ଓଡିଶା

odisha

ETV Bharat / international

ବିଶ୍ବ ନୋବେଲ ଶାନ୍ତି ସମ୍ମାନରେ ସାମ୍ମାନିତ ହେବ WFP - ବିଶ୍ବ ନୋବେଲ ଶାନ୍ତି

ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ(ଡବ୍ଲ୍ୟୁଏଫପି)କୁ ଚଳିତ ବର୍ଷ ଶାନ୍ତି ପୁରସ୍କାର ଦେବାକୁ ନିଷ୍ପତ୍ତି ନେଇଛି ନରୱେ ନୋବେଲ ଶାନ୍ତି କମିଟି । ଅଧିକ ପଢନ୍ତୁ...

ବିଶ୍ବ ନୋବେଲ ଶାନ୍ତି ସାମ୍ମାନରେ ସାମ୍ମାନିତ ହେବ WFP
ବିଶ୍ବ ନୋବେଲ ଶାନ୍ତି ସାମ୍ମାନରେ ସାମ୍ମାନିତ ହେବ WFP

By

Published : Oct 9, 2020, 3:27 PM IST

Updated : Oct 9, 2020, 6:23 PM IST

ନୂଆଦିଲ୍ଲୀ:ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଘୋଷଣା ହୋଇସାରିଛି ବିଶ୍ବର ସର୍ବୋଚ୍ଚ ସମ୍ମାନ ନୋବେଲ ପୁରସ୍କାର । ତେବେ ଏହି କ୍ରମରେ ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ(ଡବ୍ଲ୍ୟୁଏଫପି)କୁ ଚଳିତ ବର୍ଷ ଶାନ୍ତି ପୁରସ୍କାର ଦେବାକୁ ନିଷ୍ପତ୍ତି ନେଇଛି ନରୱେ ନୋବେଲ ଶାନ୍ତି କମିଟି ।

ମହାମାରୀ କୋରୋନା ସମୟରେ ବିଶ୍ବରେ ଅନେକ ଲୋକ ଭୋକ ଓପାସରେ ଦିନ କାଟୁଥିଲେ । ମହାମାରୀର ସାମ୍ନା କରି, ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ ଜରିଆରେ ପ୍ରୟାସକୁ ତୀବ୍ର କରିବା ପାଇଁ ଏକ ପ୍ରଭାବଶାଳୀ ଦକ୍ଷତା ପ୍ରଦର୍ଶନ କରାଯାଇଥିଲା ।

2020 ନୋବେଲ ପୁରସ୍କାର ବିଜେତା, ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ, ଖାଦ୍ୟ ନିରାପତ୍ତାକୁ ଶାନ୍ତିର ଉପକରଣ ଭାବରେ ପରିଣତ କରିବାରେ ବହୁପକ୍ଷୀୟ ସହଯୋଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । କ୍ଷୁଧାକୁ ମୁକାବିଲା କରିବା ପାଇଁ ମିଳିତ ଜାତିସଂଘର ସଦସ୍ୟ ଦେଶମାନଙ୍କୁ ଏକତ୍ରିତ କରିବାରେ ଏକ ଏହାର ଦୃଢ ଅବଦାନ ରହିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ

ଡବ୍ଲ୍ୟୁଏଫପିକୁ ଚଳିତ ଥର ନୋବେଲ ମିଳିବା ନେଇ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Last Updated : Oct 9, 2020, 6:23 PM IST

ABOUT THE AUTHOR

...view details