ଓଡିଶା

odisha

ETV Bharat / international

ଏନଆଇଏଚର ନୂଆ ପ୍ରୟାସ, ବଢିବ କୋଭିଡ-19 ଟେଷ୍ଟିଂ ପରିମାଣ - ୟୁଏସରେ କୋଭିଡ-19

ଯୁକ୍ତରାଷ୍ଟ୍ର ଆମେରିକାର କୋରୋନା ତାଣ୍ଡବ ରଚିବା ପରେ ଏବେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆରମ୍ଭ ହୋଇଛି କସରତ । ଏନେଇ ୟୁଏସ୍‌ ଜାତୀୟ ସ୍ବାସ୍ଥ୍ୟ ସଙ୍ଗଠନ (ଏନଆଇଏଚ) ଆରମ୍ଭ କରିଛି ନୂଆ ପ୍ରୟାସ ।

nih, us nih, covid-19 testing competition, covid-19 in us, covid-19, ଏନଆଇଏଚ, ୟୁଏସ ଏନଆଇଏଚ, କୋଭିଡ-19 ଟେଷ୍ଟିଂ ପ୍ରତିଯୋଗିତା, ୟୁଏସରେ କୋଭିଡ-19, କୋଭିଡ-19
ଏନଆଇଏଚର ନୂଆ ପ୍ରୟାସ, ବଢିବ କୋଭିଡ-19 ଟେଷ୍ଟିଂ ପରିମାଣ

By

Published : May 2, 2020, 12:38 AM IST

ୱାଶିଂଟନ: ଯୁକ୍ତରାଷ୍ଟ୍ର ଆମେରିକାର କୋରୋନା ତାଣ୍ଡବ ରଚିବା ପରେ ଏବେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆରମ୍ଭ ହୋଇଛି କସରତ । ଏନେଇ ୟୁଏସ୍‌ ଜାତୀୟ ସ୍ବାସ୍ଥ୍ୟ ସଙ୍ଗଠନ (ଏନଆଇଏଚ) ଆରମ୍ଭ କରିଛି ନୂଆ ପ୍ରୟାସ । ଦେଶରେ କୋଭିଡ-19 ଟେଷ୍ଟିଂ ପରିମାଣକୁ ବଢାଇବା ସହ ପ୍ରକ୍ରିୟାକୁ ବିକଶିତ ଓ ବ୍ୟବସାୟୀକରଣ କରିବା ପାଇଁ ଏହି ପ୍ରୟାସ ଆରମ୍ଭ କରିବାକୁ ଯାଉଛି ଏନଆଇଏଚ । ଏନେଇ ଜାତୀୟ ଗଣମାଧ୍ୟମକୁ ଗୁରୁବାର ସ୍ପଷ୍ଟ ସୂଚନା ଦେଇଛି ଏନଆଇଏଚ ।

ସଂଘୀୟ ପାଣ୍ଠିରୁ 1.3 ବିଲିୟନ ଡଲାର ଖର୍ଚ୍ଚରେ ଏହି ପ୍ରକ୍ରିୟାକୁ ପରିଣାମରେ ପହଞ୍ଚାଇବ ନିକଟରେ ଲଞ୍ଚ ହୋଇଥିବା ରାପିଡ ଆକ୍ସିଲରେସନ ଅଫ ଡାୟଗ୍ନୋଷ୍ଟିକ୍ସ (ଆରଏଡିଏକ୍ସ) । ପ୍ରାରମ୍ଭିକ ସ୍ତରରେ ଏହି ପାଣ୍ଠିକୁ ବ୍ୟବହାର କରି ଦେଶରେ ଟେଷ୍ଟିଂକୁ ତ୍ବରାନ୍ବିତ ଓ ବିକଶିତ କରାଯିବ ବୋଲି ଜଣାପଡିଛି । ତେବେ ଏହି ପ୍ରକ୍ରିୟାର ବ୍ୟବସାୟୀକରଣ କରି ନୂଆ ନୂଆ ଡାୟଗ୍ନୋଷ୍ଟିକ ପ୍ରକ୍ରିୟାର ସହାୟତାରେ ଟେଷ୍ଟିଂର ମାନକୁ ବିକଶିତ କରାଯିବ। ଏନେଇ ତୃଣମୂଳସ୍ତରରୁ ବରିଷ୍ଠସ୍ତର ପର୍ଯ୍ୟନ୍ତ ସଭିଙ୍କ ସହଯୋଗ ଲୋଡା ବୋଲି ମତ ପ୍ରକାଶ କରିଛନ୍ତି ଏନଆଇଏଚ ନିର୍ଦ୍ଦେଶକ ଫ୍ରାନ୍ସିସ କଲିନ୍ସ ।

ତେବେ ଏହି ଟେଷ୍ଟିଂ ପ୍ରକ୍ରିୟାରେ ପ୍ରତ୍ୟେକ ସ୍ତରର ବିକାଶ ପାଇଁ ଏନଆଇଏଚ 500 ମିଲିୟନ ଡଲାର ଖର୍ଚ୍ଚ କରିବା ପାଇଁ ପ୍ରସ୍ତୁତ ରହିଛି । ଏଥିପାଇଁ ଦେଶର ବୈଜ୍ଞାନିକ ଓ ଅନୁସନ୍ଧାନକାରୀ ଆଗେଇ ଆସି ଜାତୀୟ କୋଭିଡ-19 ଟେଷ୍ଟିଂ ପ୍ରତିଯୋଗିତାରେ ସାମିଲ ହେବା ପାଇଁ ଆହ୍ବାନ ମଧ୍ୟ ଦିଆଯାଇଛି । ଏହା ପଛରେ ଉଦ୍ଦେଶ୍ୟ ହେଉଛି ପ୍ରତିଯୋଗିତାରେ ସାମିଲ ବିଭିନ୍ନ ବୈଜ୍ଞାନିକ ଓ ଅନୁସନ୍ଧାକାରୀଙ୍କ ନିଜ ଯୋଜନା ଦ୍ବାରା ଜାତୀୟସ୍ତରର ଆବଶ୍ୟକତା ପାଇଁ ସେମାନଙ୍କ ସାହାଯ୍ୟ ନେବା ।

ତେବେ ଏହି ପ୍ରତିଯୋଗିତା ତିନିସ୍ତର ବିଶିଷ୍ଟ ରହିବ । ଏଥିରେ ସର୍ବଶ୍ରେଷ୍ଠ ଯୋଜନାକୁ ଚୟନ କରାଯାଇ ସେହି ଯୋଜନାକୁ ଆଗାମୀ ପର୍ଯ୍ୟାୟ ପାଇଁ ସଂରକ୍ଷିତ ରଖାଯିବ । ସେପଟେ ବର୍ତ୍ତମାନ ସୁଦ୍ଧା ବିଶ୍ବରେ ସବୁଠାରୁ ଅଧିକ ଆକ୍ରାନ୍ତ ଓ ମୃତକଙ୍କ ରେକର୍ଡ ୟୁଏସ ବଜାୟ ରଖିଛି । ଜନ ହପକିନ୍ସ ୟୁନିଭର୍ସିଟିର ରିପୋର୍ଟ ମୁତାବକ ଶୁକ୍ରବାର ସକାଳ ସୁଦ୍ଧା ୟୁଏସରେ 1,069,424 ଆକ୍ରାନ୍ତ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 63,006ରେ ପହଞ୍ଚିଛି ।

ABOUT THE AUTHOR

...view details