ଓଡିଶା

odisha

ETV Bharat / international

ନ୍ୟୁଜିଲାଣ୍ଡକୁ ଫେରିଲା କୋରୋନା, ନିର୍ବାଚନ ଘୁଞ୍ଚାଇଲେ ସରକାର

ବିଶ୍ବର ପ୍ରଥମ କୋରୋନା ମୁକ୍ତ ଦେଶ ଭାବେ ଟାଇଟଲ ହାସଲ କରିଥିବା ନ୍ୟୁଜିଲାଣ୍ଡକୁ ପୁଣି ଫେରିଛି କୋରୋନା । ଶୁକ୍ରବାର ଅକଲ୍ୟାଣ୍ଡରରେ ଲକଡାଉନକୁ ଆହୁରି 12 ଦିନ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

By

Published : Aug 17, 2020, 8:13 AM IST

ନ୍ୟୁଜଲ୍ୟାଣ୍ଡକୁ କୋରୋନା ଫେରିବା ଆଗାମୀ ନିର୍ବାଚନ ଘୁଞ୍ଚାଇଲେ ସରକାର
ନ୍ୟୁଜଲ୍ୟାଣ୍ଡକୁ କୋରୋନା ଫେରିବା ଆଗାମୀ ନିର୍ବାଚନ ଘୁଞ୍ଚାଇଲେ ସରକାର

ୱେଲିଙ୍ଗଟନ: ନ୍ୟୁଜିଲାଣ୍ଡକୁ ପୁଣି ଫେରିଛି କୋରୋନା । ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଦେଖା ଦେବା ପରେ ଘୁଞ୍ଚିଲା ଆଗାମୀ ନିର୍ବାଚନ । ସେପ୍ଟେମ୍ବରରେ ହେବାକୁ ଥିବା ନିର୍ବାଚନଙ୍କୁ 4 ସପ୍ତାହ ପାଇଁ ଘୁଞ୍ଚାଇ ଦିଆଯାଇଛି ସରକାର । ସେପ୍ଟେମ୍ବର 19 ତାରିଖରେ ନିର୍ବାଚନ ହେବାକୁ ତାରିଖ ଧାର୍ଯ୍ୟ କରାଯାଇଥିଲା । ସଂକ୍ରମଣକୁ ଦେଖି ଦେଶର ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡର୍ନ ନିର୍ବାଚନ ପୁନଃ ନିର୍ବାଚନ କରିବାକୁ ଅକ୍ଟୋବର 17 ରେ କରିବାକୁ ଘୋଷଣା କରିଛନ୍ତି ।

ଏହି ନିଷ୍ପତ୍ତି ଘୋଷଣା କରି ଆର୍ଡର୍ନ କହିଛନ୍ତି ଯେ, ବର୍ତ୍ତମାନ ଦେଶରେ କୋଭିଡ -19 ପୁଣି ଚିହ୍ନଟ ହୋଇଛି ଯାହାକୁ ନେଇ ନିର୍ବାଚନ ଘୁଞ୍ଚାଇ ଦିଆଯାଇଛି ।ନିର୍ବାଚନ ଆୟୋଗ କହିଛନ୍ତି ଯେ, ସତର୍କତା ସ୍ତର 2 ରେ ଭୋଟ୍ ନିରାପଦରେ ହୋଇପାରେ । ଯାହାକୁ ନେଇ ଆର୍ଡର୍ନ କହିଛନ୍ତି, ତାଙ୍କୁ ଭୋଟରଙ୍କ ଅଂଶଗ୍ରହଣ, ନ୍ୟାୟ ଏବଂ ନିଶ୍ଚିତତା ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ପଡିବ।

ନ୍ୟୁଜିଲାଣ୍ଡ ସରକାର ଶୁକ୍ରବାର ଦିନ ଏହାର ବୃହତ୍ତମ ସହର ଅକଲ୍ୟାଣ୍ଡରରେ ଲକଡାଉନକୁ ଆହୁରି 12 ଦିନ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ସୂଚନାଯୋଗ୍ୟ, ରବିବାର 12 ଟି ନୂତନ ମାମଲା ଚିହ୍ନଟ ହେଇଛି । ଏହା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 49କୁ ବୃଦ୍ଧି ପାଇଛି ।

ABOUT THE AUTHOR

...view details