ଓଡିଶା

odisha

ETV Bharat / international

କୋରୋନା କହର, ଦ୍ବିତୀୟ ପର୍ଯ୍ୟାୟ କୋହଳ ନୀତିକୁ ପ୍ରବେଶ କଲା ନ୍ୟୁୟର୍କ

ସାରା ବିଶ୍ବରେ କୋରୋନା ମହାମାରୀ ଅର୍ଥନୀତିକୁ ଦୁର୍ବଳ କରିଦେଇଛି । ଆର୍ଥିକ ସ୍ଥିତି ସୁଧାରିବାକୁ ନ୍ୟୁୟର୍କରେ ଦ୍ବିତୀୟ ପର୍ଯ୍ୟାୟ କୋହଳ ନୀତି ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

କୋରୋନା କହର, ଦ୍ବିତୀୟ ପର୍ଯ୍ୟାୟ କୋହଳ ନୀତିକୁ ପ୍ରବେଶ କଲା ନ୍ୟୁୟର୍କ
କୋରୋନା କହର, ଦ୍ବିତୀୟ ପର୍ଯ୍ୟାୟ କୋହଳ ନୀତିକୁ ପ୍ରବେଶ କଲା ନ୍ୟୁୟର୍କ

By

Published : Jun 22, 2020, 10:41 AM IST

ନ୍ୟୁୟର୍କ: ଆଜି ଠାରୁ ନ୍ୟୁୟର୍କରେ ଦ୍ବିତୀୟ ପର୍ଯ୍ୟାୟ କୋହଳ ନୀତି ଆରମ୍ଭ ହୋଇଛି । ରାଜ୍ୟରେ କୋରୋନା ବିସ୍ତାର ଧିରେ ଧିରେ ହ୍ରାସ ପାଉଥିବା ଦେଖି ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ରାଜ୍ୟପାଳ ଆଣ୍ଟ୍ରୁ କ୍ୟୁମା ।

ଭାଇରସକୁ ପରାସ୍ତ କରିବା ଦିଗରେ ରାଜ୍ୟ ସଠିକ ମାର୍ଗରେ ଚାଲିଛି ବୋଲି ରାଜ୍ୟପାଳ କହିଛନ୍ତି । ଶନିବାର କରାଯାଇଥିବା ପରୀକ୍ଷଣରେ 1 ପ୍ରତିଶତରୁ କମ ପଜିଟିଭ ଦେଖିବାକୁ ମିଳିଛି । ମହାମାରୀ କୋରୋନା ନ୍ୟୁୟର୍କରୁ ସମ୍ପୂର୍ଣ୍ଣ ଯାଇନାହିଁ । ତେଣୁ ପୁନଃ ଖୋଲିବା ପର ଠାରୁ ସରକାର ସମୟ ସମୟରେ ସମସ୍ତ ସୂଚନା ଜାରି କରିବେ ବୋଲି ରାଜ୍ୟପାଳ କହିଛନ୍ତି ।

ଗତକାଲି, ରାଜ୍ୟରେ କରାଯାଇଥିବା କୋଭିଡ ପରୀକ୍ଷଣର 1 ପ୍ରତିଶତରୁ କମ୍ ପଜିଟିଭ ମିଳିଥିଲା । ତେଣୁ କୋରୋନାକୁ ପରାସ୍ତ କରିବାରେ ଦିଗରେ ସଠିକରେ ରାଜ୍ୟ ସଠିକ ମାର୍ଗରେ ରହିଛି । ତେଣୁ ବର୍ତ୍ତମାନ ସମୟ ନ୍ୟୁୟର୍କକୁ ଧିରେ ଧିରେ ଖୋଲାଯାଇ ଆର୍ଥିକ ସ୍ଥିତିକୁ ସୁଧାରିବାକୁ ପଡିବ ।

ସ୍ବାସ୍ଥ୍ୟମନ୍ତ୍ରଣାଳୟ ଅନୁସାରେ,ଜୁନ 21 ସୁଦ୍ଧା ସମଗ୍ର ନ୍ୟୁୟର୍କରେ 664 କୋରୋନା ସଂକ୍ରମିତ ମାମଲା ରହିଥିବାବେଳେ 1142 ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେଥିରୁ 15 ଜଣଙ୍କ ମୃତ୍ୟୁ ହୋଇଛି ।

For All Latest Updates

ABOUT THE AUTHOR

...view details