ଓଡିଶା

odisha

ETV Bharat / international

ସିଗ୍ନସ ଏୟାରକ୍ରାଫ୍ଟ ଜରିଆରେ ନାସାକୁ ପୂନର୍ବାର କଳ୍ପନା ଚାୱଲାଙ୍କ ଯାତ୍ରା, ଜାଣନ୍ତୁ କେମିତି? - ମହାକାଶଚାରୀ କଳ୍ପନା ଚାୱଲା

ଭାରତୀୟ ବଂଶୋଦ୍ଭବ କଳ୍ପନା ଚାୱଲାଙ୍କ ନାଁରେ ନିଜ ସିଗ୍ନେସ ସ୍ପେସକ୍ରାଫ୍ଟର ନାମକରଣ କରିଛି ଆମେରିକାର ଏୟାର ସ୍ପେସ କମ୍ପାନୀ ନର୍ଥରୋପ ଗ୍ରୁମେନ । ଅଧିକ ପଢନ୍ତୁ...

ସିଗ୍ନସ ଏୟାରକ୍ରାଫ୍ଟ ଜରିଆରେ ନାସାକୁ ପୂନର୍ବାର କଳ୍ପନା ଚାୱଲାଙ୍କ ଯାତ୍ରା, ଜାଣନ୍ତୁ କେମିତି?
ସିଗ୍ନସ ଏୟାରକ୍ରାଫ୍ଟ ଜରିଆରେ ନାସାକୁ ପୂନର୍ବାର କଳ୍ପନା ଚାୱଲାଙ୍କ ଯାତ୍ରା, ଜାଣନ୍ତୁ କେମିତି?

By

Published : Sep 9, 2020, 9:50 PM IST

ଓ୍ବାଶିଂଟନ: ମହାକାଶକୁ ଯାଇ ଇତିହାସ ରଚିଥିବା ଭାରତୀୟ ବଂଶୋଦ୍ଭବ କଳ୍ପନା ଚାୱଲାଙ୍କ ନାଁରେ ନିଜ ସିଗ୍ନସ ସ୍ପେସକ୍ରାଫ୍ଟର ନାମକରଣ କରିଛି ଆମେରିକାର ଏୟାର ସ୍ପେସ କମ୍ପାନୀ ନର୍ଥରୋପ ଗ୍ରୁମେନ । 29 ସେପ୍ଟମ୍ବରରେ ସିଗ୍ନେସ ଏୟାରକ୍ରାଫ୍ଟକୁ ଅନ୍ତରାଷ୍ଟ୍ରୀୟ ସ୍ପେସ ଷ୍ଟେସନ ପାଇଁ ଲଞ୍ଚ କରାଯିବ । ନର୍ଥରୋପ ପକ୍ଷରୁ କଳ୍ପାନାକୁ ଦିଆଯାଇଥିବା ଏହା ବଡ ସମ୍ମାନ, ଯିଏ କି ଏହି କ୍ଷେତ୍ରରେ ଭାରତୀୟ ମହିଳାଙ୍କ ଯୋଗଦାନକୁ ବେଶ ପ୍ରଶଂସା କରିଛି ।

ସିଗ୍ନସ ଏୟାରକ୍ରାଫ୍ଟର ନିର୍ମାତା ଟ୍ବିଟ କରି ଲେଖିଛନ୍ତି ଯେ କମ୍ପାନୀ ଅନ୍ତରୀକ୍ଷ କ୍ଷେତ୍ରରେ ଦେଇଥିବା ଯୋଗଦାନ ପାଇଁ କଳ୍ପନାଙ୍କର ସମ୍ମନ କରେ । ସେ ନାସାରେ ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବରେ ଇତିହାସ ରଚନା କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ମାନବ ସ୍ପେସ ଫ୍ଲାଇଟରେ କଳ୍ପନାଙ୍କ ଯୋଗଦାନ ଏକ ସ୍ଥାୟୀ ପ୍ରଭାବ ପକାଇଥିଲା ।

ABOUT THE AUTHOR

...view details