଟ୍ରଷ୍ଟ। ହେଲେ ଦିନକୁ ଦିନ ସେମାନଙ୍କ ଫୁଡ ବ୍ୟାଙ୍କ ସାମ୍ନାରେ ବଢୁଥିବା ଲୋକଙ୍କ ସଂଖ୍ୟା ଦେଖି ଲାଗୁଛି ସତେ ଯେମିତି ଦିନ ଆସିବ ଯେବେ ଏଠାକୁ ଛୁଟିବ ମାନବ ସୁନାମି । ବଢିବ ଆବଶ୍ୟକତା, କମିବ ସାମଗ୍ରୀ ।
ଦୈନିକ ପ୍ରାୟ 227 ଟନ ଖାଦ୍ୟ ଏହିପରି ଫୁଡ ବ୍ୟାଙ୍କ ଦ୍ବାରା ଲୋକଙ୍କ ପାଖରେ ପହଞ୍ଚାଯାଉଛି । ତେବେ ଏହି ଫୁଡ ବ୍ୟାଙ୍କୁ ଖାଦ୍ୟ ନେଉଥିବା ଅନେକ ଲୋକେ ଏହି ସୁବିଧା ପ୍ରଥମ ଥର ପାଉଥିବା କହିଛନ୍ତି । ଯେଉଁଥିପାଇଁ ପରିସ୍ଥିତି ସେମାନଙ୍କୁ ବାଧ୍ୟ କରିଛି ବୋଲି ବେଶ କ୍ଷୋଭର ସହ ଅନେକ ଲୋକେ କହୁଥିବା ପ୍ରକାଶ କରିଛନ୍ତି ଫୁଡ ବ୍ୟାଙ୍କରେ କାର୍ଯ୍ୟରତ କର୍ମଚାରୀ ।