ଓଡିଶା

odisha

ETV Bharat / international

‘ପଡୋଶୀଙ୍କୁ ହଇରାଣ କରି ଆମେରିକାକୁ ଉସୁକାଉଛି ଚୀନ’ - ଦି ନ୍ୟୁୟର୍କ ଟାଇମ୍ସ

ଗୋଟିଏ ପଟେ ଡ୍ରାଗନର ବିସ୍ତାରବାଦୀ ନୀତି ଏବଂ ଅନ୍ୟପଟେ ଦୁନିଆର ସୁପର ପାୱାର । ସୀମାରେ ଚୀନର ଷଡଯନ୍ତ୍ର ଆମେରିକା ପାଇଁ ଏକ ଆହ୍ବାନ । ଏହାକୁ ନେଇ ଆମେରିକାର ଏକ ପ୍ରମୁଖ ଖବରକାଗଜରେ ଏ ସମ୍ପର୍କରେ ଆର୍ଟିକଲ ପ୍ରକାଶ କରିଛି।

china
ଆମେରିକାକୁ ଉସୁକାଉଛି ଚୀନ

By

Published : Jun 27, 2020, 5:39 PM IST

ନୂଆଦିଲ୍ଲୀ: ଗୋଟିଏ ପଟେ ଡ୍ରାଗନର ବିସ୍ତାରବାଦୀ ନୀତି ଏବଂ ଅନ୍ୟପଟେ ଦୁନିଆର ସୁପର ପାୱାର । ସୀମାରେ ଚୀନର ଷଡଯନ୍ତ୍ର ଆମେରିକା ପାଇଁ ଏକ ଆହ୍ବାନ । ଏହାକୁ ନେଇ ଆମେରିକାର ଏକ ପ୍ରମୁଖ ଖବରକାଗଜରେ ଏ ସମ୍ପର୍କରେ ଆର୍ଟିକଲ ପ୍ରକାଶ କରିଛି।

ଏହି ଖବରକାଗଜରେ ବେଜିଂ ବ୍ୟୁରୋ ମୁଖ୍ୟ ଷ୍ଟିଭେନ୍ ଲି ମେୟର୍ସ ଲେଖିଛନ୍ତି, ଚୀନର ସୈନ୍ୟ ପଡୋଶୀ ଦେଶକୁ ନାଲି ଆଖି ଦେଖାଉଛନ୍ତି । କିନ୍ତୁ ଏହି ବାର୍ତ୍ତା ଆମେରିକା ପାଇଁ ଅଟେ । ହିମାଳୟ ଠାରୁ ଦକ୍ଷିଣ ଚୀନ୍ ସାଗର ପର୍ଯ୍ୟନ୍ତ ଚୀନ ନିଜର ବିସ୍ତାରବାଦୀ ନୀତି ଆଗକୁ ବଢାଉଛି । ଯାହାକୁ ନେଇ ରକ୍ତାକ୍ତ ସଂଘର୍ଷର ଆଶଙ୍କା ବଢିଯାଇଛି ।

ଷ୍ଟିଭେନ୍ ଲି ମେରେସ୍ ଆର୍ଟିକିଲରେ ଚୀନ ଶକ୍ତି ଏବଂ ଉଦ୍ଦେଶ୍ୟର ମୂଲ୍ୟାଙ୍କନ କରୁଥିବା ଜଣାପଡିଛି। ସେ କହିଛନ୍ତି ଯେ ଚୀନ ଏଭଳି ଆମେରିକାକୁ ଉସକାଉବା ପାଇଁ କରୁଛି । ଯଦିଓ ଚୀନ୍ ଭାରତର ପୂର୍ବ ଲଦାଖରେ ସୀମା ବିବାଦ, ତାଇୱାନରେ ଫାଇଟର ଜେଟ୍ ଏବଂ ଜାପାନରେ ବୁଡ଼ାଜାହାଜ ପଠାଇ ନିଜ ପଡୋଶୀମାନଙ୍କୁ ହଇରାଣ କରୁଛି । କିନ୍ତୁ ଚୀନ୍ ଆମେରିକାକୁ ଚ୍ୟାଲେଞ୍ଜ କରିବାକୁ ଚେଷ୍ଟା କରୁଛି । ଚୀନ୍ କହିଛି ଯେ, ଆମେରିକା ଏପରି କ୍ଷେତ୍ରରେ ହସ୍ତକ୍ଷେପ କରୁଛି ଯେଉଁଠାରେ ତାର ଅଧିକାର ନାହିଁ ।

ସୂଚନାନୁସାରେ, ସୀମାରେ ଯେଉଁ ପ୍ରକାର ପରିସ୍ଥିତି ଅଛି ଏହା ଦେଖି ଲାଗୁନି ଶୀଘ୍ର ଡିସଏନଗେଜମେଣ୍ଟ ହୋଇପାରିବ । ଉଭୟ ଦେଶର କର୍ପସ କମାଣ୍ଡର ଜୁନ୍ 6 ଏବଂ 22 ରେ ବୈଠକ ପାଇଁ ପ୍ରସ୍ତୁତ ହୋଇଥିଲେ । କିନ୍ତୁ ଏହା ଲମ୍ବା ପ୍ରକ୍ରିୟା ।

ନ୍ୟୁୟର୍କ ଟାଇମ୍ସ ଏକ ଫଟୋ ସେୟାର କରିଛି ଯେଉଁଥିରେ ଦର୍ଶାଯାଇଛି ଯେ ଚୀନ୍ ଗଲୱାନ ଘାଟିରେ ନିଜର ସେନା ମୁତୟନ କରିଛି। ଖବରକାଗଜ ଏହା ମଧ୍ୟ ପ୍ରକାଶ ପାଇଛି ଯେ, ଗଲୱାନ ଘାଟି ସଂଘର୍ଷରେ ଚୀନ୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । କିନ୍ତୁ ଚୀନ୍ ମୃତକଙ୍କ ସଂଖ୍ୟା ପ୍ରକାଶ କରିନାହିଁ।

ABOUT THE AUTHOR

...view details