ଓଡିଶା

odisha

ETV Bharat / international

ଆମେରିକା ସହ ପରମାଣୁ ଚୁକ୍ତି ବାର୍ତ୍ତା ରଦ୍ଦ କଲା ଉତ୍ତର କୋରିଆ - ଉତ୍ତର କୋରିଆ

ଆମେରିକା ସହ ପରମାଣୁ ଚୁକ୍ତି ବାର୍ତ୍ତା ରଦ୍ଦ କଲା ଉତ୍ତର କୋରିଆ । ଏହା ସହିତ ସେ ସାଟେଲାଇନ ଲିଂଚିଂ ଷ୍ଟେସନ ସୋହାଏରେ ଏକ ଗୁରୁତ୍ବପୂର୍ଣ୍ଣ ପରିକ୍ଷଣ ମଧ୍ୟ କରିଛି  ।

denuclearisation-talks
ଫାଇଲ ଫଟୋ

By

Published : Dec 8, 2019, 10:33 AM IST

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଝଟକା । ଆମେରିକା ସହ ପରମାଣୁ ଚୁକ୍ତି ବାର୍ତ୍ତା ରଦ୍ଦ କଲା ଉତ୍ତର କୋରିଆ । ଏହା ସହିତ ସେ ସାଟେଲାଇନ ଲିଂଚିଂ ଷ୍ଟେସନ ସୋହାଏରେ ଏକ ଗୁରୁତ୍ବପୂର୍ଣ୍ଣ ପରିକ୍ଷଣ ମଧ୍ୟ କରିଛି । ଆମେରିକା ଘରୋଇ ରାଜନୈତିକ ଏଜେଣ୍ଡାକୁ ପୁରା କରିବା ପାଇଁ ଚୁକ୍ତିକୁ ବ୍ୟବହାର କରୁଛି । ଏହାକୁ ସେ ସମୟ ରକ୍ଷା କରିବାର ଉପାୟ ଭାବୁଛି । ତେଣୁ ଏହି ଚୁକ୍ତି ରଦ୍ଦ ହୋଇଛି ବୋଲି ଉତ୍ତର କୋରିଆ ପକ୍ଷରୁ କୁହାଯାଇଛି।

ତେବେ ପରମାଣୁ ଚୁକ୍ତି ବାର୍ତ୍ତା ରଦ୍ଦକୁ ନେଇ ଉତ୍ତର କୋରିଆ ରାଷ୍ଟ୍ରଦୂତ କିମ ସୋଂଗ କହିଛନ୍ତି, ପରମାଣୁ ମୁକ୍ତର ପ୍ରସଙ୍ଗ ପୂର୍ବରୁ ହିଁ ଖାରିଜ କରାଯାଇଛି । ଆମକୁ ଏବେ ଆମେରିକା ସହ ଦୀର୍ଘ ବାର୍ତ୍ତା କରିବାର ଆବଶ୍ୟକତା ନାହିଁ । ଘରୋଇ ରାଜନୈତିକ ଏଜେଣ୍ଡାକୁ ପୁରା କରିବା ଉଦ୍ଦେଶ୍ୟରେ ଆମେରିକା ଏଭଳି କରୁଛି । ଏହା ଆମେରିକାର ଏକ ଚାଲ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଫେବୃଆରୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଉତ୍ତର କୋରିଆ ମୁଖ୍ୟ କିମ ଜୋଂଗଙ୍କ ମଧ୍ୟରେ ପରମାଣୁ ଚୁକ୍ତିକୁ ନେଇ ହୋଇଥିବା ବାର୍ତ୍ତା ଅସଫଳ ରହିଥିଲା । ସେବେଠାରୁ ଆଜି ପର୍ଯ୍ୟନ୍ତ ଏହି ଚୁକ୍ତି ଅଟକି ରହିଥିଲା ।

ABOUT THE AUTHOR

...view details