ୱିଲିଙ୍ଗଟନ: ଆଜି ବି ନ୍ୟୁଜଲ୍ୟାଣ୍ଡରେ ନାହିଁ କୋରୋନା ମାମଲା । ଲକଡାଉନ ପର ଠାରୁ ପ୍ରଥମ ଥର ହସ୍ପିଟାଲରେ ମଧ୍ୟ କୌଣସି ରୋଗୀ ନାହାଁନ୍ତି । ବର୍ତ୍ତମାନ ସାରା ଦେଶର ମାତ୍ର 21ଟି କୋରୋନା ମାମଲା ରହିଛି । ସ୍ୱାସ୍ଥ୍ୟ ବିଭାଗର ମହାନିର୍ଦ୍ଦେଶକ ଡ.ଆଶଲି ବ୍ଲୁମଫିଲ୍ଡ ଏନେଇ ସୂଚନା ଦେଇଛନ୍ତି ।
ଲକଡାଉନ ପ୍ରଭାବ: କୋରୋନା ମୁକ୍ତ ହେଲା ନ୍ୟୁଜିଲ୍ୟାଣ୍ଡ !
କୋରୋନାକୁ ହରାଇବାରେ ସଫଳ ହେଉଛି ନ୍ୟୁଜିଲ୍ୟାଣ୍ଡ । କ୍ରମାଗତ 5ମ ଦିନରେ ରିପୋର୍ଟ ହୋଇନି କୋରୋନା ମାମଲା ।
ଆଶଲି କହିଛନ୍ତି, କ୍ରମାଗତ ପଞ୍ଚମ ଥର ପାଇଁ ନ୍ୟୁଜଲ୍ୟାଣ୍ଡରେ କୌଣସି ଗୋଟିଏ ବି ମାମଲା ରେକର୍ଡ ହୋଇନାହିଁ । 21 ଜଣ ସଂକ୍ରମିତ ମାମଲା ମଧ୍ୟରୁ ପୁଣି ଜଣେ ସୁସ୍ଥ ହୋଇଛନ୍ତି । ଗତକାଲି ଜଣେ ମାତ୍ର ରୋଗୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବ୍ଲୁମଫିଲ୍ଡ କହିଛନ୍ତି, କିଛି ମାସ ମଧ୍ୟରେ ପ୍ରଥମ ଥର ପାଇଁ କୋଭିଡ -19 ପାଇଁ କେହି ଡାକ୍ତରଖାନାରେ ଚିକିତ୍ସିତ ହେଉ ନାହାଁନ୍ତି।
ସୋମବାର ନ୍ୟୁଜଲ୍ୟାଣ୍ଡ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା, ଯଦି 28 ଦିନ ମଧ୍ୟ କୌଣସି କୋରୋନା ମାମଲା ଚିହ୍ନଟ ନ ହୁଏ, ତେବେ ଦେଶ କୋରୋନା ମୁକ୍ତ ବୋଲି ଘୋଷଣା କରିବ । ଆଗକୁ ଏପରି ସୀମାରେ କଡା ନଜର ରହିବ ବୋଲି କୁହାଯାଇଛି । ଗତ 22 ମଇରେ ଶେଷ ଥର ପାଇଁ କୋରୋନା ଚିହ୍ନଟ ହୋଇଥିଲା ।