ଓଡିଶା

odisha

ETV Bharat / international

ଚୀନଠାରୁ ନ୍ୟୁୟର୍କରେ ଅଛନ୍ତି ଅଧିକ କୋରୋନା ଆକ୍ରାନ୍ତ - କୋରୋନା ଅପଡେଟ

ବିଗତ 24 ଘଣ୍ଟାରେ ନ୍ୟୁୟର୍କରେ ନୂଆ 5695ଟି ମାମଲା ସାମ୍ନାକୁ ଆସିଛି । ଏଥିସହ ଏହା ଆକ୍ରାନ୍ତଙ୍କ ସଂଖ୍ୟାରେ ଚୀନ ଓ ୟୁକେକୁ ପଛରେ ପକାଇଛି ।

corona death in New York, corona effect in New York, corona update, COVID-19, coronavirus news, ନ୍ୟୁୟର୍କରେ କୋରୋନା ମୃତ୍ୟୁ, ନ୍ୟୁୟର୍କରେ କୋରୋନା ପ୍ରଭାବ, କୋରୋନା ଅପଡେଟ, କୋରୋନା ଭାଇରସ ନ୍ୟୁଜ୍‌
ଚୀନଠାରୁ ନ୍ୟୁୟର୍କରେ ଅଛନ୍ତି ଅଧିକ କୋରୋନା ଆକ୍ରାନ୍ତ

By

Published : Apr 13, 2020, 9:27 PM IST

ନ୍ୟୁୟର୍କ: କିଛି ଦିନ ତଳେ ନ୍ୟୁୟର୍କର କିଛି ଡାକ୍ତରଖାନାରେ କମିଥିଲେ ଆକ୍ରାନ୍ତ ଭର୍ତ୍ତିର ମାତ୍ରା । ଯାହାକୁ ନେଇ ଖୁସି ପ୍ରକାଶ କରି ଏହାକୁ ଏକ ସକାରାତ୍ମକ ସଙ୍କେତ ବୋଲି କହିଥିଲେ ନ୍ୟୁୟର୍କର ଡାକ୍ତର । ଆଉ ପରିପ୍ରକାଶର ମାତ୍ର ଦିନ କେଇଟା ପରେ ପୁଣି ମୁଣ୍ଡ ଟେକିଛି କୋରୋନାର ପ୍ରଭାବ । ବିଗତ 24 ଘଣ୍ଟାରେ ନ୍ୟୁୟର୍କରେ ନୂଆ 5695ଟି ମାମଲା ସାମ୍ନାକୁ ଆସିଛି । ଏଥିସହ ଏହା ଆକ୍ରାନ୍ତଙ୍କ ସଂଖ୍ୟାରେ ଚୀନ ଓ ୟୁକେକୁ ପଛରେ ପକାଇଛି ।

ଏହା ଏକ ଖୁସି ନୁହେଁ ବରଂ ଚିନ୍ତାର ବିଷୟ । କିଛି ଦିନ ତଳେ ଏହି ସଂଖ୍ୟା କମିଥିବା ବେଳେ ପୁଣି ବଢିଛି ଆକ୍ରାନ୍ତ ସଂଖ୍ୟା । ବର୍ତ୍ତମାନ କେବଳ ନ୍ୟୁୟର୍କରେ 1,04,410 ଜଣ କୋଭିଡ-19 ପଜିଟିଭ ଚିହ୍ନଟ ହୋଇଛନ୍ତି । ଯେବେ କି ଚୀନରେ 85,208, ୟୁକେରେ 83,135 ଓ ଇରାନରେ 71, 686 ଜଣ କୋରୋନାରେ ଆକ୍ରାନ୍ତ ଥିବା ଚିହ୍ନଟ ହୋଇଛନ୍ତି ।

ସେପଟେ ୟୁଏସରେ ବର୍ତ୍ତମାନ ସୁଦ୍ଧା 5,57,300 ଜଣ ଆକ୍ରାନ୍ତ ଚିହ୍ନଟ ହେବା ସହ ମୃତ୍ୟୁ ସଂଖ୍ୟା 22 ହଜାର ଅତିକ୍ରମ କରିଛି । ଏନେଇ ସୂଚନା ଦେଇ ନ୍ୟୁୟର୍କ ସିଟି ମେୟର ବିଲ ଡେ ବ୍ଲାସିଓ କହିଛନ୍ତି କି କୋରୋନାର ଶକ୍ତିକୁ ଆମେ କେବେ କମ ବୋଲି କହିନାହୁଁ । କିନ୍ତୁ ଏହା ଆଗରେ ହାର ମଧ୍ୟ ମାନିନାହୁଁ । ଆମେ ଆମର ଯଥା ସମ୍ଭବ ଚେଷ୍ଟା ଜାରି ରଖିଛୁ ଏବଂ ଏହାକୁ ଆମେ ପରାସ୍ତ କରିବୁ ନିଶ୍ଚିତ ।

ସେପଟେ ନ୍ୟୁୟର୍କ ରାଜ୍ୟପାଳ ଆଣ୍ଡ୍ରିୟୁ କ୍ୟୁଓମୋ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କି ରାଜ୍ୟରେ ଗତ 24 ଘଣ୍ଟାରେ 758 ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଛି । ଏହା ଅତି ଦୁଃଖର କଥା କି ଶତ ଚେଷ୍ଟା ସତ୍ତ୍ବେ ମୃତ୍ୟୁ ସଂଖ୍ୟା କମିବା ବଦଳରେ ବଢି ଚାଲିଛି । ଯାହା ପୁଣି ଥରେ ନ୍ୟୁୟର୍କ ପାଇଁ ସଙ୍କଟମୟ ପରିସ୍ଥିତି ସୃଷ୍ଟି କରିଛି ।

ABOUT THE AUTHOR

...view details