ଚେନ୍ନାଇ: ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ରର 46 ତମ ରାଷ୍ଟ୍ରପତି ପଦବୀ ସମ୍ଭାଳିବେ ଜୋ ବିଡେନ । ବିଡେନଙ୍କ ବିଜୟ ପରେ ଆମେରିକା-ଭାରତ ସମ୍ପର୍କ କିପରି ରହିବ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଉପରାଷ୍ଟ୍ରପତି ଭାବେ ନବନିର୍ବାଚିତ କମଲା ହାରିସଙ୍କ ପରି ବିଡେନଙ୍କର ମଧ୍ୟ ଚେନ୍ନାଇ ସହିତ ରହିଛି ସମ୍ପର୍କ । ମୁମ୍ବାଇ ଓ ଚେନ୍ନାଇରେ ତାଙ୍କ ପୂର୍ବଜ ଥିଲେ ବୋଲି ବିଡେନ କହିଛନ୍ତି ।
ଉପରାଷ୍ଟ୍ରପତି କମଲା ହାରିସ ଓ ଜୋ ବିଡେନଙ୍କ ସମ୍ପର୍କ ଚେନ୍ନାଇ ସହିତ ଜଡିତ ଥିବାରୁ ଚେନ୍ନାଇବାସୀ ନିଜକୁ ବେଶ ଗର୍ବିତ ମନେ କରୁଛନ୍ତି ।
ଲଣ୍ଡନର କଳିଙ୍ଗ କଲେଜର ପରିଦର୍ଶକ ପ୍ରଫେସର ଟିମ୍ ୱିଲିସି-ୱିଲିଙ୍କ ଅନୁଯାୟୀ, ଜୋ ବିଡେନଙ୍କ ପୂର୍ବ ପୁରୁଷମାନେ ଇଷ୍ଟ ଇଣ୍ଡିଆ କମ୍ପାନୀରେ କାର୍ଯ୍ୟ କରିଥିଲେ ।
ଊନବିଂଶ ଶତାବ୍ଦୀରେ, ଭାଇ ଖ୍ରୀଷ୍ଟୋଫର୍ ଏବଂ ୱିଲିୟମ୍ ବିଡେନ ଇଷ୍ଟ ଇଣ୍ଡିଆ କମ୍ପାନୀରେ କାମ କରିଥିଲେ । ୱିଲିୟମଙ୍କ ଖୁବ ବୟସରେ ଦେହାନ୍ତ ହୋଇଥିଲା । ଏହା ପରେ ଖ୍ରୀଷ୍ଟୋଫର ଅନେକ ଜାହାଜର କ୍ୟାପଟେନ ହୋଇଥିଲେ । ପରବର୍ତ୍ତୀ ସମୟରେ ଚେନ୍ନାଇରେ ଘର କରିଥିଲେ ।